Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଲରୁ ଓଡ଼ିଆ ଫିଲ୍ମ ହଟିବାକୁ ନେଇ ବିବାଦ: ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ପ୍ରଯୋଜକ
ଆଜିର ଖବର

ହଲରୁ ଓଡ଼ିଆ ଫିଲ୍ମ ହଟିବାକୁ ନେଇ ବିବାଦ: ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ପ୍ରଯୋଜକ

April 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ। ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ।

ଡେଲିଭରୀ ବୟ ଭଲ ଚାଲିଥିବା ବେଳେ ମହାରାଜା ହଲ୍ ଆକ୍ରୋଶମୂଳକ ଭାବେ ଏହାର ପ୍ରଦର୍ଶନ ବନ୍ଦ କରିଥିବାରୁ ସୋମବାର ଦିନ ଭୁବନେଶ଼୍ବର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ କରି ଡେଲିଭରୀ ବୟ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସହ ପ୍ରଯୋଜକ ରଜତ ମିଶ୍ର ଘୋର ନିନ୍ଦା ପ୍ରକଟ କରିଥିଲେ।

ଅପର ପକ୍ଷେ ପ୍ରଯୋଜକଙ୍କ ମନ୍ତବ୍ୟ ପାଇଁ ସିନେମା ହଟେଇଲୁ ବୋଲି ମହାରାଜା ହଲ୍ ମ୍ୟାନେଜର ମତବ୍ୟକ୍ତ କରିଛନ୍ତି। ସିନେମା ସଫଳତାରର ସହ ଚାଲୁଥିବା ବେଳେ ହଲରୁ କାହିଁକି ହଟିଲା ଚଳଚ୍ଚିତ୍ର ଏନେଇ ମହାରାଜା ହଲ ନାଁରେ ଅଭଯୋଗ ଆଣିଛନ୍ତି ଡେଲିଭରି ବୟ ଚଳଚ୍ଚିତ୍ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି। ଫିଲ୍ମ ପାଇଁ ରାଜ୍ୟସରକାର ଟାକ୍ସ ଛାଡ଼ ଘୋଷଣା କରିଥିବା ବେଳେ ମହାରାଜା ପକ୍ଷରୁ ପ୍ରଥମ ତିନି ଦିନ କୌଣସି ଟାକ୍ସ ଛାଡ଼ କରାଯାଇନଥିବା ସେ କହିଛନ୍ତି।

ଅନ୍ୟପଟେ ମହାରାଜା ହଲ ହେଉଛି ଦିବ୍ୟାଙ୍ଗ ହଲ, ଯେଉଁଠି ସିନେମା ଚାଲିବା ପାଇଁ ଭିତିଭୂମି ନାହିଁ। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଫିଲ୍ମ ପ୍ରଯୋଜକ। ଏହି ମନ୍ତବ୍ୟକୁ ନେଇ ହଲରୁ ସିନେମା ହଟାଯାଇଥିବା ବେଳେ ହଲ ସହ ୭ ଦିନ ପାଇଁ ହୋଇଥିବା ଚୁକ୍ତି ସରିବା ପରେ ୩ଦିନ ଅଧିକ ଚଲାଯାଇ ସିନେମାକୁ ହଟା ଯାଇଥିବା ମହାରାଜା ହଲ ପକ୍ଷରୁ କୁହାଯାଇଛି।

ହଲ୍ ମ୍ୟାନେଜରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଓଡ଼ିଆ ଫିଲ୍ମ ଡେଲିଭରୀ ବୟ ହୋଲ୍ଡ ଓଭର ଥିବା ବେଳେ କେଉଁ କାରଣରୁ ହଲ୍ ରୁ ଚଳଚ୍ଚିତ୍ରଟିକୁ ଉଠାଗଲା ଏଥିପାଇଁ ସିଣ୍ଡିକେଟ୍ ଓ ଆଇନ୍ ର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ପ୍ରଯୋଜକ ଶ୍ରୀ ମହାନ୍ତି।

ଓଡ଼ିଆ ଫିଲ୍ମ ଡେଲିଭରି ବୟ'
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.