ରିଲିଜ୍‌ ହେଲା ସୂର୍ଯ୍ୟବଂଶୀର ଟ୍ରେଲର : ଆକ୍ସନ୍‌ ଅବତାରକୁ ଅକ୍ଷୟଙ୍କ ପ୍ରତ୍ୟାବର୍ତ୍ତନ

Published: Mar 2, 2020, 2:08 pm IST

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀଙ୍କ ଅପ୍‌କମିଙ୍ଗ ପୋଲିସ୍‌ ଆକ୍ସନ୍‌ ଡ୍ରାମା ସୂର୍ଯ୍ୟବଂଶୀର ଟ୍ରେଲର ରିଲିଜ୍‌ ହୋଇଛି । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଆକ୍ସନ୍‌ ଅବତାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର ଜଣେ ଏଟିଏସ୍‌ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । କ୍ୟାଟ୍ରିନା କୈଫ୍‌ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି । ଏହା ସହିତ ଫିଲ୍ମରେ ଅଭିମନ୍ୟୁ ସିଂ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିବା ବେଳେ ଜ୍ୟାକି ଶ୍ରଫ୍‌ ଏବଂ କୁମୁଦ ମିଶ୍ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

ଫିଲ୍ମରେ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ଏଣ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି । ଆକ୍ସନ୍‌ ସିନ୍‌ ଗୁଡିକ ଜୀବନ୍ତ ଲାଗୁଥିବା ବେଳେ ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରି ମଧ୍ୟ ଚମତ୍କାର ରହିଛି । ଫିଲ୍ମଟି ଆସନ୍ତା ମାର୍ଚ୍ଚ 24 ତାରିଖରେ ରିଲିଜ୍‌ ହେବ । (ଏଜେନ୍ସି)

Related posts