Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ନେଇ ଆଇଆଇଏମ ଦେଲା ଏକ ଚମକପ୍ରଦ ରିପୋର୍ଟ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ନେଇ ଆଇଆଇଏମ ଦେଲା ଏକ ଚମକପ୍ରଦ ରିପୋର୍ଟ

April 24, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମ ନେଇ ଆଇଆଇଏମ ଦେଲା ଏକ ଚମକପ୍ରଦ ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ ସମ୍ପର୍କରେ ଦେଶର ୯୬ ପ୍ରତିଶତ ଜନସଂଖ୍ୟା ଅବଗତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଶ୍ରୋତାଙ୍କ ନିକଟରେ ପହଞ୍ଚିପାରିଛି, ଯେଉଁମାନେ ମନ କୀ ବାତ୍‌ ସମ୍ପର୍କରେ ଅବଗତ ଅଛନ୍ତି କିମ୍ବା ଅତିକମରେ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିଛନ୍ତି।

ପ୍ରସାର ଭାରତୀ ଏବଂ ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ) ରୋହତକ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ବିସ୍ତୃତ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି । ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ଦ୍ୱିବେଦୀ ଏବଂ ଆଇଆଇଏମ ରୋହତକର ନିର୍ଦ୍ଦେଶକ ଶ୍ରୀ ଧୀରଜ ପି. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଧ୍ୟୟନର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଧ୍ୟୟନରୁ ମିଳିଥିବା ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ, ୨୩ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌କୁ ନିୟମିତ ଶୁଣିଥାନ୍ତି। ଅନ୍ୟପଟେ ୪୧ କୋଟି ଲୋକ ସାମୟିକ ଭାବେ ଏହି ରେଡିଓ କାର୍ଯ୍ୟକ୍ରମ ଶୁଣିଥାନ୍ତି ଏବଂ ଏମାନେ ନିୟମିତ ଦର୍ଶକ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମ କାହିଁକି ଏତେ ଲୋକପ୍ରିୟ ହୋଇପାରିଛି ତା’ର କାରଣ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ଏହାର କେତେକ ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଉଲ୍ଲେଖ କରାଯାଇଛି । ଶକ୍ତିଶାଳୀ ଓ ନିର୍ଣ୍ଣାୟକ ନେତୃତ୍ୱ ଏବଂ ଜନସାଧାରଣଙ୍କ ସହିତ ଭାବଗତ ସମ୍ପର୍କ କାରଣରୁ ଏହି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କୁ ବାନ୍ଧି ରଖିପାରିଛି ।

ପ୍ରଧାନମନ୍ତ୍ରୀଙ୍କର ବିଜ୍ଞତା ଗୁଣ ଏବଂ ଦୟାଳୁ ତଥା ସହାନୁଭୂତିପୂର୍ଣ୍ଣ ସ୍ୱଭାବ କାରଣରୁ ତାଙ୍କ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଦେଶର ଜନସାଧାରଣ କହିଛନ୍ତି। ନାଗରିକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଓ ମାର୍ଗଦର୍ଶନ କାରଣରୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଭରସା ହାସଲ କରିପାରିଛି ।

ବର୍ତ୍ତମାନ ସୁଦ୍ଧା ପ୍ରସାରିତ ହୋଇସାରିଥିବା ମନ୍‌ କୀ ବାତର ୯୯ଟି ଅଧ୍ୟାୟର କିଭଳି ପ୍ରଭାବ ସାଧାରଣ ଶ୍ରୋତାଙ୍କ ଉପରେ ପଡ଼ିଛି ସେ ସମ୍ପର୍କରେ ମଧ୍ୟ ଅଧ୍ୟୟନରେ ଜାଣିବାକୁ ଚେଷ୍ଟା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଅଧିକାଂଶ ଶ୍ରୋତା ସରକାରଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ ଅଛନ୍ତି । ୭୩ ପ୍ରତିଶତ ଲୋକ ଦେଶର ଭବିଷ୍ୟତକୁ ନେଇ ଆଶାବାଦୀ ରହିଛନ୍ତି ଏବଂ ଏମାନେ ଭାବନ୍ତି ଯେ ଦେଶ ସଠିକ୍‌ ମାର୍ଗରେ ବିକଶିତ ହେଉଛି ।

୫୮% ଶ୍ରୋତା ଏହା କହିଛନ୍ତି ଯେ ଦେଶବାସୀଙ୍କ ଜୀବନଧାରଣ ମାନରେ ସୁଧାର ଆସିଛି ଏବଂ ସରକାରଙ୍କ ପ୍ରତି ୫୯% ଲୋକଙ୍କର ଭରସା ବୃଦ୍ଧି ପାଇଛି । ୬୩% ଲୋକ କହିଛନ୍ତି ଯେ ସରକାରଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିଛି ଏବଂ ୬୦% ଲୋକ ରାଷ୍ଟ୍ର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିବା ଏହି ସର୍ବେକ୍ଷଣ ବେଳେ ପ୍ରକାଶ କରିଛନ୍ତି । ଏହି ତଥ୍ୟରୁ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଭାବନା କିଭଳି ରହିଛି ତାହା ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଛି ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ୪୪.୭% ଶ୍ରୋତା ଟିଭିରେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପସନ୍ଦ କରୁଥିବା ବେଳେ ୩୭.୬% ଲୋକ ଏହାକୁ ମୋବାଇଲ ଡିଭାଇସରେ ଶୁଣିଥାନ୍ତି। ଶୁଣିବା ଅପେକ୍ଷା ୬୨ ପ୍ରତିଶତ ଲୋକ ଏହାକୁ ଟିଭିରେ ଦେଖିବାକୁ ପସନ୍ଦ କରୁଥିବା କହିଛନ୍ତି ଏବଂ ଏଭଳି ଶ୍ରୋତାମାନଙ୍କର ବୟସ ୧୯ରୁ ୩୪ ବର୍ଷ ମଧ୍ୟରେ ଥିବା ଅଧ୍ୟୟନରେ କୁହାଯାଇଛି ।

ମନ କୀ ବାତ୍‌ର ୬୫% ଶ୍ରୋତା ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଥିବା ବେଳେ ୧୮% ଶ୍ରୋତା ଇଂରାଜୀରେ ମନ ବାତ୍‌ ଶୁଣିଥାନ୍ତି।

ସର୍ବେକ୍ଷଣରେ ସାମିଲ ହୋଇଥିବା ଉତ୍ତରଦାତାଙ୍କ ସମ୍ପର୍କରେ ସୂଚନା ଦେଇ ନିର୍ଦ୍ଦେଶକ ଧୀରଜ ଶର୍ମା କହିଛନ୍ତି ଯେ ମୋଟ୍‌ ୧୦୦୦୩ ନମୁନା କ୍ଷମତା ସହିତ ଜନମତ ସଂଗ୍ରହ କରାଯାଇଥିଲା ଏମାନଙ୍କ ମଧ୍ୟରେ ୬୦% ପୁରୁଷ ଏବଂ ୪୦% ମହିଳା ଥିଲେ । ୬୮ଟି ଭିନ୍ନ ଭିନ୍ନ ପେସାର ଜନସଂଖ୍ୟାଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୪% ଅନୌପଚାରିକ ଏବଂ ସ୍ୱାବଲମ୍ବୀ ବୃତ୍ତିଧାରୀ ଥିଲେ।  ସେହିପରି ଅଧ୍ୟୟନରେ ସାମିଲ ଶ୍ରୋତାଙ୍କ ମଧ୍ୟରେ ୨୩% ଛାତ୍ରଛାତ୍ରୀ ଥିଲେ ।

ଶ୍ରୀ ଶର୍ମା ଆହୁରି କହିଥିଲେ ଯେ ସର୍ବେକ୍ଷଣ ସମୟରେ ସ୍ନୋବଲ ନମୁନା ସଂଗ୍ରହ ପଦ୍ଧତି ଅବଲମ୍ବନ କରି  ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପ୍ରାନ୍ତରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ପ୍ରତ୍ୟେକ ପ୍ରାନ୍ତରୁ ପ୍ରାୟ ୨୫୦୦ ଉତ୍ତରଦାତା ସାଇକୋମେଟ୍ରିକ ରୂପରେ ଶୁଦ୍ଧ ସର୍ବେକ୍ଷଣ ଉପକରଣ ଉପଯୋଗ କରି ସର୍ବେକ୍ଷଣରେ ସାମିଲ ହୋଇଥିଲେ।

ଶ୍ରୀ ଗୌରବ ଦ୍ୱିବେଦୀ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷା ଓ ୨୯ଟି କଥିତ ଭାଷାରେ ପ୍ରସାରଣ ହେବା ସହିତ ଇଂରାଜୀ ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହେଉଛି । ଏହି ଭାଷାଗୁଡ଼ିକ ହେଲା ଫରାସୀ, ଚୀନ, ଇଣ୍ଡୋନେସିଆ, ତିବ୍ବତୀୟ, ବର୍ମୀୟ, ବଲୁଚି, ଆରବୀୟ, ପଶ୍‌ତୁ, ପାର୍ସୀ, ଦାରୀ ଓ ସ୍ୱାହିଲି। ସେ କହିଥିଲେ ଯେ, ଆକାଶବାଣୀର ୫୦୦ଟି ପ୍ରସାରଣ କେନ୍ଦ୍ର ଦ୍ୱାରା ମନ କୀ ବାତ୍‌ ପ୍ରସାରିତ ହେଉଛି।

ଏଭଳି ଏକ ସର୍ବେକ୍ଷଣ କରାଯିବା ପଛରେ ରହିଥିବା କାରଣ ବିଷୟରେ ସୂଚନା ଦେଇ ଶ୍ରୀ ଦ୍ୱିବେଦୀ କହିଥିଲେ ଯେ, କେବଳ ଗୋଟିଏ ଅଧ୍ୟାୟକୁ ନେଇ ନୁହେଁ ବରଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନେଇ ଏକ ସ୍ୱୟଂସମ୍ପୂର୍ଣ୍ଣ ମତାମତ ସଂଗ୍ରହ କରିବା ଲାଗି ଆମେ ବହୁଦିନରୁ ଚିନ୍ତା କରି ଆସୁଥିଲୁ। ସେ ଆହୁରି କହିଥିଲେ ଯେ, ମନ କୀ ବାତ୍‌କୁ ନେଇ ଡିଜିଟାଲ ଭାବନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି, ଯାହାକି କେତେକ ସୀମା କାରଣରୁ ପାରମ୍ପରିକ ଗଣମାଧ୍ୟମରେ ପାଇବା ସମ୍ଭବ ହୁଏ ନାହିଁ । ଏହି ଦୃଷ୍ଟିରୁ ୧୮ ଏପ୍ରିଲ ୨୦୨୨ରେ ସର୍ବେକ୍ଷଣ ଆୟୋଜନ କରିବାର ଦାୟିତ୍ୱ ଆଇଆଇଏମ ରୋହତକକୁ ଦିଆଯାଇଥିଲା।

Maan ki baat ନରେନ୍ଦ୍ର ମୋଦୀ ମନ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.