ଅକ୍ଷୟ, ସାରା, ଧନୁଷଙ୍କ ‘ଅତରଙ୍ଗୀ ରେ’

Published: Jan 30, 2020, 4:16 pm IST

ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍‌ ସେନ୍‌ସେସନ୍‌ ଧନୁଷ ଏବଂ ସାରା ଅଲୀ ଖାନ୍‌ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଆନନ୍ଦ ଏଲ୍‌ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ ଗୁରୁବାର ଅକ୍ଷୟ କୁମାର ସେୟାର କରିଛନ୍ତି । ଫିଲ୍ମର ନାମ ଅତରଙ୍ଗୀ ରେ ରହିଥିବା ବେଳେ ଫିଲ୍ମଟି ଏକ ମ୍ୟୁଜିକାଲ୍‌ ଲଭ୍‌ଷ୍ଟୋରୀ ରହିଛି । ଫିଲ୍ମର କାହାଣୀ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନଥିବା ବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ରହିବାର ଆଶା କରାଯାଉଛି । ଫିଲ୍ମଟି 2021 ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ୍‌ ହେବା ନେଇ ଘୋଷଣା କରାଯାଇଛି । ଫିଲ୍ମରେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଜଡିତ ଥିବା କାରଣରୁ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଆନନ୍ଦ ଏଲ୍‌ ରାଇ (ନିର୍ଦ୍ଦେଶକ), ଅକ୍ଷୟ କୁମାର(ଅଭିନେତା), ଧନୁଷ(ଅଭିନେତା), ହିମାଂଶୁ(କାହାଣୀ) ଏବଂ ଏ ଆାର ରେହମାନ(ସଙ୍ଗୀତ) ଏହି ଫିଲ୍ମ ସହିତ ସଂଶ୍ଲିଷ୍ଟ ଅଛନ୍ତି । (ଏଜେନ୍ସୀ)

Related posts