Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଡନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରବାସୀ ଭାରତୀୟମାନେ କଲେ ବିପୁଳ ସ୍ବାଗତ
ଜାତୀୟ ଖବର

ସିଡନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରବାସୀ ଭାରତୀୟମାନେ କଲେ ବିପୁଳ ସ୍ବାଗତ

May 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିଡନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରବାସୀ ଭାରତୀୟମାନେ କଲେ ବିପୁଳ ସ୍ବାଗତ

ବିଦେଶରେ ମୋଦୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ଆଜି ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି।

ବିଦ୍ୟାର୍ଥୀ, ଗବେଷକ, ବିଭିନ୍ନ ପେଶାଦାର ଗୋଷ୍ଠୀ ଓ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରବାସୀ ଭାରତୀୟଙ୍କ ଏହି ମତ ବିନିମୟରେ ସମସ୍ତେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅଷ୍ଟ୍ରେଲୀୟ ମନ୍ତ୍ରୀ, ସାଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ।

ଅନେକ ଭାରତୀୟ ବସବାସ କରୁଥିବା ପଶ୍ଚିମ ସିଡନୀର ପାରାମାଟାର ହ୍ୟାରିସ ପାର୍କରେ ନିର୍ମିତ ‘ଲିଟିଲ ଇଣ୍ଡିଆ ପ୍ରବେଶ ଦ୍ୱାର’ର ନିର୍ମାଣ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ‘ପାରସ୍ପରିକ ଆସ୍ଥା ଓ ସମ୍ମାନ’ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ନିବିଡ଼ ସମ୍ପର୍କର ମୂଳପିଣ୍ଡ ବୋଲି କହିଥିଲେ । ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କ ସଫଳତା ଓ ଅବଦାନକୁ ସେ ପ୍ରଶଂସା କରିବା ସହ ସେମାନେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ସଫଳତା ଉପରେ ରେଖାପାତ କରିବା ସହ ଭାରତର ସଫଳତାର କାହାଣୀ ନେଇ ସାରା ପୃଥିବୀ ଜାଣିବାକୁ ଇଚ୍ଛୁକ ବୋଲି ସେ କହିଥିଲେ।

ସେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କର ଗଭୀରତା ଉପରେ ଆଲୋକପାତ କରିବା ସହ ବ୍ରିସବେନରେ ଭାରତ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲିବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.