ବାହାରିଲା OSCAR ପୁରସ୍କାର ପାଇଁ ମନୋନିତ ତାଲିକା, ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ସାମିଲ

Published: Feb 27, 2021, 2:08 pm IST

Oscars Award 2021: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର କାଲିର ଅତୀତ ଶେଷରେ ଓସ୍କାର ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା The Academy of Motion Picture Arts and Sciences ତାହାର ତାଲିକା ପ୍ରକାଶ କରିଛି।

ଏଥିରେ ବିଶ୍ବର 366 ଟି ଚଳଚିତ୍ରକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଏହି ତାଲିକାରେ ଓଡିଆ ଚଳଚିତ୍ର କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସ୍ଥାନିତ ହୋଇଛି। ଚୁଡାନ୍ତ ତାଲିକା ଆସନ୍ତା ମାର୍ଚ୍ଚ 15 ତାରିଖରେ ପ୍ରକାଶ ପାଇବ।

ପରିବେଷ ପ୍ରଦୂଷଣ ଉପରେ ଆଧାରିତ ଏହି ଚଳଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ ତ୍ରିପାଠୀ। ଏହି ଚଳଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନିତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

କେତେକ ଗଣ ମାଧ୍ୟମ ଏହି ଚଳଚିତ୍ରକୁ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ। ହେଲେ ସେମାନଙ୍କର ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ତେବେ ମାର୍ଚ୍ଚ 15 ତାରିଖରେ ଯେଉଁ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ସେଥିରେ ଏହା ରହିବ କି ନାହିଁ ତାହା ଭିନ୍ନ କଥା। ହେଲେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଓଡିଆ ଚଳଚିତ୍ର କାଲିର ଅତୀତ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଛି।

ଆଉ ଏକ ଭାରତୀୟ ସିନେମା ମଧ୍ୟ ଓସ୍କାର ପୁରସ୍କାର ଦୌଡରେ ସାମିଲ

କାଲିର ଅତୀତ ସହିତ ଆଉ ଏକ ଭାରତୀୟ ସିନେମା ଏହି ଦୌଡରେ ସାମିଲ ହୋଇଛି। ସେହି ଚଳଚିତ୍ରଚଟି ହେଉଛି  ସୁରିଆ ଅଭିନୀତ ତାମିଲ ଚଳଚ୍ଚିତ୍ର ସୋରାରାଇ ପୋତ୍ରୁ। ଆମାଜନ ପ୍ରାଇମ ପ୍ରଯୋଜିତ ଏହି ଚଳଚିତ୍ରଟିର ନିର୍ଦ୍ଦେଶକ ହେଉଛନ୍ତି ସୁଧା କଂଗରା। ଏହି ଚଳଚିତ୍ରଟି ଡେକାନର ନିର୍ମାତା ଜି.ଆର ଗୋପିନାଥଙ୍କ ଜୀବନୀ ଉପରେ ଆଧାରିତ।

Related posts