Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର୍‌ ଓ ଥ୍ରୀଲର୍‌ ସହ ରହିଛି କମେଡିର ସୁପର ତଡ୍‌କା

ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି।   ତିନି ମିନିଟ୍‌ 40 ସେକେଣ୍‌ଡର ଅବଧି ଥିବା ଏହି ଟ୍ରେଲରରେ  ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍‌କା ରହିଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଅକ୍ଷୟ ଏହି ଫିଲ୍ମରେ ଜଣେ କିନ୍ନର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ, କିଆରାଙ୍କ ବ୍ୟତୀତ  ଆୟେଶା ରାଜ ମିଶ୍ର, ତୁଷାର କପୁର୍‌, ତରୁଣ ଅରେରା, ଅଶ୍ବିନୀ କଲେକର୍‌, ମନୁ ଋଷି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ନଭେମ୍ବର 9 ତାରିଖରେ ରିଲିଜ୍‌ ହେବ ।

ଫିଲ୍ମକୁ ନେଇ ନିର୍ମାତା ବେଶ୍‌ ଆଶାବାଦୀ ରହିଛନ୍ତି । ତେବେ ଫିଲ୍ମର ଟ୍ରେଲରରେ ଲାଇକ୍ସ ଓ ଡିସ୍‌ଲାଇକ୍‌ ଅପସନ୍‌ ଗାୟବ ରହିଥିବାର ଜଣାଯାଇଛି । ଟ୍ରେଲରକୁ ଦେଖିବା ପରେ ଲାଇକ୍ସ ଓ ଡିସଲାଇକ୍ସ ତ କରି ହେବ, କିନ୍ତୁ ତାହା ଦେଖା ଯିବ ନାହିଁ। ତେବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଫିଲ୍ମର ରିଲିଜ୍‌ ପୂର୍ବରୁ ଏହାକୁ ବୟକଟ୍‌ ପାଇଁ ଦାବି ହୋଇଥିଲା । ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବଙ୍କୁ ନେଇ ଲୋକେ ଟ୍ରୋଲ କରୁଥିଲେ। ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ ମଧ୍ୟ କରୁଥିଲା। ବୋଧେ ଏହି କାରଣ ପାଇଁ ଫିଲ୍ମର ଟ୍ରେଲରରେ ଲାଇକ୍‌ ଓ ଡିସ୍‌ଲାଇକ ଅପସନ୍‌କୁ ଗାଏବ କରାଯାଇଛି। ଅପରପକ୍ଷରେ ନେଗେଟିଭ୍‌ ପବ୍ଲିସିଟି ଫିଲ୍ମ ଉପରେ ପ୍ରଭାବ ପକାଇବା ଡରରେ ବୋଧେ ଏହା କରାଯାଇଛି ।

Laxmmi Bomb First Look Out: Akshay Kumar Shares First Look from 'Laxmmi Bomb' on Navratri

ଏହା ପୂର୍ବରୁ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଓ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ସଡ୍‌କ -2କୁ ମଧ୍ୟ ଦର୍ଶକଙ୍କ ରାଗର ସାମ୍ନାକୁ କରିବାକୁ ପଡିଥିଲା । ଏହି ଫିଲ୍ମର ଟ୍ରେଲରକୁ 13 ମିଲିଅନରୁ ଅଧିକ ଲୋକେ ଡିସ୍‌ଲାଇକ୍‌ କରିଥିଲେ । ସେହିପରି ଈଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଖାଲି ପିଲିର ଟ୍ରେଲରକୁ ମଧ୍ୟ ଡିସ୍‌ଲାଇକ୍‌ମିଳିଛି ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସ୍ବାସ୍ଥ୍ୟ

କରୋନା ମୁକାବିଲା: ସ୍ବତନ୍ତ୍ର କେୟାର ଫଣ୍ଡକୁ 25 କୋଟି ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ : କରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଶନିବାର ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯାଇଥିଲା। ଏହାପରେ ବଲିଉଡ୍‌ ଅଭିନେତା 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଅକ୍ଷୟ ପୂର୍ବରୁ ସରକାରଙ୍କୁ କରୋନା ମୁକାବିଲା ପାଇଁ 1.5 କୋଟି ଟଙ୍କା ପ୍ରଦାନ କରିଥିଲେ। ସର୍ବଦା ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହୁଥିବା ଅକ୍ଷୟ କୁମାର ନିଜେ 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ କଳାକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଜାନ୍‌ ହେ ତୋ ଜହାନ୍‌ ହେ ବୋଲି ଟ୍ବିଟ୍‌ କରି ଅକ୍ଷୟ ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଷୟଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି।

ଆପଣ ଯଦି ସହାୟତା କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟରେ ଅର୍ଥ ପୈଠ କରିପାରିବେ।

(ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ଅକ୍ଷୟ, ସାରା, ଧନୁଷଙ୍କ ‘ଅତରଙ୍ଗୀ ରେ’

ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍‌ ସେନ୍‌ସେସନ୍‌ ଧନୁଷ ଏବଂ ସାରା ଅଲୀ ଖାନ୍‌ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଆନନ୍ଦ ଏଲ୍‌ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ ଗୁରୁବାର ଅକ୍ଷୟ କୁମାର ସେୟାର କରିଛନ୍ତି । ଫିଲ୍ମର ନାମ ଅତରଙ୍ଗୀ ରେ ରହିଥିବା ବେଳେ ଫିଲ୍ମଟି ଏକ ମ୍ୟୁଜିକାଲ୍‌ ଲଭ୍‌ଷ୍ଟୋରୀ ରହିଛି । ଫିଲ୍ମର କାହାଣୀ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନଥିବା ବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ରହିବାର ଆଶା କରାଯାଉଛି । ଫିଲ୍ମଟି 2021 ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ୍‌ ହେବା ନେଇ ଘୋଷଣା କରାଯାଇଛି । ଫିଲ୍ମରେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଜଡିତ ଥିବା କାରଣରୁ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଆନନ୍ଦ ଏଲ୍‌ ରାଇ (ନିର୍ଦ୍ଦେଶକ), ଅକ୍ଷୟ କୁମାର(ଅଭିନେତା), ଧନୁଷ(ଅଭିନେତା), ହିମାଂଶୁ(କାହାଣୀ) ଏବଂ ଏ ଆାର ରେହମାନ(ସଙ୍ଗୀତ) ଏହି ଫିଲ୍ମ ସହିତ ସଂଶ୍ଲିଷ୍ଟ ଅଛନ୍ତି । (ଏଜେନ୍ସୀ)

Categories
ଭିଡ଼ିଓ

Salman Akkis film should do better than that of mine || ଅକ୍ଷୟଙ୍କ ଫିଲ୍ମ ମୋ ଫିଲ୍ମ ଠାରୁ ଭଲ ପ୍ରଦର୍ଶନ କରୁ

Categories
ଆଜିର ଖବର ମନୋରଂଜନ

ସିମ୍ବାର ଏକବର୍ଷ ପୂର୍ତ୍ତିରେ ସୂର୍ଯ୍ୟବଂଶୀର ନୂତନ ପୋଷ୍ଟର ରିଲିଜ୍‌

ମୁମ୍ବାଇ, 28/12: ବଲିଉଡ୍‌ ବ୍ଲକ୍‌ବଷ୍ଟର ସିମ୍ବାର ରିଲିଜ୍‌କୁ ଏକ ବର୍ଷ ପୁରିଛି। ସିମ୍ବାର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ଅପ୍‌କମିଙ୍ଗ ପୋଲିସ୍‌ ଫିଲ୍ମ ସୂର୍ଯ୍ୟବଂଶୀର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ ଏଟିଏସ ମୁଖ୍ୟ ଭାବରେ ଅଭିନୟ କରିଥିବା ବେଳେ ଅଜୟ ଦେବଗନ ଏବଂ ରଣବୀର ସିଂ କ୍ୟାମିଓ ଭାବରେ ନଜର ଆସିବେ। କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଅଭିନେତ୍ରୀ ରହିଥିବା ବେଳେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ଉଭୟ ନଜର ଆସିବାକୁ ଯାଉଛନ୍ତି। ସୂର୍ଯ୍ୟବଂଶୀ ଆସନ୍ତା ମାର୍ଚ୍ଚ 27, 2020ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। (ଏଜେନ୍ସୀ)