Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିନ୍ନସ୍ବାଦର ୪ଟି କାହାଣୀକୁ ନେଇ ପ୍ରସ୍ତୁତ ‘ଯାତ୍ରା ରଙ୍ଗମହଲ୍‌’
ବିଶେଷ ଖବର

ଭିନ୍ନସ୍ବାଦର ୪ଟି କାହାଣୀକୁ ନେଇ ପ୍ରସ୍ତୁତ ‘ଯାତ୍ରା ରଙ୍ଗମହଲ୍‌’

August 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୀମା ନନ୍ଦ

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି । ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ । ଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ ଏହାର ସଂଳାପ ଓ ନୃତ୍ୟ ଗୀତ । ଆଜି ବି ଓଡ଼ିଶାର ସବୁ ମେଳା ମହୋତ୍ସବରେ ଯାତ୍ରା ଦଳଗୁଡ଼ିକ ନିଜର ନାଟକ ପ୍ରଦର୍ଶନ କରିଥା’ନ୍ତି । ଓଡ଼ିଶାରେ ଲୋକପ୍ରିୟ ଯାତ୍ରା ଦଳ ଭିତରେ ରଙ୍ଗମହଲ ବେଶ୍ ପରିଚିତ । ରଙ୍ଗମହଲ ପ୍ରଥମ ଥର ପାଇଁ ଓଡିଶା ଯାତ୍ରା ଜଗତରେ ବିଗ୍ ବଜେଟ୍ ଯାତ୍ରା ପ୍ରସ୍ତୁତ କରିଛି ।

ଚଳିତ ବର୍ଷ ପାଇଁ ରଙ୍ଗମହଲ ନୂଆ ତଥା ଅଭିଜ୍ଞ କଳାକାରଙ୍କୁ ନେଇ ନୂତନ ଚିନ୍ତାଧାରର ନାଟକମାନ ପ୍ରସ୍ତୁତ କରିଛି । ୨୦୧୯-୨୦ ପାଇଁ ରଙ୍ଗମହଲ ନୂତନ କାହାଣୀ, ଦମଦାର୍ ସଂଳାପ, ଆକର୍ଷଣୀୟ ନୃତ୍ୟଠାରୁ ଆରମ୍ଭ କରି ମଞ୍ଚସଜ୍ଜା ଓ ଆଲୋକକୁ ବେଶ୍ ଗୁରୁତ୍ବ ଦେଉଛି । ଚଳିତ ବର୍ଷ ପାଇଁ ରଙ୍ଗ ମହଲ ପ୍ରସ୍ତୁତ କରୁଛି ୪ଟି ନୂତନ ନାଟକ । ଇତି ମଧ୍ୟରେ ତିନୋଟି ନାଟକର ରିହର୍ସାଲ୍ ସରିଯାଇଛି । ରଙ୍ଗମହଲ ତରଫରୁ କିଙ୍ଗଷ୍ଟାର ସୁବାସ ବେହେରା ଟାହିଆ, ବାସୁ, ଦିପୁ, ଗୁନୁ, ରମା, ପ୍ରମୋଦ, ମନୋଜ, ଭରତ, ଗୁରୁ, ମାମା(କ) ମାନସୀ, ବେବି, ମାମା(ଖ) ସୋନିଙ୍କ ପରି ଅଭିଜ୍ଞ କଳାକାରଙ୍କୁ ‘ରଙ୍ଗମହଲ’ ମଇଦାନକୁ ଓହ୍ଲାଇବ ।

 

ରଙ୍ଗମହଲ ତାର ବିଗତ ଦିନରେ ଓଡିଶାର ଅଗଣିତ ଦର୍ଶକବନ୍ଧୁମାନଙ୍କୁ ଭେଟି ଦେଇଛି ଅନେକ ସୁପରହିଟ୍‌ ଯାତ୍ରା । ସେହି ଯାତ୍ରାଗୁଡ଼ିକ ମଧ୍ୟରେ ରହିଛି ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ତଥା ଶାନ୍ତନୁ ଓଝାଙ୍କ ନିର୍ଦ୍ଦେଶିତ ‘ଖରାପ ଝିଅର ଗପ’ । ଏଥିରେ ମୁଖ୍ୟକାଳକାର ଭାବେ ଗୌର ଦାସ ଓ ଭାରତୀ ନଜର ଆସିଥିଲେ । ଯାତ୍ରାର କାହାଣୀରେ ଜଣେ ଖରାପ ଝିଅକୁ ଭଲ ଝିଅ କରାଇବାରେ ନାୟକର ବଳିଦାନକୁ ଦର୍ଶାଯାଇଛି । ସେହିପରି ଏହି ଯାତ୍ରା ପାର୍ଟିର ଅନ୍ୟତମ ଯାତ୍ରା ‘କିଣିନେଲା ମନ କଳାନାଗର୍’ ମଧ୍ୟ ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥିଲା । ଅନୁରାଗଙ୍କ ରଚନାରେ ନିର୍ମିତ ଏହି ଯାତ୍ରାଟିର ନିର୍ଦ୍ଦେଶନା ଦେଇଥିଲେ କିଶୋର ଖଣ୍ଡୁଆଳ । ବିକାଶ ଶୁକ୍ଳାଙ୍କ ସଙ୍ଗୀତ ନିର୍ଦ୍ଦେଶନରେ ଏହି ନାଟକଟିରେ ମୁଖ୍ୟ ଚରିତ୍ରରେ ଗୌର ଦାସ, ଭାରତୀ, ଟାହିଆ, ଗୌର ପାଢି ପ୍ରମୁଖ ଅଭିନୟ କରିଥିଲେ । ସେହିପରି ଅନ୍ୟତମ ନାଟକ ତଥା ଅରୁଣ ବାରିକ୍‌ଙ୍କ ରଚିତ ‘ମିଛୁଆ ରାଧୁଆ ଗପ ସରିଲା’ରେ ତାପସ ସ୍ବାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହି ଯାତ୍ରାଟି ଦର୍ଶକଙ୍କ ଦ୍ବାରା ବହୁଳ ଆଦୃତ ହୋଇପାରିଥିଲା । ତେବେ ଗତ ବର୍ଷର ଅଭିଜ୍ଞ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ମଧ୍ୟରେ ରହିଥିଲା ‘ଅଧେ ତୋର ଅଧେ ମୋର’ । ଏହି ଯାତ୍ରାର ରଚନା ଅରୁଣ ବାରିକ୍‌ କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ତାପସ ସ୍ବାଇଁ ।

ଚଳିତ ବର୍ଷ ବେଶ୍‌ କିଛି ନୂଆ କାହାଣୀ, ନୂଆ ପୁରୁଣା ତଥା ଅଭିଜ୍ଞ କଳାକାରମାନଙ୍କୁ ନେଇ ରଙ୍ଗମହଲ ଦର୍ଶକଙ୍କ ପାଖରେ ଭେଟି ଦେବାକୁ ଯାଉଛି ୪ଟି ନୂଆ କାହାଣୀ । ଅରୁଣ ବାରିକ୍‌ଙ୍କ ରଚିତ ତଥା ତାପସ ସ୍ବାଇଁଙ୍କ ନିର୍ଦ୍ଦେଶିତ ଯାତ୍ରା ‘ମୁଁ ସେଇ ଭଦ୍ରକିଆ ଟୋକା’, ରାଜେନ୍ଦ୍ର ରାଉଙ୍କ ରଚିତ ତଥା ମହେଶ ହଜାରାଙ୍କ ନିର୍ଦ୍ଦେଶିତ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’, ‘ ଇଂ ଆଶୁତୋଷ ମହାପାତ୍ରଙ୍କ ରଚିତ ‘ବଡ଼ଦାଣ୍ଡର ଭିକାରୀ’ ଓ ଗଣେଶ ରାଉତଙ୍କ ରଚିତ ତଥା ଗୁରୁ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’ ଚଳିତ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସୁଛି ।  ତେବେ ନୂଆ ନୂଆ କାହାଣୀରେ ସଜ୍ଜିତ ଏହି ଚାରୋଟି କାହାଣୀ ମଧ୍ୟରୁ ଦର୍ଶକ କେଉଁ କାହାଣୀକୁ ପସନ୍ଦ କରୁଛନ୍ତି, ତାହା ଆଗାମୀ ସମୟ କହିବ । ତେବେ ଯାତ୍ରା ରଙ୍ଗମହଲ ଯାତ୍ରା ଦୁନିଆରେ ଏକ ସଫଳ ଯାତ୍ରା ଦଳ ଭାବେ ନିଜକୁ ଠିଆ କରାଇଛି । ଆଗାମୀ ସମୟରେ ଓଡ଼ିଆ ଦର୍ଶକଙ୍କ ରୁଚିକୁ ନେଇ ଅନେକ ଯାତ୍ରା ଭେଟି ଦେବ ବୋଲି ଆଶା କରୁଛୁ ।

ଚଳିତ ବର୍ଷର ପ୍ରଥମ ଚରଣରେ ସତ୍ୟ ଜେନାଙ୍କ ରଙ୍ଗମହଲ ଭୁବନେଶ୍ବର ସ୍ଥିତ ସାଲିଆ ସାହିରେ ଧମାକାଦାର ଏଣ୍ଟ୍ରି କରିଛି । ନୂତନ ଭାବରେ ପ୍ରସ୍ତୁତ ଯାତ୍ରାକୁ ଦର୍ଶକଙ୍କ ନିକଟରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ନେଇ ସୂଚନା ରହିଛି ।

*****

କଂଗ୍ରେସ ସାଂସଦ ରଂଜିବୀ ବିଶ୍ବାଳ ବିଜେପିରେ ଯୋଗଦେବେ ବୋଲି ଚାଲିଛି ଚର୍ଚ୍ଚା

JATRA subash behera thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.