ଭିକି ଓ କ୍ୟାଟ୍ରିନାଙ୍କ ହୋଲି ଭିଡିଓ ଭାଇରାଲ୍‌

Published: Mar 7, 2020, 2:24 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ୍‌ଙ୍କ ଭିଡିଓକୁ ନେଇ ଏବେ ଜୋରସୋର୍‌ରେ ଚର୍ଚ୍ଚା ଲାଗିଛି।  ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଭିକି କ୍ୟାଟ୍ରିନାଙ୍କୁ ରଙ୍ଗ ଲଗାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓରେ ଭିକି ଓ କ୍ୟାଟ୍ରିନାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି। ତେବେ ଭିକି ଓ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ବିଟାଉନ୍‌ରେ ଅନେକ ଚର୍ଚ୍ଚା ଚାଲିଛି। ପୂର୍ବରୁ କିଛି ପାର୍ଟି ଓ ଇଭେଣ୍ଟରେ ଦୁହିଁଙ୍କୁ ସ୍ପଟ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଏମିତି ମଜାମସ୍ତି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ କେବଳ ଭଲ ବନ୍ଧୁ ବୋଲି କହିଛନ୍ତି ଭିକି।

କ୍ୟାଟ୍ରିନା କୈଫ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଶୀଘ୍ର ପରଦା ଉପରକୁ ଆସିବାକୁ ଥିବାବେଳେ ନିକଟରେ ଭିକିଙ୍କ ହରର୍‌ ଫିଲ୍ମ ‘ଭୂତ’ ରିଲିଜ୍‌ ହୋଇଯାଇଛି।

ଈଶା ଅମ୍ବାନୀଙ୍କ ଘରେ ହୋଇଥିବା ହୋଲି ଉତ୍ସବରେ ବହୁ ବଲିଉଡ୍‌ ସେଲିବ୍ରିଟିମାନେ ବେଶ୍‌ ମଜା କରିଥିବାର ନଜର ଆସିଛନ୍ତି। ଏହି ଉତ୍ସବରେ ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନ୍ସ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ଭିକି କୌଶଲ୍‌, କ୍ୟାଟ୍ରିନା କୈଫ୍‌, ହୁମା କ୍ୟୁରେସ ସମେତ ଅନ୍ୟ ବଲିଉଡ୍‌ ହସ୍ତୀମାନେ ଯୋଗଦାନ କରିଥିଲେ।

Related posts