Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟ୍ରିମିଙ୍ଗ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”
ଆଜିର ଖବର

ଷ୍ଟ୍ରିମିଙ୍ଗ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

February 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଗତକାଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହୋଇଯାଇଛି। ୧୯୩୦ ଦଶକର ରାଜାରାଜୁଡ଼ା ଶାସନ ସମୟର ଏକ ଗରୀବ ଗାଁ ମୁଖିଆଙ୍କ କାହାଣୀ।  କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣତଃ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି କପିଳେଶ୍ଵର ମହାପାତ୍ର, ସଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରାମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବାବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍, ପୃଥ୍ଵୀରାଜ ନାଏକ, ରୋଜି ଷଡ଼ଙ୍ଗୀ, ତପସ୍ୱିନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଲୋକାଦୃତ ହେବା ପରେ ନୂଆ ଚଳଚ୍ଚିତ୍ର “ଶଲା ବୁଢା” କୁ ଦର୍ଶକାଦୃତି ମିଳିବାରେ ଲାଗିଛି।

"ଶଲା ବୁଢା" ଓଟିଟି ପ୍ଲାଟଫର୍ମ ଓଡିଆ ଚଳଚ୍ଚିତ୍ର କଞ୍ଚାଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

June 21, 2026

ବାଘ ଛାଲ କାରବାରର ପର୍ଦ୍ଦାଫାସ୍ : ଜଣେ ଗିରଫ

June 21, 2026

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା : ଦୋକାନରେ ପଶି ବାପ-ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

June 21, 2026

ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

June 21, 2026
Latest News

ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

June 21, 2026

ବାଘ ଛାଲ କାରବାରର ପର୍ଦ୍ଦାଫାସ୍ : ଜଣେ ଗିରଫ

June 21, 2026

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା : ଦୋକାନରେ ପଶି ବାପ-ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

June 21, 2026

ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

June 21, 2026

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.