୨୫ ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତ୍ରୀ ଆକାଂକ୍ଷା ଦୁବେ

Published: Mar 26, 2023, 2:04 pm IST

ନୂଆଦିଲ୍ଲୀ: ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଛି। ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଅଳ୍ପ ବୟସରେ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ବନାରସର ଏକ ହୋଟେଲରେ ଆକାଂକ୍ଷା ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସମାନ ପ୍ରଶ୍ନ ଉଙ୍କି ମାରୁଛି ଯେ, ଆକାଂକ୍ଷା ଏତେ କମ ବୟସରେ କାହିଁକି ଏତେ ବଡ ପଦକ୍ଷେପ ନେଲେ?

ଆକାଂକ୍ଷା ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ସେ ଅଳ୍ପ ସମୟ ମଧ୍ୟରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରିଥିଲେ। ଅକ୍ଟୋବର ୨୧ ତାରିଖ ୧୯୯୭ରେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିବା ଆକାଂକ୍ଷା ୩ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ପିଲାଦିନରୁ ସେ ମଡେଲିଂ, ନୃତ୍ୟ ଏବଂ ଅଭିନୟକୁ ବହୁତ ଭଲ ପାଉଥିଲେ। ତେବେ ପିତାଙ୍କ ସ୍ୱପ୍ନ ଥିଲା ଯେ, ଝିଅ ଆଇପିଏସ୍ ଅଧିକାରୀ ହେଉ। ସେ ଆକାଂକ୍ଷାଙ୍କୁ ଆଇପିଏସ୍ ଅଧିକାରୀ ଭାବରେ ଦେଖିବାକୁ ଚାହୁଁଥିଲେ, କିନ୍ତୁ ଆକାଂକ୍ଷାଙ୍କର ଏକ ଭିନ୍ନ କ୍ୟାରିୟର ଯୋଜନା ଥିଲା।

୨୫ ବର୍ଷର ଆକାଂକ୍ଷାଙ୍କ ଅଧ୍ୟୟନରେ ମନ ଲାଗୁନଥିଲା। ନୃତ୍ୟ ଏବଂ ଅଭିନୟ ତାଙ୍କର ଆଗ୍ରହରେ ପରିଣତ ହୋଇଥିଲା। ସେ ଟିକ୍ ଟକ୍ ଏବଂ ଇନଷ୍ଟାଗ୍ରାମରୁ ଲୋକପ୍ରିୟତା ହାସଲ କରିଥିଲେ। ଟିକ୍ ଟକ୍ ରେ ଥିବା ତାଙ୍କର ଭିଡିଓଗୁଡିକ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହେଉଥିଲା। ତାଙ୍କର ରିଲ୍ ଇନଷ୍ଟାଗ୍ରାମରେ ମଧ୍ୟ ଟ୍ରେଣ୍ଡ କରୁଥିଲା। ତାଙ୍କୁ ଇନଷ୍ଟାରେ ୧.୭ ମିଲିୟନ୍ ଲୋକ ଅନୁସରଣ କରିଛନ୍ତି। ଯେତେବେଳେ ସୋସିଆଲ ମିଡିଆରେ ଆଲୋଚନା ହୋଇଥିଲା, ସେତେବେଳେ ଅଭିନେତ୍ରୀ ମଡେଲିଂ ଏବଂ ଅଭିନୟରୁ ମଧ୍ୟ ଅଫର ପାଇଥିଲେ। ଝିଅର ସଫଳତା ଦେଖି ପିତାଙ୍କ ହୃଦୟ ମଧ୍ୟ ତରଳିଯାଇଥିଲା ଏବଂ ତାଙ୍କୁ ଆଇପିଏସ୍ କରିବାର ଜିଦ ଛାଡି ତାଙ୍କୁ ସମର୍ଥନ କରିବାକୁ ଲାଗିଥିଲେ।

Related posts