Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅକ୍ଷୟ କୁମାର ପରିଜାଙ୍କୁ ୟୁଏଇ ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ
ଅନ୍ତରାଷ୍ଟ୍ରୀୟ

ଅକ୍ଷୟ କୁମାର ପରିଜାଙ୍କୁ ୟୁଏଇ ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ

January 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରେଟି ଆର୍ଟିଷ୍ଟ କ୍ୟାଟେଗୋରୀରେ ଦୁବାଇ ( ୟୁଏଇ) ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ କରାଯାଇଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ମାଲାୟଲମ ଭାଷାରେ ୩୩ ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ। ଓଡ଼ିଶାର ନିଜର ସବୁଠାରୁ ବଡ଼ ଘରୋଇ ଷ୍ଟୁଡିଓରେ ଏକ ଦଶନ୍ଧି ଧରି ୭୦୦୦ ରୁ ଅଧିକ ଟେଲିଭିଜନ ଏପିସୋଡ୍ କରିବା ସହ ୩୫୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ଶ୍ରୀଯୁକ୍ତ ପରିଜାଙ୍କୁ ଶାହରୁଖ ଖାନ୍, ମୋହନଲାଲ, ମାମୁଟି, ସୁନୀଲ ସେଟ୍ଟି, ସୋନୁ ନିଗମ ପରି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ସମକକ୍ଷ ଏହି ଭିସା ପ୍ରଦାନ କରାଯାଇଥିବାରୁ ଏହା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ସମ୍ମାନ ତଥା ଗୌରବର ବିଷୟ।

“ଦୁବାଇରେ ଏକ ବିଶ୍ୱସ୍ତରୀୟ କଳାକାର ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ ମୁଁ ଦୁବାଇ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କ ପ୍ରଗତିଶୀଳ ନୀତିକୁ ଅଶେଷ ଧନ୍ୟବାଦ ଜଣାଉଛି। ସେମାନଙ୍କ ମଧ୍ୟରୁ ଜଣେ ଭାବରେ ମୁଁ ଅଭିହିତ ହୋଇଥିବାରୁ ମୁଁ ଖୁସି ଏବଂ ଗର୍ବିତ ବୋଲି ଶ୍ରୀଯୁକ୍ତ ପରିଜା ଫୋନ୍ ଯୋଗେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ତେବେ ସେ ଓଡ଼ିଶାରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧି ପାଇଁ ତାଙ୍କର ଅବଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ମତ ପ୍ରକଶ କରିଛନ୍ତି। ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ କୁ ଧନ୍ୟବାଦ ଦେଇ ଶ୍ରୀ ପରିଜା କହିଛନ୍ତି ଯେ ଖୁବ ଶୀଘ୍ର ଭୁବନେଶ୍ୱର ଏବଂ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ହେବ। ଦୁବାଇ ଏବଂ ଓଡ଼ିଶା ମଧ୍ୟରେ ମୋର ସମୟ ସମାନ ଭାବରେ ବାଣ୍ଟିବାକୁ ମୁଁ ପ୍ରସ୍ତାବ ଦେଇଛି ବୋଲି ସେ କହିଛନ୍ତି।

ଦୁଇଟି ଜାତୀୟ ପୁରସ୍କାର, ୪୩ ଟି ରାଜ୍ୟ ପୁରସ୍କାର ଏବଂ ୧୬ ଟି ଆନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ଶ୍ରୀ ପରିଜା ଓଡ଼ିଶା ସିନେ ଏବଂ ଟେଲିଭିଜନ ଜଗତ ସହିତ ଏକ ଭାବପ୍ରବଣତାର ସମ୍ପର୍କ ରଖିଆସିଛନ୍ତି ଏବଂ କଳାକାର ସମାଜ ପାଇଁ ଭଲ ବିଷୟବସ୍ତୁ ଏବଂ ନିଯୁକ୍ତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଆଗାମୀ ଦିନରେ ଓଡ଼ିଶା ଏକ ଆନ୍ତର୍ଜାତୀୟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍ଥାନ ହେବ ବୋଲି ଶ୍ରୀ ପରିଜା ମତବ୍ୟକ୍ତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.