Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା : କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ

ଭୁବନେଶ୍ବର: ଆଜି ରାଜ୍ୟ ସଂସ୍କୃତି ବିଭାଗ ତରଫରୁ 31ତମ ରାଜ୍ୟ ଚଳଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ସହିତ ଶ୍ରେଷ୍ଠ ଚଳଚିତ୍ର, ନିର୍ଦ୍ଦେଶକ ତଥା ଅଭିନେତାଙ୍କ ନାମ ଘୋଷଣା କରାଯାଇଛି।

ଘୋଷଣା ଅନୁସାରେ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛି।

ସେହିପରି ଖୁସି ଚଳଚିତ୍ରରେ ଭଲ ଅଭିନୟ ପାଇଁ ଅଭିନେତା ସରୋଜ ପରିଡା ଏବଂ ଅଭିନେତ୍ରୀ  କାବ୍ୟାକିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି।

ସେହିପରି ଶଳାବୁଢା ଚଳଚିତ୍ରଟି ଶ୍ରେଷ୍ଠ କାହାଣୀ ଭାବେ ଏବଂ ବ୍ୟଦନାଥ ଦାସ ନାୟକର ନାମ ଦେବଦାସ ଚଳଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନିତ କରାଯାଇଛି।

ଶ୍ରେଷ୍ଠ ଟେଲି ସିନେମା ଭାବେ କାଳିଆ କରୁଛି ଲୀଲା ପୁରସ୍କୃତ ପାଇଁ ମନୋନିତି ହୋଇଥିବା ବେଳେ ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ପୁରସ୍କୃତ ପାଇଁ ମନୋନିତ ହୋଇଛନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏହି ପୁରସ୍କାର 2019 ମସିହା ପାଇଁ ଘୋଷଣା କରାଯାଇଛି। ଏହି ଘୋଷଣା ବେଳେ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଜୁରୀ କମିଟ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା ହୋଇଛି। ‘ଛିଛୋର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ‘ଛିଛୋର’ ମୁଖ୍ୟ ନାୟକ ଥିଲେ।

ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି। ଭୋସଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଅସୁରନ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି।

ସେହିପରି ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଉଭୟ ଓଡିଆ ଚଳଚ୍ଚିତ୍ର ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତେବେ ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସିନେମା

ବାହାରିଲା OSCAR ପୁରସ୍କାର ପାଇଁ ମନୋନିତ ତାଲିକା, ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ସାମିଲ

Oscars Award 2021: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର କାଲିର ଅତୀତ ଶେଷରେ ଓସ୍କାର ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା The Academy of Motion Picture Arts and Sciences ତାହାର ତାଲିକା ପ୍ରକାଶ କରିଛି।

ଏଥିରେ ବିଶ୍ବର 366 ଟି ଚଳଚିତ୍ରକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଏହି ତାଲିକାରେ ଓଡିଆ ଚଳଚିତ୍ର କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସ୍ଥାନିତ ହୋଇଛି। ଚୁଡାନ୍ତ ତାଲିକା ଆସନ୍ତା ମାର୍ଚ୍ଚ 15 ତାରିଖରେ ପ୍ରକାଶ ପାଇବ।

ପରିବେଷ ପ୍ରଦୂଷଣ ଉପରେ ଆଧାରିତ ଏହି ଚଳଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ ତ୍ରିପାଠୀ। ଏହି ଚଳଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନିତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

କେତେକ ଗଣ ମାଧ୍ୟମ ଏହି ଚଳଚିତ୍ରକୁ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ। ହେଲେ ସେମାନଙ୍କର ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ତେବେ ମାର୍ଚ୍ଚ 15 ତାରିଖରେ ଯେଉଁ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ସେଥିରେ ଏହା ରହିବ କି ନାହିଁ ତାହା ଭିନ୍ନ କଥା। ହେଲେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଓଡିଆ ଚଳଚିତ୍ର କାଲିର ଅତୀତ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଛି।

ଆଉ ଏକ ଭାରତୀୟ ସିନେମା ମଧ୍ୟ ଓସ୍କାର ପୁରସ୍କାର ଦୌଡରେ ସାମିଲ

କାଲିର ଅତୀତ ସହିତ ଆଉ ଏକ ଭାରତୀୟ ସିନେମା ଏହି ଦୌଡରେ ସାମିଲ ହୋଇଛି। ସେହି ଚଳଚିତ୍ରଚଟି ହେଉଛି  ସୁରିଆ ଅଭିନୀତ ତାମିଲ ଚଳଚ୍ଚିତ୍ର ସୋରାରାଇ ପୋତ୍ରୁ। ଆମାଜନ ପ୍ରାଇମ ପ୍ରଯୋଜିତ ଏହି ଚଳଚିତ୍ରଟିର ନିର୍ଦ୍ଦେଶକ ହେଉଛନ୍ତି ସୁଧା କଂଗରା। ଏହି ଚଳଚିତ୍ରଟି ଡେକାନର ନିର୍ମାତା ଜି.ଆର ଗୋପିନାଥଙ୍କ ଜୀବନୀ ଉପରେ ଆଧାରିତ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଇଣ୍ଡିଆନ ପନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ

ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର। ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ଓଡିଶାର ଜନ ଜୀବନରେ ପ୍ରକୃତି ସହିତ ସଙ୍ଘର୍ଷ ଏକ ନୀତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡିଆ ଜାତି ନିଜର ଅସ୍ତିତ୍ଵ ବଜାୟ ରଖିଛି। ପ୍ରକୃତି ସହିତ ଆମ ସଙ୍ଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର “ମାଳିକା ସାହିତ୍ୟ”ରେ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ “ମାଳିକା” ଆମକୁ ଏହି ସଙ୍ଘର୍ଷର କାହାଣୀ କହିବା ସହିତ ଆମକୁ ସତର୍କ କରାଇ ଦିଏ ଯେ- ଯଦି ପ୍ରକୃତି ସହିତ ଆମର ସମ୍ପର୍କ ବିଗିଡି ଯାଏ, ତାହେଲେ ପ୍ରଳୟ ଆସିବା ସ୍ଵାଭାବିକ।

“ବାଇଶି ପାହାଚେ ଖେଳିବ ମୀନ”- ଏହା ମାଳିକାର କଳ୍ପନା ନୁହେଁ, ଏହା ଆମ ପାଇଁ ଏକ ସତର୍କ ବାଣୀ। ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶର ବିପର୍ୟୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି। ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ, ଏହା ଆଜିର ସବୁଠୁ ବଡ ସଙ୍କଟ।

ସେହି ପୃଷ୍ଠଭୂମିରେ ତିଆରି ହୋଇଛି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ”। ଏହି ସିନେମାରେ ଓଡିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚମତ୍କାର କାହାଣୀ କହିଛନ୍ତି ନୀଳମାଧବ। ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ସିନେମା କରିଥିବା ନୀଳମାଧବ ପ୍ରଥମ ଥର ଲାଗି ଓଡିଆରେ ସଂପୂର୍ଣ୍ଣ ଭିନ୍ନ ସ୍ଵାଦ ଓ ଶୈଳୀ ର ଏହି ସିନେମା ତିଆରି କରିଛନ୍ତି। ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା “ସାତଭାୟା” ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ୨୦୦୫ ମସିହାରୁ ପ୍ରାୟ ୧୫ ଧରି ବିଭିନ୍ନ ପର୍ୟାୟରେ ଏହି ସିନେମାର ଶୁଟିଙ୍ଗ ହୋଇଛି।

କାଲିର ଅତୀତ

ଏହି ସିନେମାର ମୁଖ୍ୟ ନାୟକ “ଗୁନୁ” ନିଜର ପୁରୁଣା ଜୀବନକୁ ଫେରୁଛି। ତାର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିବା ପରିବାର। ଗୋଟିଏ ବାତ୍ୟାରୁ ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀ ଏହି ସିନେମାରେ ରହିଛି। “ଗୁନୁ” ସହିତ ସମୁଦ୍ର, ସ୍ମୃତି ଓ ମୃତ୍ୟୁର ଏକ ବିସ୍ତୃତ କୋଲାଜ ପ୍ରସ୍ତୁତ କରିଛନ୍ତି ନୀଳମାଧବ ପଣ୍ଡା। ନିଜ ସିନେମା ବିଷୟରେ ଶ୍ରୀ ପଣ୍ଡା କହନ୍ତି – କାଲିର ଅତୀତ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ।

ନୀଳମାଧବ ପଣ୍ଡା

ଭାରତୀୟ ସିନେମା ଜଗତରେ ନୀଳମାଧବ ପଣ୍ଡା ଏକ ସଫଳ ଓ ସମ୍ମାନଜନକ ନାମ। ପୂର୍ବରୁ “ଆଇ ଆମ କଲାମ’’, “ଜଲ ପରୀ:, “କୌନ କିତନେ ପାନି ମେ”, “ବବଲୁ ହାପି ହୈ”,  “କଡୱି ହାୱା’ ଓ “ହଲକା” ପରି ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁ ବାର ପୁରସ୍କୃତ ହୋଇଛନ୍ତି।  ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତଥା  ପଦ୍ମଶ୍ରୀ ଭଳି ମର୍ୟାଦାଜନକ ପୁରସ୍କାର ପାଇଥିବା ନୀଳମାଧବ ନିଜକୁ ଜଣେ ନିଛକ ଓଡିଆ ଭାବରେ ପରିଚିତ କରାଇଥାନ୍ତି। କାହାଣୀରେ ନୂଆ ସମୟ ର ଆହ୍ଵାନକୁ ଗ୍ରହଣ କରି ସିନେମାରେ ବାସ୍ତବତାର ନୂଆ ଛବି ସେ ତିଆରି କରନ୍ତି। ତାଙ୍କ ସିନେମାରେ ସାଧାରଣ ମଣିଷର ସଂଘର୍ଷ ଓ ସ୍ମୃତିର ଚିତ୍ର ରହିଥାଏ। ଆନ୍ତର୍ଜାତିକ ସ୍ତରରେ ଦୁଇଟି ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରି ନୀଳମାଧବ ଓଡିଶା ପାଇଁ ଗୌରବ ଆଣିଛନ୍ତି।