Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ
ଜାତୀୟ ଖବର

ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

April 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍।

ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି।

ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା। ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି। ଜିଓ ନେଟ୍‌ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।

ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍‌ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି। ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍‌ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍‌ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି। ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍‌ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି।

କଂପାନିର ନେଟ୍‌ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

jio Jio 5G Reliance JIO ଜିଓ ଜିଓ 5ଜି ରିଲାଏନସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.