Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରୋଜ ଖାନ୍ : ବଲିଉଡର କିମ୍ବଦନ୍ତୀ ‘ମାଷ୍ଟରଜୀ’
ବିଶେଷ ଖବର

ସରୋଜ ଖାନ୍ : ବଲିଉଡର କିମ୍ବଦନ୍ତୀ ‘ମାଷ୍ଟରଜୀ’

July 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସରୋଜ ଖାନ୍ : ବଲିଉଡର କିମ୍ବଦନ୍ତୀ ‘ମାଷ୍ଟରଜୀ’

ବିଜନ କୁମାର ମହାପାତ୍ର

ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର ଦୁଃଖ ଯାଇ ନ ଥିଲା ବେଳେ ଏବେ ଆଉ ଜଣେ ଖ୍ୟାତନାମା କଳାକାର ଆରପାରିକୁ ଚାଲିଯାଇଛନ୍ତି। ବଲିଉଡର ଖ୍ୟାତନାମା ଓ ଲୋକପ୍ରିୟ କୋରିଅଗ୍ରାଫର ଓ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ ଆଉ ନାହାନ୍ତି।

୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ଫିଲ୍ମର ଏହି ମହାନ କୋରିଓଗ୍ରାଫର। ଏହି କିମ୍ବଦନ୍ତୀ କୋରିଓଗ୍ରାଫରଙ୍କ ମୃତ୍ୟୁ ସହ ହିନ୍ଦି ସିନେମା ନୃତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଲିଉଡର ମାଷ୍ଟରଜୀ ନାମରେ ଜଣାଶୁଣା ସରୋଜ ଖାନ ନିଜର ୪୦ ବର୍ଷ କ୍ୟାରିଅର ମଧ୍ୟରେ ପାଖାପାଖି ୨ ହଜାର ଫିଲ୍ମ ଗୀତର ଥିଲେ କୋରିଓଗ୍ରାଫର। ଶେଷଥର ପାଇଁ କରନ ଜୋହରଙ୍କ ପ୍ରଯୋଜିତ ଫିଲ୍ମ କଲଙ୍କରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସରୋଜ।

ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତଙ୍କ ବହୁ ଲୋକପ୍ରିୟ ଓ ହିଟ୍ ଗୀତର କୋରିଓଗ୍ରାଫର ଥିଲେ ସରୋଜ ଖାନ୍। ୧୯୪୮ ନଭେମ୍ବର ୨୨ ତାରିଖରେ ସରୋଜ ଖାନଙ୍କ ଜନ୍ମ । ଜନ୍ମ ନାମ ଥିଲା ନିର୍ମଲା କିଶନଚାନ୍ଦ ସାଧୁ ସିଂହ ନାଗପାଲ। ଦେଶ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରୁ ଭାରତକୁ ଚାଲିଆସିଥିଲେ। ମାତ୍ର ଦୁଇବର୍ଷ ବୟସରେ ଫିଲ୍ମ ତରାନାରେ ଶିଶୁ କଳାକାର ଭାବେ ଅଭିନୟ କରଥିଲେ ସରୋଜ ଖାନ୍। ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ ୪୧ ବର୍ଷିୟ ସୋହନଲାଲ ନାମକ ଜଣେ ନୃତ୍ୟ ଶିକ୍ଷକଙ୍କ ସହ ହୋଇଥିଲା। ପରେ ସରୋଜ ଖାନ୍ ସର୍ଦାର ରୋଶନ ଖାନଙ୍କୁ ବିବାହ କରିଥିଲେ।

ଡ୍ୟାନ୍‌ସ ଆସିଷ୍ଟାଂଟ ଭାବେ କିଛି ଦିନ କାମ କଲା ପରେ ୧୯୭୫ରେ ଗୁଲଜାରଙ୍କ ଫିଲ୍ମ ମୌସମରେ ସ୍ୱାଧୀନ ଭାବେ କୋରିଓଗ୍ରାଫର ଭାବେ କାମ କରିବାର ସୁଯୋଗ ପାଇଥିଲେ ସରୋଜ ଖାନ୍। କୋରିଓଗ୍ରାଫର ଭାବେ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା ୧୯୮୩ର ସୁଭାଷ ଘାଇଙ୍କ ଫିଲ୍ମ ହୀରୋ। ୧୯୮୬ରେ ଶ୍ରୀଦେବୀ ଅଭିନୀତ ଫିଲ୍ମ ନଗିନାରେ ସରୋଜ ଖାନଙ୍କ ପ୍ରତିଭାକୁ ସ୍ୱୀକୃତି ମିଳିଲା। ଶ୍ରୀଦେବୀଙ୍କ ଲୋକପ୍ରିୟ ନଗିନା ଡ୍ୟାନ୍ସ ପଛରେ ଥିଲା ସରୋଜ ଖାନଙ୍କ ନିର୍ଦ୍ଦେଶନା। ଏହାପରେ ୧୯୮୭ର ଫିଲ୍ମ ମିଷ୍ଟର ଇଣ୍ଡିଆ, ୧୯୮୮ର ତେଜାବ ଫିଲ୍ମର କୋରିଓଗ୍ରାଫର ଥିଲେ ସରୋଜ ଖାନ।

ମିଷ୍ଟର ଇଣ୍ଡିଆରେ ଶ୍ରୀଦେବୀଙ୍କ ହାୱା ହାୱାଇ ଓ ତେଜାବରେ ମାଧୁରୀଙ୍କ ନାଚିଥିବା ବେଶ ଲୋକପ୍ରିୟ ଏକ, ଦୋ, ତିନ୍ ଗୀତର କୋରିଓଗ୍ରାଫର ଥିଲେ ସରୋଜ ଖାନ୍। ସୁଭାଷ ଘାଇଙ୍କ ଖଲନାୟକର ଲୋକପ୍ରିୟ ଚୋଲି କେ ପିଛେ କ୍ୟା ହୈ ଗୀତର ବି ସେ ଥିଲେ ନୃତ୍ୟ ନିର୍ଦ୍ଦେଶିକା। ମାଧୁରୀଙ୍କ ଅଭିନୀତ ବେଟା ଫିଲ୍ମର ଧକ୍ ଧକ୍ କରନେ ଲଗା ଓ ଥାନେଦାର ଫିଲ୍ମ ତମା ତମା ଲୋଗେ ବି ଥିଲା ସରୋଜ ଖାନ୍ ସ୍ପେଶାଲ୍। କେବଳ ହିନ୍ଦି ପିଲ୍ମ ନୁହେଁ, ଅନ୍ୟ ଭାରତୀୟ ଭାଷାରେ ନିର୍ମିତ ଫିଲ୍ମରେ ବି ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସରୋଜ ଖାନ୍
କୋରିଓଗ୍ରାଫି ପାଇଁ ତିନି ତିନି ଥର ଜାତୀୟ ପୁରସ୍କାର ହାସଲ କରିଥିଲେ ସରୋଜ।

୨୦୦୩ର ଦେବଦାସ ଫିଲ୍ମର ଡୋଲାରେ ଡୋଲାରେ ଗୀତ, ୨୦୦୬ର ତାମିଲ ଫିଲ୍ମ ଶ୍ରୀନଗରମର ସବୁ ଗୀତ ଓ ୨୦୦୮ର ଜବ ଉଇ ମେଟ୍ ଫିଲ୍ମ ପାଇଁ ୟେ ଇସ୍କ ହେ ଗୀତର ନୃତ୍ୟ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ ସରୋଜ ଖାନ୍। ସେ ଏକାଧିକ ଫିଲ୍ମଫେୟାର ପୁରସ୍କାର ବି ଜିତିଛନ୍ତି। ଫିଲ୍ମଫେୟାର କୋରିଓଗ୍ରାଫି ପୁରସ୍କାରର ପ୍ରଥମ ବିଜେତା ହେଉଛନ୍ତି ସରୋଜ ଖାନ୍।

୧୯୮୯ରୁ ୧୯୯୧ ଯାଏଁ ଲଗାତର ଫିଲ୍ମଫେୟାର ପୁରସ୍କାର ଜିତି ସେ ହ୍ୟାଟ୍ରିକ କରିଥିଲେ। ସର୍ବାଧିକ ୮ ଥର ଫିଲ୍ମଫେୟାର କୋରିଓଗ୍ରାଫି ପୁରସ୍କାର ଜିତି ରେକର୍ଡ ହାସଲ କରିଛନ୍ତି ସରୋଜ ଖାନ। ତେଜାବ, ଚାଲବାଜ, ସୈଲାବ, ବେଟା, ଖଲନାୟକ, ହମ ଦିଲ ଦେ ଚୁକେ ହେ ସନମ , ଦେବଦାସ ଓ ଗୁରୁ ଫିଲ୍ମ ପାଇଁ ସରୋଜ ଖାନ୍ ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ।

ଟେଲଭିଜନରେ ବିଭିନ୍ନ ଡ୍ୟାନସ ରିୟଲିଟି ସୋ’ରେ ଜୁରୀ ମେମ୍ବର ଭାବେ ଭାଗ ନେଇଥିଲେ ସରୋଜ। ନାଚ ବଲିୟେ, ଉସ୍ତାଦୋଁ କା ଉସ୍ତାଦ ଓ ଝଲକ ଦିଖଲାଜା ଭଳି ଡ୍ୟାନସ ରିୟଲିଟି ଶୋରେ ଜୁରୀ ସଦସ୍ୟ ହୋଇଥିଲେ ସରୋଜ। ଏକ ଘରୋଇ ଟିଭି ଚ୍ୟାନେଲରେ ନିଜର ଏକ ଡ୍ୟାନସ ରିୟଲିଟି ସୋର ହୋଷ୍ଟ ଥିଲେ ସରୋଜ ଖାନ।

ସରୋଜ ଖାନଙ୍କ ବିୟୋଗ ଯେ, ଭାରତୀୟ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ଦର୍ଶକଙ୍କ ମଧ୍ୟରେ ନିଜର ହିଟ୍ ନମ୍ବର ପାଇଁ ସର୍ବଦା ମନେ ରହିବେ ସରୋଜ ଖାନ ବା ବଲିଉଡର ‘ମାଷ୍ଟରଜୀ’।

Saroj Khan ସରୋଜ ଖାନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026
Latest News

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.