ସୁପ୍ରିମ୍‌କୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ

Published: Sep 19, 2020, 11:57 am IST

ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପଟିଆଲା ହାଉସ୍‌ କୋର୍ଟରେ ଦାଏର ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି । ମାମଲା କଟକ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି ବର୍ଷା । ପଟିଆଲା ହାଉସ୍‌ କୋର୍ଟରେ ଛାଡପତ୍ର ମାମଲା କରିଛନ୍ତି ସ୍ବାମୀ ଅନୁଭବ ।

ସୂଚନାଥାଉ କି, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଏ ନେଇ ବର୍ଷା କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି। ପାରିବାରିକ ହିଂସା ନିରୋଧ ଆଇନ ଧାରା-12 ଅନୁଯାୟୀ ମାମଲା ଦାୟର ହୋଇଛି।

ଅପରପକ୍ଷରେ ଉଭୟ ପୁଣି ଏକାଠି ହୋଇ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ସେମାନଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି । ବର୍ଷା ମଧ୍ୟ ଅନୁଭବଙ୍କ ସହ ଏକାଠି ରହିବାକୁ ଚାହୁଁଛନ୍ତି । କେତେକ ଅନୁଷ୍ଠାନ ମଧ୍ୟ ଉଭୟଙ୍କ ମଧ୍ୟରେ ମିଳାମିଶା କରିବାକୁ ଉଦ୍ୟମ ବି କରି ଆସିଛନ୍ତି । କିନ୍ତୁ ଅନୁଭବ ଛାଡ଼ପତ୍ର ଦେବା ଜିଦରେ ଅଟଳ ରହିଛନ୍ତି ।

Related posts