‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର୍‌ ଓ ଥ୍ରୀଲର୍‌ ସହ ରହିଛି କମେଡିର ସୁପର ତଡ୍‌କା

Published: Oct 9, 2020, 3:57 pm IST

ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି।   ତିନି ମିନିଟ୍‌ 40 ସେକେଣ୍‌ଡର ଅବଧି ଥିବା ଏହି ଟ୍ରେଲରରେ  ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍‌କା ରହିଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଅକ୍ଷୟ ଏହି ଫିଲ୍ମରେ ଜଣେ କିନ୍ନର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ, କିଆରାଙ୍କ ବ୍ୟତୀତ  ଆୟେଶା ରାଜ ମିଶ୍ର, ତୁଷାର କପୁର୍‌, ତରୁଣ ଅରେରା, ଅଶ୍ବିନୀ କଲେକର୍‌, ମନୁ ଋଷି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ନଭେମ୍ବର 9 ତାରିଖରେ ରିଲିଜ୍‌ ହେବ ।

ଫିଲ୍ମକୁ ନେଇ ନିର୍ମାତା ବେଶ୍‌ ଆଶାବାଦୀ ରହିଛନ୍ତି । ତେବେ ଫିଲ୍ମର ଟ୍ରେଲରରେ ଲାଇକ୍ସ ଓ ଡିସ୍‌ଲାଇକ୍‌ ଅପସନ୍‌ ଗାୟବ ରହିଥିବାର ଜଣାଯାଇଛି । ଟ୍ରେଲରକୁ ଦେଖିବା ପରେ ଲାଇକ୍ସ ଓ ଡିସଲାଇକ୍ସ ତ କରି ହେବ, କିନ୍ତୁ ତାହା ଦେଖା ଯିବ ନାହିଁ। ତେବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଫିଲ୍ମର ରିଲିଜ୍‌ ପୂର୍ବରୁ ଏହାକୁ ବୟକଟ୍‌ ପାଇଁ ଦାବି ହୋଇଥିଲା । ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବଙ୍କୁ ନେଇ ଲୋକେ ଟ୍ରୋଲ କରୁଥିଲେ। ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ ମଧ୍ୟ କରୁଥିଲା। ବୋଧେ ଏହି କାରଣ ପାଇଁ ଫିଲ୍ମର ଟ୍ରେଲରରେ ଲାଇକ୍‌ ଓ ଡିସ୍‌ଲାଇକ ଅପସନ୍‌କୁ ଗାଏବ କରାଯାଇଛି। ଅପରପକ୍ଷରେ ନେଗେଟିଭ୍‌ ପବ୍ଲିସିଟି ଫିଲ୍ମ ଉପରେ ପ୍ରଭାବ ପକାଇବା ଡରରେ ବୋଧେ ଏହା କରାଯାଇଛି ।

Laxmmi Bomb First Look Out: Akshay Kumar Shares First Look from 'Laxmmi Bomb' on Navratri

ଏହା ପୂର୍ବରୁ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଓ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ସଡ୍‌କ -2କୁ ମଧ୍ୟ ଦର୍ଶକଙ୍କ ରାଗର ସାମ୍ନାକୁ କରିବାକୁ ପଡିଥିଲା । ଏହି ଫିଲ୍ମର ଟ୍ରେଲରକୁ 13 ମିଲିଅନରୁ ଅଧିକ ଲୋକେ ଡିସ୍‌ଲାଇକ୍‌ କରିଥିଲେ । ସେହିପରି ଈଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଖାଲି ପିଲିର ଟ୍ରେଲରକୁ ମଧ୍ୟ ଡିସ୍‌ଲାଇକ୍‌ମିଳିଛି ।

Related posts