ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ୍ ଅଶୋଭନୀୟ : ସୁପ୍ରିମକୋର୍ଟ

Published: Aug 5, 2020, 2:22 pm IST

ନୂଆଦିଲ୍ଲୀ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ   ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହା ସହିତ ମୁମ୍ବାଇ ପୋଲିସ୍ ନିକଟରୁ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ସେହିପରି ପାଟନାରେ ଦାଖଲ କରାଯାଇଥିବା ମାମଲାକୁ ପୁନେକୁ ସ୍ଥାନାନ୍ତର କରିବା ପାଇଁ କରାଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଏହି ଘଟଣାରେ ବିହାର ପୋଲିସ୍, ମୁମ୍ବାଇ ପୋଲିସ୍, ଉଭୟ ରାଜ୍ୟର ସରକାର, କେନ୍ଦ୍ର ସରକାର ଏବଂ କେକେ ସିଂଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟର ପୋଲିସ୍ ମଧ୍ୟରେ ବିବାଦ ପରେ ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Related posts