Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟାଙ୍କୁ ସମର୍ଥନ କଲେ ସଞ୍ଜୟ, ଟାର୍ଗେଟ୍‌ କଲେ କଙ୍ଗନା
ଆଜିର ଖବର

ଜୟାଙ୍କୁ ସମର୍ଥନ କଲେ ସଞ୍ଜୟ, ଟାର୍ଗେଟ୍‌ କଲେ କଙ୍ଗନା

September 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଓ ଡ୍ରଗ୍ସ୍‌ ଲିଙ୍କ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ ନେଇ ଏବେ ବଲିଉଡ୍‌ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବାର ଦେଖାଯାଇଛି ।

ତେବେ ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଆଜି ଗୃହରେ ଜୟା ବଚ୍ଚନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ।କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି ଜୟା କହିଥିଲେ । ଏତଦ୍‌ବ୍ୟତୀତ ଜଣକ ପାଇଁ ବଲିଉଡ୍‌କୁ ବଦନାମ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ।

ତେବେ ଜୟାଙ୍କ ଏହି ପ୍ରତିକ୍ରିୟାରେ ବଲିଉଡ୍‌ ଅଭିନେତ୍ରୀ କଡା ଜବାବ ରଖିଛନ୍ତି । ସେ ଏକ ଟୁଇଟରେ ଅଭିନେତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନା ଟୁଇଟ୍‌ କରି ଜୟା ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ନାମକୁ ମଧ୍ୟ ସାମିଳ୍‌ କରିଛନ୍ତି । କଙ୍ଗନା କହିଛନ୍ତି ଯେ, ଯଦି ତାଙ୍କ ସ୍ଥାନରେ ଜୟାଙ୍କ ଝିଅ ଶ୍ବେତାକୁ ଡ୍ରଗ୍ସ ଦିଆଯାଇ କିଶୋର ଅବସ୍ଥାରେ ମାଡ ଏବଂ ନିର୍ଯାତନା ଦିଆଯାଇଥାନ୍ତା। କିମ୍ବା ଅଭିଷେକ କ୍ରମାଗତ ଭାବରେ ଗାଳିଗୁଲଜ ଏବଂ ନିର୍ଯାତନା ଅଭିଯୋଗ କରି ଦିନେ ନିଜକୁ ଫାଶୀ ଦେଇଥାନ୍ତେ ତେବେ ସେତେବେଳେ ଜୟା କ’ଣ ଏପରି ପ୍ରତିକ୍ରିୟା ରଖିଥାନ୍ତେ  ବୋଲି ଜବାବ ରଖିଛନ୍ତି କଙ୍ଗନା ।

ଅପରପକ୍ଷରେ ଶିବସେନାର ନେତା ସଞ୍ଜୟ ରାଓ୍ବତ ଜୟା ବଚ୍ଚନଙ୍କୁ ପ୍ରତିକ୍ରିୟାକୁ ସ୍ବାଗତ କରିଛନ୍ତି । ସଞ୍ଜୟ ରାଓ୍ବତ କହିଛନ୍ତି ଯେ, ଫିଲ୍ମ ଇଣ୍ଡିଷ୍ଟ୍ରିରେ କିଛି ଲୋକ ଖରାପ କଥା କହୁଛନ୍ତି । ସେ କେବଳ ଏହି ଇଣ୍ଡଷ୍ଟ୍ରିର ବଦନାମ କରୁଛନ୍ତି ତାହା ନୁହେଁ ବରଂ ଦେଶର ସଂସ୍କୃତିକୁ ମଧ୍ୟ ବଦନାମ କରୁଛନ୍ତି । ଫିଲ୍ମ ଇଣ୍ଡଷ୍‌ଟ୍ରିରେ ରାଜନୀତିର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଓ୍ବତ । ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଆସିବା ପରେ କ୍ରମାଗତ ଭାବରେ ସଞ୍ଜୟ ରାଓ୍ବତ ଓ କଙ୍ଗନାଙ୍କ ଟୁଇଟ୍‌ ଓ୍ବାର ଜାରି ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026
Latest News

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.