Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ଲୋକାର୍ପିତ
ଆଜିର ଖବର

ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ଲୋକାର୍ପିତ

August 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନା ରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଆମର ମ୍ୟୁଜିକ ର ଡିଜିଟାଲ୍‌ ମୁଖ୍ୟ ସୁରଜ ମହାନତା, କଣ୍ଟେଟ୍ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଗୀତିକାର ଡକ୍ଟର ନିର୍ମଳ ନାୟକ, କୁମାରଶ୍ରୀ ସାହୁ, ଓଲିଉଡ୍ କ୍ରି୍ଏଟିଭ ହେଡ଼ ତଥା ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟି ଆସନ୍ତା ଅକ୍ଟୋବର ୧୨ ରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣା ପଡିଛି। ଚଳଚ୍ଚିତ୍ରରେ ସ୍ୱରର ଯାଦୁଗର ତଥା ଯୁବପିଢ଼ିଙ୍କ ପ୍ରଥମ ପସନ୍ଦର ଗାୟକ ଗାୟିକା ଯଥା : ସ୍ୱୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଆମର ମ୍ୟୁଜିକ ର “ମାଲ ମହୂ ଜୀବନ ମାଟି” ଚଳଚ୍ଚିତ୍ର ସୁପରହିଟ ହୋଇଥିବା ବେଳେ “ତୃଷ୍ଣା” ବି ବେଶ୍ ଲୋକାଦୃତ ହେବ ବୋଲି ଟିମ୍ ପକ୍ଷରୁ‌ ଆଶା ପ୍ରକଟ କରାଯାଇଛି। “ତୃଷ୍ଣା” ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ରିୟା, ବିଶ୍ୱଜିତ ପଣ୍ଡା ଭଳି ଲୋକପ୍ରିୟ କଳାକାର ମାନେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ଆଜିଠାରୁ ଦେଖିପାରିବେ।

"ତୃଷ୍ଣା" ଅଡିଓ ଲୋକାର୍ପିତ ଆମର ମ୍ୟୁଜିକ ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.