Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା
ଆଜିର ଖବର

ପ୍ରକାଶ ପାଇଲା କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା

May 13, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ତାଲିକାରେ ‘ରକେଟ୍ରୀ’ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି। ଆର. ମାଧବନ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କାନ୍ସର ଚଳିତ ସଂସ୍କରଣରେ ‘ରକେଟ୍ରୀ’ର ୱାର୍ଲ୍ଡ ପ୍ରିମିୟର ହେବ। ପାଲାଇସ୍‌ କେ. ଠାରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ର ପ୍ରିମିୟର ହେବ। ଅନ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଅଲିମ୍ପିଆ ଥିଏଟରରେ କରାଯିବ। ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ନିମ୍ନରେ ଦିଆଗଲା।

୧- ରକେଟ୍ରୀ – ଦ ନାମ୍ବୀ ଇଫେକ୍ଟ

ନିର୍ଦ୍ଦେଶକ : ଆର. ମାଧବନ

ନିର୍ମାତା : ଆର. ମାଧବନ

ଭାଷା : ହିନ୍ଦୀ, ଇଂରାଜୀ, ତାମିଲ

ସାରାଂଶ:

ରକେଟ୍ରୀ- ଦ ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରରେ ନାମ୍ବି ନାରାୟଣନଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି ଯାହାକି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ତଥା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ଦ୍ବାରା  ଏକ ଟିଭି ସାକ୍ଷାତକାରରେ ପରିପ୍ରକାଶ ହୋଇଛି। ନିଜର ପ୍ରତିଭା ଏବଂ ଉଚ୍ଚାଭିଳାଷ କାରଣରୁ ନାମ୍ବି ନାରାୟଣନଙ୍କୁ ଅନେକ ଶତ୍ରୁତା ଓ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଥିଲା। ଏସବୁ ଦିଗ ତାଙ୍କୁ ଜଣେ ଆକର୍ଷଣୀୟ ତଥା ଆଧୁନିକ ନାୟକରେ ପରିଣତ କରିଥିଲା। ନିରବ ହୋଇ ସମାଜରେ ରହି ଉପଲବ୍ଧି ହାସଲ କରିବା ଏବଂ ଆଗକୁ ଯାଇ ଅଧିକ ସଫଳତା ହାସଲ କରିବାର ଜଣେ ବ୍ୟକ୍ତିଙ୍କ ଜୀବନ ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ନାମ୍ବି ନାରାୟଣନ ହୁଅନ୍ତୁ କିମ୍ବା ଗରିବ ପିଲାମାନଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ, ସୀମାରେ ନିୟୋଜିତ ସୈନିକ, ଦୂରବର୍ତ୍ତୀ ଗାଁରେ ସେବା ଦେଉଥିବା ଡାକ୍ତର, କିମ୍ବା ଦରିଦ୍ରମାନଙ୍କର ସେବା କରୁଥିବା ସ୍ବେଚ୍ଛାସେବୀ, ପ୍ରତ୍ୟେକ ସ୍ବତନ୍ତ୍ର ଯୋଗଦାନକାରୀଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ସମ୍ମାନ ଦେବା ଲାଗି ଏ ଚଳଚ୍ଚିତ୍ର ଦର୍ଶକଙ୍କୁ ଆହ୍ବାନ କରିଛି। ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚରାଯାଇଛି – ଆମେ ନିର୍ଦ୍ଦୋଷ ଓ ଶକ୍ତିହୀନଙ୍କ ପାଇଁ ଶକ୍ତିଶାଳୀ ଲୋକମାନଙ୍କ ଆଧିପତ୍ୟ ବିରୋଧରେ କାହିଁକି ଛିଡ଼ା ହୋଇନଥାଉ? କେବଳ ନାମ୍ବି ନୁହନ୍ତି, ଏମିତି ମୌନ ରହି ଉପଲବ୍ଧି ହାସଲ କରୁଥିବା ହଜାର ହଜାର ଲୋକ ରହିଛନ୍ତି, ସେମାନେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ।

ଏସବୁ କାହାଣୀ-ଜାଣିବା ଶୁଣିବାର ଆବଶ୍ୟକତା ରହିଛି। ଏହା ନାମ୍ବିଙ୍କ ଠାରୁ ଆରମ୍ଭ ହୋଇଛି, କିନ୍ତୁ ଏହା କେବଳ ଏକ ଆରମ୍ଭ।

୨- ଗୋଦାବରୀ:

ନିର୍ଦ୍ଦେଶକ: ନିଖିଲ ମହାଜନ

ନିର୍ମାତା: ବ୍ଲୁ ଡ୍ରପ୍‌ ଫିଲ୍ମସ୍‌ ପ୍ରାଇଭେଟ୍‌ ଲିମିଟେଡ

ଭାଷା: ମରାଠୀ

ସାରାଂଶ:

ଏହା ନିଶିକାନ୍ତ ଦେଶମୁଖଙ୍କ କାହାଣୀ – ଯିଏକି ଏକ ନଦୀ କୂଳରେ ନିଜ ପରିବାର ସହିତ ଏକ ପୁରୁଣା ବଙ୍ଗଳାରେ ରହିଥାନ୍ତି । ଅନେକ ପିଢ଼ି ଧରି ନିଶି ଓ ତାଙ୍କ ପରିବାର ଭଡ଼ା ଅସୁଲ କରିବା କାମ କରୁଛନ୍ତି । ତାଙ୍କ ପାଖରେ ସହରର ପୁରୁଣା ପାର୍ଶ୍ବରେ ଅନେକ ସମ୍ପତ୍ତି ରହିଛି । ତାଙ୍କର ଜେଜେବାପା ନରୋପନ୍ତ ଡିମେନସିୟା ରୋଗରେ ପୀଡ଼ିତ, ତାଙ୍କ ପିତା ନୀଳକାନ୍ତଙ୍କୁ ଭୂଲାରୋଗ ରହିଛି ।

ଏ ପରିବାରର ବର୍ତ୍ତମାନର ବଂଶଜ ରୂପରେ, ନିଶିକାନ୍ତ ନିଜ ଜୀବନକୁ ନେଇ ନିରାଶ ହୋଇଯାଇଛନ୍ତି । ସେ ପୁରୁଣା ସହରର ଚାଲିଚଳଣିକୁ ଘୃଣା କରିଥାନ୍ତି, ସେ ନିଜ ଜୀବନର ତୁଚ୍ଛତାକୁ ନେଇ ଘୃଣା କରିଥାନ୍ତି, ସେ ଏହାକୁ ନେଇ ମଧ୍ୟ ଘୃଣା କରିଥାନ୍ତି ଯେ ସେ ଅକ୍ଷମ ଅଟନ୍ତି- କିନ୍ତୁ ଅଧିକାଂଶ ଭାରତୀୟ ପୁରୁଷଙ୍କ ଭଳି ସେ ନିଜ ଘୃଣାକୁ ନିଜ ଭିତରେ ସମାହିତ କରିଥାନ୍ତି ଏବଂ ସାରା ଦୋଷ ଭଡ଼ାଟିଆ ଏବଂ ସହର ଭଳି କାରଣକୁ ଦେଇଥାନ୍ତି, ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ ମଧ୍ୟ କୁହାଯାଇପାରିବ ନାହିଁ । ନିଶିକାନ୍ତ ଭଡ଼ା ଅସୁଲ କରିଥାନ୍ତି ଏବଂ ନଦୀ ଠାରୁ ଦୂରରେ ନିଜର ଛୋଟ ଆପାର୍ଟମେଣ୍ଟରେ ଭିଡ଼ିଓ ଗେମ୍‌ ଖେଳିଥାନ୍ତି । ନିଜ ଜୀବନକୁ ସେ ଅର୍ଥହୀନ ବୋଲି ଭାବି ବିତାଇଥାନ୍ତି।

୩- ଅଲଫା ବୀଟା ଗାମା:

ନିର୍ଦ୍ଦେଶକ: ଶଙ୍କର ଶ୍ରୀକୁମାର

ନିର୍ମାତା: ଛୋଟୀ ଫିଲ୍ମ ପ୍ରଡକ୍ସନ

ଭାଷା: ହିନ୍ଦୀ

ସାରାଂଶ

ନିର୍ଦ୍ଦେଶନା କ୍ଷେତ୍ରରେ ଜୟଙ୍କ କ୍ୟାରିୟର ନିରନ୍ତର ଉଚ୍ଚତା ଆଡ଼କୁ ଆଗକୁ ବଢ଼ୁଛି କିନ୍ତୁ, ତାଙ୍କର ବୈବାହିକ ଜୀବନ ସଙ୍କଟରେ ପଡ଼ିଛି । ସେ ନିଜ ପ୍ରେମିକା କାୟରାଙ୍କ ସହିତ ଜୀବନ ଆଗକୁ ବଢ଼ାଇବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କ ପତ୍ନୀ ମୀତାଲି ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ଏବଂ ଇଞ୍ଜିନିୟର ପ୍ରେମିକ ରବିଙ୍କୁ ବାହା ହେବାକୁ ଇଚ୍ଛା କରୁଛନ୍ତି । ଏମାନଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି।

୪- ବୁମ୍ବା ରାଇଡ୍:‌

ନିର୍ଦ୍ଦେଶକ: ବିଶ୍ବଜିତ୍‌ ବୋରା

ନିର୍ମାତା: କ୍ବାଟରମୁନ୍‌ ପ୍ରଡକ୍ସନ

ଭାଷା: ମିଶିଙ୍ଗ

ସାରାଂଶ:

ଗଡ଼ ଅନ୍‌ ଦ ବାଲକୋନୀର ନିର୍ଦ୍ଦେଶକ ବିଶ୍ବଜିତ ବୋରାଙ୍କ ବୁମ୍ବା ରାଇଡ୍‌ ଭାରତର ଗ୍ରାମୀଣ ଶିକ୍ଷା ପ୍ରଣାଳୀରେ ବ୍ୟାପି ରହିଥିବା ଦୁର୍ନୀତିକୁ ନେଇ ଆଧାରିତ ଏକ ସମାଲୋଚନାଧର୍ମୀ ହାସ୍ୟ ବ୍ୟଙ୍ଗ ଚଳଚ୍ଚିତ୍ର – ଏହା ଆଠ ବର୍ଷର ଏମିତି ଜଣେ ବାଳକ (ନବୋଦିତ ଇନ୍ଦ୍ରଜିତ ପେଗୁ, ଏକ ଉଲ୍ଲେଖନୀୟ ଭୂମିକାରେ)ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଯିଏକି ଗୋଳମାଳ କରି ଖେଳକୁ ନିଜ ପକ୍ଷରେ କରିବା ଲାଗି ଜାଣନ୍ତି । ଏକ ସତ୍ୟ ଘଟଣା ଉପରେ ଆଧାରିତ, ଏ ଚଳଚ୍ଚିତ୍ରକୁ ଆସାମର ବ୍ରହ୍ମପୁତ୍ର ନଦୀ ତଟରେ ଅଧିକାଂଶ ଅଣପେସାଦାର କଳାକାରଙ୍କୁ ନେଇ ଶୁଟିଂ କରାଯାଇଛି ।

୫- ଧୂଇଁ:

ନିର୍ଦ୍ଦେଶକ: ଅଚଳ ମିଶ୍ରା

ନିର୍ମାତା: ଅଚଳ-ଚିତ୍ର

ଭାଷା: ହିନ୍ଦୀ, ମରାଠୀ

ସାରାଂଶ:

ଅଭିନେତା ହେବାକୁ ଚାହୁଁଥିବା ପଙ୍କଜ ସ୍ଥାନୀୟ ନଗରପାଳିକା ପାଇଁ ପଥପ୍ରାନ୍ତ ନାଟକ କରି ପେଟ ପୋଷିଥାନ୍ତି। ତାଙ୍କର ବହୁତ ବଡ଼ ସ୍ବପ୍ନ ରହିଛି। ସେ ନିଜ ବନ୍ଧୁ ପ୍ରଶାନ୍ତଙ୍କ ସହିତ ମାସକ ଭିତରେ ମୁମ୍ବାଇ ଯିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ଯଥେଷ୍ଟ ସଞ୍ଚୟ କରୁଛନ୍ତି। ଲକଡାଉନ ପରେ ତାଙ୍କ ଘରେ ଆର୍ଥିକ ସଙ୍କଟ ଦେଖାଦେଉଛି। ତାଙ୍କର ଅବସରପ୍ରାପ୍ତ ପିତା କୌଣସି ଏକ ଚାକିରି ସନ୍ଧାନରେ ରହିଛନ୍ତି। ଏମିତି ସବୁ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

୬- ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ:

ନିର୍ଦ୍ଦେଶକ: ଜୟରାଜ

ନିର୍ମାତା: ନବନୀତ ଫିଲ୍ମସ

ଭାଷା: ମଲୟାଲମ

ଆଠ ବର୍ଷର ବାଳକ ପୂଜନ କୌଣସି ସାଧାରଣ ବାଳକ ନଥିଲା। ଝରଣା କୂଳରେ ସେ ମାଛ ଧରିବା ଭଳି ଛୋଟ ଛୋଟ କାମ କରି ସେ ପେଟ ପୋଷୁଥିଲା ଓ ପରିବାର ଚଳାଉଥିଲା। ତା’ ପରିବାରରେ ମଦୁଆ ବାପା, ଜେଜେବାପା ଓ ଅଣଜେଜେବାପା ଥିଲେ। ଥରେ ସେ ନୌକା ନେଇ ନଦୀକୂଳରେ ବସିଥିବା ସମୟରେ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ଭେଟିଥିବ। ଉକ୍ତ ଅନ୍ଧ ବ୍ୟକ୍ତିଙ୍କ ବିଷୟରେ ଅନୁସନ୍ଧାନ କରି ଜାଣିବାକୁ ଚେଷ୍ଟା କରି ପୂଜନ ନିରାଶ ହୋଇଥିବ। ଶେଷରେ ସେ ଏକ ଶୁଆ ଠାରୁ ‘ଶୁଆ ଭର୍ତ୍ତି ଥିବା ଗଛ’ ବିଷୟରେ ଶୁଣିବ। ସେହି ଗଛ ପାଖରେ ବୃଦ୍ଧଙ୍କ ଘର ଥିବ ଭାବି ସେ ତାଙ୍କୁ ସେଠାକୁ ନେଇଯିବ। କିନ୍ତୁ ଅନ୍ଧ ବୃଦ୍ଧଙ୍କ ପରିବାର ଲୋକମାନେ ତାଙ୍କୁ ବୋଝ ବୋଲି ଭାବୁଥିବେ ଏବଂ ପାଖରେ ରଖିବା ପାଇଁ ଚାହୁଁନଥିବେ। ଏହାପରେ ପୂଜନ ସେହି ବୃଦ୍ଧଙ୍କୁ ଧରି ନୌକାରେ ନିଜ ସାଥୀରେ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେବ। ଏହି କାହାଣୀକୁ ନେଇ ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

କାନ୍ସ ଚଳଚ୍ଚିତ୍ର ମହୋତ୍ସବ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.