ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ର ଦେଖିବେ ରାଜ୍ୟପାଳ: ବଲିଉଡରୁ ଆସୁଛନ୍ତି କାଳକାର

Published: Mar 2, 2021, 7:28 pm IST

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ବେଶ୍ ଚର୍ଚ୍ଚିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’।

ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି।

ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପଦକ୍ଷେପ ନେଇଛନ୍ତି।

ଏହି ଅବସରରେ ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ରକୁ ଓଡ଼ିଶାର ରାଜ୍ୟପାଳ ଦେଖିବେ ବୋଲି ସିଲ୍‌ଭର ଗାନ୍ଧୀ ପ୍ରକାଶ କରିଛନ୍ତି।

Related posts