ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର

Published: Mar 22, 2021, 5:26 pm IST

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା ହୋଇଛି। ‘ଛିଛୋର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ‘ଛିଛୋର’ ମୁଖ୍ୟ ନାୟକ ଥିଲେ।

ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି। ଭୋସଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଅସୁରନ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି।

ସେହିପରି ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଉଭୟ ଓଡିଆ ଚଳଚ୍ଚିତ୍ର ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତେବେ ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି।

Related posts