Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ; ‘ଷ୍ଟାର କିରଣ’, ‘ଷ୍ଟାର କିରଣ ଏଚଡି’
ବିଶେଷ ଖବର

ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ; ‘ଷ୍ଟାର କିରଣ’, ‘ଷ୍ଟାର କିରଣ ଏଚଡି’

April 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ; 'ଷ୍ଟାର କିରଣ', 'ଷ୍ଟାର କିରଣ ଏଚଡି'

ଭୁବନେଶ୍ବର: ଓଡିଶା ମନୋରଂଜନ ଜଗତରେ ଧୂମ ମଚାଇ ଆସୁଛି ଡିସ୍ନି ଷ୍ଟାର ନେଟୱାର୍କର ନୂଆ ଓଡିଆ ଚ୍ୟାନେଲ ‘ଷ୍ଟାର କିରଣ’। ଏହି ବିଗ ବଜେଟ ଚ୍ୟାନେଲ  ଜୁନ୍ ପ୍ରଥମ ସପ୍ତାହରେ ଏହାର ପ୍ରସାରଣ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିସହିତ ‘ଷ୍ଟାର କିରଣ ଏଚଡି’ ଚ୍ୟାନେଲ ମଧ୍ୟ ଏକା ସମୟରେ ପ୍ରସାରଣ ହେବ।

ସେଥିପାଇଁ ଭୁବନେଶ୍ବରରେ ଥିବା ‘ଷ୍ଟାର କିରଣ’ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡିଆ ଦର୍ଶକମାନଙ୍କୁ ନୂତନ ଧରଣର ମନୋରଂଜନ ପ୍ରଦାନ କରିବା ପାଇଁ କଂପାନୀ ତରଫରୁ ଉଦ୍ୟମ ଜାରୀ ରହିଛି। ସେଥିପାଇଁ ପ୍ରାୟ ଚାରି ମାସ ଧରି ଓଡିଶାର ବିଭିନ୍ନ ସ୍ଥାନରେ ହାଇ ବଜେଟ ସୁଟିଂ ଚାଲିଛି।

ପ୍ରଥମ ଥର ପାଇଁ ଓଡିଶାର ଦର୍ଶକମାନେ ଏକ ଏଚଡି ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ। ପୂର୍ବରୁ ଜାତୀୟ ସ୍ତରରେ ବିଭିନ୍ନ ମନୋରଂଜନ ଚ୍ୟାନେଲ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି। ଏପରିକି ଆଞ୍ଚଳିକ ସ୍ତରରେ ମଧ୍ୟ କେତେକ ଚ୍ୟାନେଲ ମଧ୍ୟ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି। ହେଲେ ଓଡିଶା ଦର୍ଶକ ଏହି ଏଚଡି କ୍ବାଲିଟ ଚ୍ୟାନେଲ ଦେଖିବାର ସୁଯୋଗ ନ ଥିଲା। ବର୍ତ୍ତମାନ ‘ଷ୍ଟାର କିରଣ ଏଚଡି’ ସେହି ଅଭାବକୁ ପୂରଣ କରିବାକୁ ଯାଉଛି।

ଷ୍ଟାର କିରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ପ୍ରଯୋଜକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେମାନଙ୍କର କହିବା କଥା ଯେ, ଷ୍ଟାର ଟିଭି ବର୍ତ୍ତମାନ ଯେଉଁ ପ୍ରକାରର କାର୍ଯ୍ୟକ୍ରମ ଆଣୁଛି ତାହା ଓଡିଆ ମନୋରଂଜନ ଜଗତରେ କେବେ ବି ହୋଇ ନ ଥିଲା। ଏଥିସହିତ କଂପାନୀ ଗୋଟିଏ ଗୋଟିଏ ଧାରାବାହିକ ପଛରେ ଯେତେ ପଇସା ଖର୍ଚ୍ଚ କରୁଛି ତାହା ଓଡିଶାରେ କେହି କରି ନାହାଁନ୍ତି। ଏପରି ହାଇ ବଜେଟ କାର୍ଯ୍ୟକ୍ରମ ଓଡିଶା ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି।

ଓଡିଶାର ମନୋରଂଜନ ଶିଳ୍ପରେ ବର୍ତ୍ତମାନ ପାଞ୍ଚୋଟି ଚ୍ୟାନେଲ ମଧ୍ୟରେ ପ୍ରତିଯୋଗୀତା ଚାଲିଛି। ସେଗୁଡିକ ହେଉଛି ତରଙ୍ଗ, ଜୀ ସାର୍ଥକ, କଲରସ ଓଡିଆ, ସିଦ୍ଧାର୍ଥ ଟିଭି ଏବଂ ମଞ୍ଜରୀ ଟିଭି। ଏଗୁଡିକ ମଧ୍ୟରୁ ତରଙ୍ଗ ଏବଂ ଜୀ ସାର୍ଥକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଥିବା ବେଳେ ଅନ୍ୟ ଚ୍ୟାନେଲଗୁଡିକ ସଂଘର୍ଷ ଚଳାଇଛନ୍ତି। ଏହି ପ୍ରତିଯୋଗୀତାରେ ଷ୍ଟାର ପରି ଜାତୀୟ ସ୍ତରର ଚ୍ୟାନେଲ ସାମିଲ ହେବ।

ଦେଶରେ ଡିସ୍ନି ଷ୍ଟାର ନେଟୱାର୍କର ବର୍ତ୍ତମାନ ଛଅଟି ଆଞ୍ଚଳିକ ଭାଷାର ଚ୍ୟାନେଲ ରହିଛି।ସେଗୁଡିକ ହେଲା ମାଲାୟାଲମ୍, କନ୍ନଡ, ତେଲୁଗୁ, ତାମିଲ, ବଙ୍ଗଳା ଏବଂ ମରାଠୀ। ଏହା ଯଥାକ୍ରମେ ଏସିଆନେଟ୍, ଷ୍ଟାର୍ ସୁବର୍ଣ୍ଣା, ଷ୍ଟାର୍ ମା, ଷ୍ଟାର୍ ବିଜୟ, ଷ୍ଟାର୍ ଜଲସା ଏବଂ ଷ୍ଟାର୍ ପ୍ରଭା ବ୍ରାଣ୍ଡରେ ଚାଲିଛି। ଷ୍ଟାର କିରଣ, ଏହି ନେଟୱାର୍କର ସପ୍ତମ ଆଞ୍ଚଳିକ ଭାଷାର ଚ୍ୟାନେଲ ହେବ।

Star Kirano STAR KIRANO HD ଷ୍ଟାର କିରଣ ଷ୍ଟାର କିରଣ ଏଚଡି
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.