Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ ପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’: ବୁଦ୍ଧିଜିଵୀଙ୍କ ଦୃଢୋକ୍ତି
ଆଜିର ଖବର

ବଡ ପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’: ବୁଦ୍ଧିଜିଵୀଙ୍କ ଦୃଢୋକ୍ତି

October 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ବର: ଭୂବନେଶ୍ବର ଠାରେ ଏକ ପଞ୍ଚତାରକା ହୋଟେଲ୍ ରେ ନୂଆ ଚଳଚ୍ଚିତ୍ର “ବୋଉର ହାତ ବାକ୍ସ ” ର ଅଫିସିଆଲ୍‌ ଟ୍ରେଲର ରିଲିଜ୍ ହୋଇ ବୁଦ୍ଧିଜିବୀଙ୍କ ଦ୍ବାରା ଆଦୃତି ଲାଭ କରିଥିଲା।

ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ ପତି, ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ବିନି ପଟ୍ଟନାୟକ, ସୂର୍ଯ୍ୟ ରଥ ଅଭିନେତ୍ରୀ ସୁଶ୍ରୀ ସବିତା ପ୍ରମୁଖ ଉପସ୍ଥିତ ଥିଲେ।

ମୁକ୍ତିଲାଭ ପୂର୍ବରୁ ଏବେ ବେଶ ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’। ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ନାରାୟଣ ପତି ସଜାଇଛନ୍ତି। ଓଡିଆ ପରିବାରର ଶବ୍ଦ ଚାତୁରୀ ଏହି ସିନେମାରେ ଦେଖିବାକୁ ମିଳିଛି। ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପତି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।

ସିନେମାରେ ବୋଉ ଭୂମିକାରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର। ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଗାଁରେ ରହୁଥିବା ମା’ର, ମାଇଲ ମାଇଲ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଓ ଅନାବିଳ ପ୍ରେମକୁ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି। ଯାହାକୁ ଅତି ସୁନ୍ଦର ଭାବେ ତୋଳି ଧରିଛନ୍ତି ଲୋପାମୁଦ୍ରା। ପରିବାର ପ୍ରତି ଦାୟିତ୍ୱ, ବୟସ୍କ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଓ ଘର ଠାରୁ ଦୂରରେ ରହୁଥିବା ପୁଅ ପ୍ରତି ସମ୍ବେଦନଶୀଳତା କିଭଳି ରହିବା ଦରକାର ତାହା ସିନେମାରେ ଅଭିନୟ କରି ଦେଖାଇଛନ୍ତି ଲୋପାମୁଦ୍ରା। ଏକଦମ ଗମ୍ଭୀର ଅଭିନୟ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ଲୋପାମୁଦ୍ରାଙ୍କ ଅଭିନୟ। ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ବୋଉ ଚରିତ୍ରର ନିଖୁଣ ଅଭିନୟ କରାଯାଇଛି।

ଏକ ମଧ୍ୟବିତ୍ତ ପରିବାରରେ ବୋଉ ଚରିତ୍ର ଯେଭଳି ହୋଇଥାଏ ସିନେମାରେ ଏକଦମ ସେଭଳି ଦେଖାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦ୍ଦେଶକ। ସ୍ନେହ ଦେବାରେ ଉଣା ନାହିଁ କି କିଛି ପାଇବାର ଆଶା ନାହିଁ। ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ। ଓଡିଆ ଘରମାନଙ୍କରେ ପିଲାମାନଙ୍କ ପାଇଁ ସବୁ ବୋଉ ମାନେ ହାତ ବାକ୍ସ ଗୋଟିଏ ଲେଖାଏଁ ରଖିଥାନ୍ତି। କିନ୍ତୁ ସେଥିରେ କଣ ଥାଏ ତାହା କାହାକୁ ବି ଜଣା ନଥାଏ। କେବେ ପିଲାଙ୍କୁ ଦେଖାଇ ଦେଇନଥିବା ସେ ହାତ ବାକ୍ସ ଭିତରେ ସତରେ କଣ ରହିଥାଏ ତାହା ଏହି ସିନେମାରେ ପୁଅ ଦେଖିପାରୁଛି କି ନାହିଁ ସିନେମା ମୁକ୍ତିଲାଭ ପରେ ଜଣାପଡିବ।

ଦେହରେ ବେଶୀ ଦାମିକିଆ ଶାଢ଼ୀ ନାହିଁ କି ମୂଲ୍ୟବାନ ଅଳଙ୍କାର ବି ନାହିଁ। ବୟସ୍କଙ୍କ ଭଳି କପାଳ ଉପରକୁ ଥିବା କେଶ ଗୁଡିକ ହାଲୁକା ଧଳା ହୋଇଯାଇଛନ୍ତି। ଲାଲ ଟୋପା ସିନ୍ଦୂର ସହ ସୀନ୍ଥିରେ ସିନ୍ଦୂର ଝଟକୁଛି। ଗୁମସୁମ ମୁହଁ, ଗମ୍ଭୀର ଚେହେରା, ଅଳ୍ପହସ ସହ ଯେଉଁ ପୋଷ୍ଟରଟି ସାମ୍ନାକୁ ଆସିଛି ତାହା ହିଁ ବୁଝାଇ ଦେଇଛି ବୋଉ ଶବ୍ଦର ଅର୍ଥ କଣ? ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ କିଛି ବର୍ଷ ଧରି ଓଡିଆ ସିନେମାରେ ପାରିବାରିକ କାହାଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ବେଳେ ନିର୍ଦ୍ଦେଶକ ନାରାୟଣ ପତି ଓ ନିର୍ମାତା ସଂଜୟ ଦାସ ପାରମ୍ପାରିକ ସିନେମା ଠୁ ଦୂରକୁ ଯାଇ ନୂଆ କିଛି କରିବାକୁ ପ୍ରୟାସ କରିଛନ୍ତି।

ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି। ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି କ୍ଷୀତିପ୍ରକାଶ ମହାପାତ୍ର।

ବିରଜା ପ୍ରସନ୍ନ କର ଚିତ୍ର ଉତ୍ତୋଳନ କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ସିନେମାର ମିଡିଆ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ପୋଷ୍ଟର ଓ ମ୍ୟୁଜିକ ରିଲିଜ ପୂର୍ବରୁ ହୋଇଥିବା ବେଳେ ଖୁବଶୀଘ୍ର ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରେଲର ରିଲିଜ୍ ନୂଆ ଚଳଚ୍ଚିତ୍ର ଭୂବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.