Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି, ତେଣୁ ବର୍ଷା ଶାଶୁ ଘରେ ହିଁ ରହିବେ : ଓକିଲ
ଆଜିର ଖବର

ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି, ତେଣୁ ବର୍ଷା ଶାଶୁ ଘରେ ହିଁ ରହିବେ : ଓକିଲ

September 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ : ବର୍ଷା ପ୍ରିୟଦର୍ଶନୀ- ଅନୁଭବଙ୍କ ପାରିବାରିକ ହିଂସା ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଗତକାଲି ବର୍ଷା ପ୍ରିୟଦର୍ଶିନୀ 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ପୁଣି ଥରେ ଆଜି ସୁରକ୍ଷା ଲୋଡିଛନ୍ତି । ଦୁଇ ଅଜଣା ଯୁବକ ତାଙ୍କ ରୁମ୍‌ରେ ପଶି ରେକର୍ଡିଂ କରୁଥିବାର ଅଭିଯୋଗ କରିଥିଲେ । ଗତକାଲି ବର୍ଷାଙ୍କୁ ଖାଦ୍ୟ ଦେଲାବେଳେ ଭିଡିଓ ଶୁଟିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ ରୁମ୍‌ରେ ପଶି ଏସବୁ ଶୁଟିଂ କରିଥିବାବେଳେ ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । କିଏ ସେମାନଙ୍କୁ ପଠାଇଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ ବୋଲି ଓକିଲ କହିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ବର୍ଷା ପୋଲିସ୍‌ ଜଣାଇ ସୁରକ୍ଷା ମାଗିଥିଲେ । ଅପରପକ୍ଷରେ ବର୍ଷା ଶାଶୁଘରେ କାହିଁକି ରହିଛନ୍ତି ବୋଲି ଅନୁଭବଙ୍କ ଉକ୍ତିରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷାଙ୍କ ଓକିଲ । ବର୍ଷା ଏବେ ଶାଶୁଘରେ ରହିବେ ବୋଲି ବର୍ଷାଙ୍କ ଓକିଲା ରାମକୃଷ୍ଣ କହିଛନ୍ତି । ବର୍ଷା ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି । ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ । ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ ବୋଲି କହିଛନ୍ତି ଓକିଲ ।

ପାରିବାରିକ ହିଂସା ମାମଲାର କୋର୍ଟରେ ବିଚାରଧୀନ ଥିବାବେଳେ ଏହି ମାମଲର ପ୍ରାରମ୍ଭିକ ଶୁଣାଣି ଆସନ୍ତା ଅକ୍ଟୋବର 12 ତାରିଖରେ ଅନୁଷ୍ଠିତ ହେବ । ତେବେ ସେହିପରି ଗତକାଲିର ଘଟଣା ସମ୍ପର୍କରେ ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟି ଆଣିବେ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

ବର୍ଷା-ଅନୁଭବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026
Latest News

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.