Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି
ବିଶେଷ ଖବର

କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି

August 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି ?
କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି ?

ସମୀକ୍ଷା ବ୍ୟୁରୋ

ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ ବିଜେପିର ସାଂସଦମାନଙ୍କୁ ପ୍ରାୟ ସବୁ ବିତର୍କରେ, ଶୂନ୍ୟକାଳରେ ଓ ପ୍ରଶ୍ନୋତ୍ତର ରେ ଉତ୍ସାହର ସହିତ ଭାଗ ନେଉଥିବାର ଦେଖିବାକୁ ମିଳୁଛି। ଏପରିକି କୋରାପୁଟରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ଲୋକସଭା ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା। ତେବେ ସଂସଦର ଏହି ବିଶେଷ ଅଧିବେଶନରେ କେବଳ ଜଣେ ସଦସ୍ୟଙ୍କ ମୁହଁ ଦିଶୁନଥିଲା, ସେ ହେଲେ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ। ଯଦିଓ ରାଜ୍ୟସଭା ସଚିବାଳୟ ତରଫରୁ ସେ କିଛି ପ୍ରଶ୍ନ ପଚାରିଥିବାର ତଥ୍ୟ ମିଳୁଛି, ହେଲେ ସେଗୁଡିକ ସେମିତି ବିଶେଷ ଗୁରୁତ୍ଵ ବହନ କରେନାହିଁ। ସେ କୌଣସି ବିତର୍କରେ ଭାଗନେବା, ଆଲୋଚନା କରିବା କିମ୍ବା କୌଣସି ପ୍ରସଙ୍ଗ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାର କୌଣସି ଉଦାହରଣ ଗତ ପାଞ୍ଚ ବର୍ଷରେ ମିଳିନାହିଁ।

ଏକ ସଙ୍କଟଜନକ ସ୍ଥିତିରେ ଥିବା ସମୟରେ କଂଗ୍ରେସ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତେବେ ନିର୍ବାଚିତ ହେବା ପରଠୁ ରାଜ୍ୟ କଂଗ୍ରେସର ସ୍ଵାର୍ଥ ହେଉ ବା ରାଜ୍ୟର ସ୍ଵାର୍ଥ, କୌଣସି ପ୍ରସଙ୍ଗରେ ରଞ୍ଜିବ ବିଶ୍ଵାଳଙ୍କ ଭାଗୀଦାରୀ ପ୍ରାୟ ଶୂନ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସେ ରହିଥିଲେ ମଧ୍ୟ, କଂଗ୍ରେସର ନିର୍ବାଚନ ପ୍ରଚାରରେ ତାଙ୍କର ଅବଦାନ କିଛି ନଥିଲା। ଜାତୀୟ ସ୍ତରରେ ଜଣେ କ୍ରିକେଟ ପ୍ରଶାସକ ଭାବରେ ତାଙ୍କର ଯେଉଁ ପ୍ରଭାବ ରହିଛି, ସେଥିରୁ ପାଞ୍ଚ ପଇସାର ଲାଭ ତାଙ୍କ ଦଳ ବା ଓଡିଶା ବାସୀ ପାଇନାହାନ୍ତି। ଏତେ ବଡ ସୁଯୋଗ ତାଙ୍କୁ ଓଡିଶାବାସୀ ଓ କଙ୍ଗ୍ରେସଦଳ ଦେଇଥିଲା କାହିଁକି, ତାହା ଆଜି ବଡ ପ୍ରଶ୍ନ।

ରଞ୍ଜିବ ବିଶ୍ବାଳଙ୍କର ରାଜନୀତି ବଡ ବିଚିତ୍ର। ସେ ଆଗରୁ ଲୋକସଭାରେ ଥିଲେ, ଏବେ ରାଜ୍ୟସଭାରେ ଅଛନ୍ତି। ଅଥଚ ଓଡିଶାର ସାମାଜିକ ଜୀବନ ସହିତ ତାଙ୍କର ସମ୍ପର୍କ ପ୍ରାୟ ନଥାଏ। ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ କେବେ କେମିତି ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଯୋଗଦାନ ନାହିଁ। ଟୁଇଟର ବା ଫେସବୁକ ରେ ତାଙ୍କୁ କେହି ଦେଖିଥିବାର କହିପାରିବେ ନାହିଁ। କେବଳ ଫେସବୁକ ରେ ରହିଥିବା ତାଙ୍କର ଅଫିସିଆଲ ପେଜ ରେ ସେ କିଛି ପୋଷ୍ଟିଂ କରିଥାନ୍ତି, ଯାହାକୁ ଅତି ବେଶୀରେ ସାଧାରଣ ସୂଚନା ବୋଲି କୁହାଯାଇପାରିବା। ତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଭାବରେ ନିଯୁକ୍ତି ମିଳିଥିଲେ ମଧ୍ୟ ସେ କେବେ କେଉଁ ଟେଲିଭିଜନ ବିତର୍କରେ ଭାଗ ନେଇଥିବା, କେହି ଦେଖିନଥିବେ। ତା ସତ୍ତ୍ୱେ ରାଜନୀତିରେ ସେ ଏତେ ବର୍ଷ ଧରି ସଫଳତା ପାଉଛନ୍ତି କେମିତି?

ଏବେ ରଞ୍ଜିବଙ୍କୁ ନେଇ ଯେଉଁ ନୂଆ ଚର୍ଚ୍ଚା ଚାଲିଛି, ସେଥିରୁ ସେ ଏବେ ଆଉ କଂଗ୍ରେସ ପ୍ରତି ଆସକ୍ତ ନାହାନ୍ତି ବୋଲି ସୂଚନା ମିଳୁଛି। କଂଗ୍ରେସର ଭଲଦିନରେ ଯେଉଁମାନେ ସବୁଠୁ ବେଶୀ ସୁବିଧା ସୁଯୋଗ ଭୋଗ କରୁଥିଲେ, ଏବେ ସେମାନେ କଂଗ୍ରେସକୁ ବୁଡେଇ ଅନ୍ୟଦଳକୁ ଡେଇଁବା ପ୍ରୟାସ ଆରମ୍ଭ କରିଛନ୍ତି। ରଞ୍ଜିବ ରାଜ୍ୟସଭାରେ ଆଉ କଂଗ୍ରେସ ଶିବିରରେ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି। ସେ ଯଥାଶୀଘ୍ର ବିଜେପିରେ କିମ୍ବା ବିଜେଡିରେ ଯୋଗଦେବେ ବୋଲି ଶୁଣାଯାଉଛି। କ୍ରିକେଟ ରାଜନୀତି ଦୃଷ୍ଟିରୁ ତାଙ୍କୁ ବିଜେଡି ଅପେକ୍ଷା ବିଜେପି ତାଙ୍କ ଲାଗି ବେଶୀ ସହାୟକ ହେବ। ଆଗାମୀ ପାଞ୍ଚ ବର୍ଷ ଯାଏ ବିଜେପିର ପ୍ରଭାବ ଭାରତୀୟ କ୍ରିକେଟ ବୋର୍ଡ ରେ ରହିବା ସୁନିଶ୍ଚିତ। ତେଣୁ ବିଜେପି ଏବେ ତାଙ୍କ ଲାଗି ସ୍ଵାଭାବିକ ପସନ୍ଦ ହୋଇପାରେ। ହେଲେ ଜଗତସିଂପୁର ତଥା ସାମଗ୍ରିକ ଭାବରେ ଓଡିଶା ରାଜନୀତିରେ ଆଜି ମଧ୍ୟ ବିଜେପିର ଦୁର୍ବଳ ସ୍ଥିତି ରହିଛି। ସେଥିପାଇଁ ବିଜେଡି ଯିବା ବାଟକୁ ମଧ୍ୟ ସେ ପରୀକ୍ଷା ନିରୀକ୍ଷା କରୁଥିବାର କୁହାଯାଉଛି।

ତେବେ ରଞ୍ଜିବ ବିଶ୍ଵାଳ ଯେଉଁ ଦଳକୁ ଗଲେ ମଧ୍ୟ ସେ କ୍ରିକେଟ ଗ୍ରାଉଣ୍ଡରୁ ଆଉ ଆଗକୁ ଯିବାର ସମ୍ଭାବନା ନାହିଁ। ଯେ କୌଣସି ଦଳରେ ରହିଲେ ମଧ୍ୟ ସେ ଦଳ ପାଇଁ କିଛି ବି ମୂଲ୍ୟ ଯୋଡିବା ଭଳି ଦକ୍ଷତା ବା ନେତୃତ୍ଵ ରଞ୍ଜିବ ବିଶ୍ବାଳଙ୍କର ନାହିଁ।

cong jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.