Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ
ଆଜିର ଖବର

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

January 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସବୁକିଛି ଅନଲାଇନରେ ଉପଲବ୍ଧ। କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ଯୋଗସୂତ୍ର। ହେଲେ ଠିକ ସମୟରେ, ଠିକ ବ୍ୟକ୍ତି ପାଖରେ ତଥା ସଠିକ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ। ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆ ଠାରେ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି‌ ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ଅଭିନେତା ବୁଦ୍ଧାଦିତ୍ୟ, ଶକ୍ତି ବରାଳ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ନିର୍ଦ୍ଦେଶକ ଅଶ୍ବିନୀ ତ୍ରୀପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜେ.ଆର.ଏମ ଙ୍କ କାହାଣୀ, ଅଶ୍ୱିନୀ ତ୍ରିପାଠୀଙ୍କ ଚିତ୍ରନାଟ୍ୟ ତଥା ଡକ୍ଟର ଦୀପକ ଜେନାଙ୍କ ସଂଳାପ ରଚନା ସହ ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ଜେ.ଆର. ଏମ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ସୂର୍ଯ୍ୟମୟୀ, ପ୍ରିୟମ୍ବଦା ଓ ଶୈଳେନ୍ଦ୍ର ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ ନିଜେ, ଅମନ୍, ଗୁଡ୍ଡୁ ଓ ପୁପୁଲ ଭୂୟାଁ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଖ୍ୟାତ ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି।

ପ୍ରଯୋଜନା ସଂସ୍ଥା ଜେଆରଏମ୍ (ଇନଫ୍ୟୁଜନ ଇଣ୍ଟରଟେନମେଣ୍ଟ) ଦ୍ୱାରା ପ୍ରଯୋଜିତ ଓ ପରିକଳ୍ପିତ କାହାଣୀ କୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ପ୍ରାୟ ଆଠ ମାସ ସମୟ ନେଇ ଲେଖିଛନ୍ତି ଡକ୍ଟର ଦୀପକ ରଞ୍ଜନ ଜେନା। ପ୍ରଯୋଜନା ସଂସ୍ଥା ତରଫରୁ ଏହି କାହାଣୀ ପରିକଳ୍ପନା ସମୟରେ ଡକ୍ଚର ବାଦଲ ମହାନ୍ତି ଏବଂ ଅଭିନେତ୍ରୀ ମହାଶ୍ୱେତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗୋଟିଏ ପ୍ରକୃତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କାହାଣୀର ଚିତ୍ରନାଟ୍ୟ ଏପରି ହୋଇଛି ଯେ ଚାରୋଟି ଯାକ ମୁଖ୍ୟ ଚରିତ୍ରକୁ ସମାନ ଭାବରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ଏହି ଚଳଚ୍ଚିତ୍ରରେ ପ୍ରତ୍ୟେକଟି ଚରିତ୍ରକୁ ନ୍ୟାୟ ପ୍ରଦାନ କରି ସେମାନଙ୍କର ଭୂମିକାକୁ ଦମଦାର କରାଯାଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତି ରଞ୍ଜନ‌ ମହାନ୍ତି ମତ ପ୍ରକାଶ କରିଛନ୍ତି।

କାହାଣୀ ଯେପରି ବଳିଷ୍ଠ ସେପରି ଚଳଚ୍ଚିତ୍ରର ସଙ୍ଗୀତ ମଧ୍ଯ ଖୁବ ବଳିଷ୍ଠ ଏବଂ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇଛି। ଗୀତଗୁଡ଼ିକ ସଙ୍ଗୀତରେ ସଜେଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ୩୮ ଦିନ ସମୟ ନେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ଗୀତକୁ ରାପ୍ ସଙ୍ଗୀତ ଭାବରେ ସଜାଯାଇଛି। ଏହା ସହ ଆଉ ଚାରୋଟି ଗୀତ ରହିଛି। ‘ପାନ ଗୁଆ ଖଇର ଗୁଆକାତି…, ଆମେ ସବୁ ଗଭର୍ନର ଙ୍କ ବଡ଼ ନାତି…’ ଏହି ଗୀତ ଆଗାମୀ ଦିନରେ ଶ୍ରୋତା ଙ୍କୁ ବେଶ ପସନ୍ଦ ଆସିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି l ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଗରିବ ଲୋକର ଜୀବନ ଓ ଧନୀ ଲୋକଙ୍କ ଜୀବନର ତୁଳନା ଏହି ଗୀତରେ କରାଯାଇଛି। ଗୀତ ଗୁଡ଼ିକ ମଧ୍ୟରେ ଜଣେ ସାଧାରଣ ଲୋକ ନିଜ ଜୀବନର ଝଲକ ପାଇବ। ସବୁବେଳେ ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି ଓ ମୁମ୍ବାଇରେ ରେକଡିଂ ହୋଇଥିବା ଏହି ଗୀତ ସେ ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ସମୟ ନେଇଥିଲେ। ଚଳଚ୍ଚିତ୍ର ଓଡିଶାର ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲ୍ ରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳିରେ ପ୍ରଚାର ପ୍ରସାର କରାଯିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ ସୂଚନା‌ ଦେଇଛନ୍ତି।

ସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ “ଡେଲିଭରୀ ବୟ” ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
ଆମର ମ୍ୟୁଜିକ ସଙ୍ଗୀତ ବିତରଣ ଦାୟିତ୍ବ ନେଇଛନ୍ତି, ସମସ୍ତ ଗୀତ ଆଜିଠାରୁ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦେଇଛନ୍ତି।

ଓଡିଆ ଚଳଚ୍ଚିତ୍ର ଡେଲିଭରି ବୟ'
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026
Latest News

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.