Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର୍‌ ଓ ଥ୍ରୀଲର୍‌ ସହ ରହିଛି କମେଡିର ସୁପର ତଡ୍‌କା
ଆଜିର ଖବର

‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର୍‌ ଓ ଥ୍ରୀଲର୍‌ ସହ ରହିଛି କମେଡିର ସୁପର ତଡ୍‌କା

October 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି।   ତିନି ମିନିଟ୍‌ 40 ସେକେଣ୍‌ଡର ଅବଧି ଥିବା ଏହି ଟ୍ରେଲରରେ  ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍‌କା ରହିଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଅକ୍ଷୟ ଏହି ଫିଲ୍ମରେ ଜଣେ କିନ୍ନର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ, କିଆରାଙ୍କ ବ୍ୟତୀତ  ଆୟେଶା ରାଜ ମିଶ୍ର, ତୁଷାର କପୁର୍‌, ତରୁଣ ଅରେରା, ଅଶ୍ବିନୀ କଲେକର୍‌, ମନୁ ଋଷି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ନଭେମ୍ବର 9 ତାରିଖରେ ରିଲିଜ୍‌ ହେବ ।

ଫିଲ୍ମକୁ ନେଇ ନିର୍ମାତା ବେଶ୍‌ ଆଶାବାଦୀ ରହିଛନ୍ତି । ତେବେ ଫିଲ୍ମର ଟ୍ରେଲରରେ ଲାଇକ୍ସ ଓ ଡିସ୍‌ଲାଇକ୍‌ ଅପସନ୍‌ ଗାୟବ ରହିଥିବାର ଜଣାଯାଇଛି । ଟ୍ରେଲରକୁ ଦେଖିବା ପରେ ଲାଇକ୍ସ ଓ ଡିସଲାଇକ୍ସ ତ କରି ହେବ, କିନ୍ତୁ ତାହା ଦେଖା ଯିବ ନାହିଁ। ତେବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଫିଲ୍ମର ରିଲିଜ୍‌ ପୂର୍ବରୁ ଏହାକୁ ବୟକଟ୍‌ ପାଇଁ ଦାବି ହୋଇଥିଲା । ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବଙ୍କୁ ନେଇ ଲୋକେ ଟ୍ରୋଲ କରୁଥିଲେ। ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ ମଧ୍ୟ କରୁଥିଲା। ବୋଧେ ଏହି କାରଣ ପାଇଁ ଫିଲ୍ମର ଟ୍ରେଲରରେ ଲାଇକ୍‌ ଓ ଡିସ୍‌ଲାଇକ ଅପସନ୍‌କୁ ଗାଏବ କରାଯାଇଛି। ଅପରପକ୍ଷରେ ନେଗେଟିଭ୍‌ ପବ୍ଲିସିଟି ଫିଲ୍ମ ଉପରେ ପ୍ରଭାବ ପକାଇବା ଡରରେ ବୋଧେ ଏହା କରାଯାଇଛି ।

Laxmmi Bomb First Look Out: Akshay Kumar Shares First Look from 'Laxmmi Bomb' on Navratri

ଏହା ପୂର୍ବରୁ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଓ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ସଡ୍‌କ -2କୁ ମଧ୍ୟ ଦର୍ଶକଙ୍କ ରାଗର ସାମ୍ନାକୁ କରିବାକୁ ପଡିଥିଲା । ଏହି ଫିଲ୍ମର ଟ୍ରେଲରକୁ 13 ମିଲିଅନରୁ ଅଧିକ ଲୋକେ ଡିସ୍‌ଲାଇକ୍‌ କରିଥିଲେ । ସେହିପରି ଈଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଖାଲି ପିଲିର ଟ୍ରେଲରକୁ ମଧ୍ୟ ଡିସ୍‌ଲାଇକ୍‌ମିଳିଛି ।

akshyakumar laxmibomb
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.