Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜଗଦୀପ
ଆଜିର ଖବର

ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜଗଦୀପ

July 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ତଥା ବରିଷ୍ଠ ହାସ୍ୟକଳାକାର ଜଗଦୀପଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି । ବୟସାଧିକ୍ୟ ରୋଗ କାରଣରୁ ଏହି ଅଭିନେତାଙ୍କ ନିଧନ ହୋଇଛି । ଆଜି ରାତ୍ରି ପ୍ରାୟ 8.40 ମିନିଟ୍‌ରେ ମୁମ୍ବାଇ ସ୍ଥିତ ନିଜ ଘରେ ସେ ପ୍ରାଣ ହରାଇଥିବାର ସୂଚନା ରହିଛି । ଜଗଦୀପଙ୍କ ଅସଲ ନାମ ହେଉଛି ସୈୟଦ୍‌ ଇଶ୍‌ତିଆକ୍‌ ଅହମ୍ମଦ ଜାଫ୍‌ରୀ । 1939 ମସିହା ମାର୍ଚ୍ଚ 29ରେ ଜନ୍ମ ଗହଣ କରିଥିବା ଜଗଦୀପ୍‌ 400ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

1975 ମସିହାରେ ଆସିଥିବା ଲୋକପ୍ରିୟ ବଲିଉଡ୍‌ ଫିଲ୍ମ ‘ଶୋଲେ’ରେ ଭୋପାଲୀ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀପ୍‌ ।  ଏହା ବ୍ୟତୀତ ଜଗଦୀପ୍‌ ‘ପୁରାନା ମନ୍ଦିରରେ ’ ମଚ୍ଛର ଭୂମିକା ନିଭାଇଥିବାବେଳେ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ରେ ସେ ସଲମାନ ଖାନ୍‌ଙ୍କ ପିତାଙ୍କ ଚରିତ୍ରରେ ନଜର ଆସିଥିଲେ ।

ଜଗଦୀପ୍‌ ସୁରମା ଭୋପାଲୀ ଶୀର୍ଷକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସେ ଏହି ଫିଲ୍ମରେ ଲିଡ୍‌ରୋଲ୍‌ରେ ନଜର ଆସିଥିଲେ ।

ଜଗଦୀପ୍‌ 1951 ମସିହାରେ ବି.ଆର ଚୋପ୍ରାଙ୍କ ଫିଲ୍ମ ‘ଅଫସାନା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ଶିଶୁ କଳାକାର ରୂପେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି। ଗୁରଦତ୍ତଙ୍କ ଆର ପାର୍‌, ବିମଲ୍‌ ରାୟଙ୍କ ‘ଦୋ ବିଘା ଜମୀନ୍‌‘ ଆଦି ଲୋକପ୍ରିୟ ଫିଲ୍ମରେ ସେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି ।

ଫିଲ୍ମ ‘ହମ ପଂଛୀ ଏକ ଡାଲ୍‌କେ’ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‌ ନେହେରୁ ଜଗଦୀପଙ୍କ ପ୍ରଶଂସା କରିଥିଲେ । ଜଗଦୀପଙ୍କ ପୁତ୍ର ଜାଭେଦ ଜାଫ୍‌ରୀ ମଧ୍ୟ ବଲିଉଡ୍‌ରେ ଜଣେ ସକ୍ରିୟ ଅଭିନେତା ରୂପେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ବଲିଉଡ୍‌ରୁ ପାଞ୍ଚ ଜଣ ବଡ ହସ୍ତୀ ବିଦାୟ ନେଇଛନ୍ତି । ଅପ୍ରେଲ ମାସରେ ଲୋକପ୍ରିୟ ଅଭିନେତା ଇରଫାନ୍‌ ଖାନ୍‌ ଓ ଋଷି କପୁର୍‌ ବିଦାୟ ନେଇଥିବାବେଳେ ଏହା ପରେ ଜୁନ୍‌ ମାସରେ  ଲୋକାପ୍ରିୟ ଅଭିନତା ସୁଶାନ୍ତ ସିଂହ ରାଜପୁତ୍‌ ଓ ବିଗତ ତିନି ଦିନ ପୂର୍ବରୁ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ନିଧନ ହୋଇଛି ।

javedjaferi
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.