Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନ୍ୟୁଜ ଷ୍ଟୁଡିଓରେ ‘ବିପର୍ଯ୍ୟୟ’, ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ
ଜାତୀୟ ଖବର

ନ୍ୟୁଜ ଷ୍ଟୁଡିଓରେ ‘ବିପର୍ଯ୍ୟୟ’, ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ

June 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
rtvbharat
ନ୍ୟୁଜ ଷ୍ଟୁଡିଓରେ 'ବିପର୍ଯ୍ୟୟ', ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ

ଶରତ ପାଇକରାୟ

ବର୍ତ୍ତମାନ ସାମ୍ବାଦିକତାର ମୂଲ୍ୟବୋଧ କେଉଁ ସ୍ତରକୁ ଗଲାଣି ତାହା କଳ୍ପନା କରିବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କୁ ନୂଆ ପିଢୀର ସାମ୍ବାଦିକ ଆଦର୍ଶ ବୋଲି ଭାବୁଛନ୍ତି ସେମାନେ ସାମ୍ବାଦିକତାର ସବୁ ନିୟମ ଭାଙ୍ଗୁଛନ୍ତି। ସେମାନେ ନ୍ୟୁଜ ଷ୍ଟୁଡିଓକୁ ଯାତ୍ରା ପେଣ୍ଡାଲ ଭାବେ ପରିଣତ କରିସାରିଲେଣି। ଫଳରେ ସାଧାରଣ ଲୋକେ ସେମାନଙ୍କ ସାମ୍ବାଦିକତାଠାରୁ  ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି।

ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ବେଶ ସମାଲୋଚନା କରାଯାଉଛି। ତାହା ସହିତ ଅଜସ୍ର ଗାଳି। ଭିଡିଓଟି ହେଉଛି ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ବିପର୍ଯ୍ୟୟ ବାତ୍ୟା ଆଙ୍କରିଂ। ସେଥିରେ ଆଙ୍କର ଶ୍ବେତା ତ୍ରିପାଠୀ କ୍ରୋମା ଷ୍ଟୁଡିଓରେ ହାତରେ ଛତା ଧରି ଷ୍ଟୁଡିଓ ଭିତରେ ଦୋହଲି ଦୋହଲି ଖବର ପରିବେଷଣ କରୁଛନ୍ତି।

ସେଠାରେ ସେ ଏପରି ଅଭିନୟ କରୁଛନ୍ତି ଯେ , ଲୋକେ ଭାବିବେ ଯେ, ପବନ ତାଙ୍କୁ ଉଡେଇ ନେଉଛି ନିଜକୁ ସମ୍ବାଳି ସେ ଆଙ୍କରିଂ କରୁଛନ୍ତି। ଆଜିକାଲି ଯୁଗରେ ଏପରି କାର୍ଯ୍ୟକୁ ସାଧାରଣ ଲୋକେ ଜାଣି ସାରିଲେଣି। ଏପରିକି କ୍ରୋମା ସେଟ୍ କଣ ତାହା ମଧ୍ୟ ଲୋକେ ଅବଗତ ହୋଇସାରିଲେଣି। ଏପରି କ୍ଷେତ୍ରରେ ଶ୍ବେତା ଷ୍ଟୁଡିଓ ଭିତରେ ଏମିିତି ଅଭିନୟ କରି ଖବର ପରିବେଷଣ କରିବାର ଉଦ୍ଦେଶ୍ୟ କଣ ତାହା ବୁଝି ହେଉ ନାହିଁ।

ଏଠାରେ ଅବଶ୍ୟ ଶ୍ବେତାଙ୍କୁ ଭୁଲ ଦେଇ ହେବ ନାହିଁ। କାରଣ ନ୍ୟୁଜ ଷ୍ଟୁଡିଓରେ କିପରି ଖବର ପରିବେଷଣ କରାଯିବ ତାହା ସେହି ବୁଲେଟିନର ପ୍ରଯୋଜକ ନିଷ୍ପତି କରିଥାଏ। ହେଲେ ଏଠାରେ ଯେପରି ନ୍ୟୁଜ ପରିବେଷଣ ହେଲା ତାହା ପ୍ରଯୋଜକଙ୍କର ଇଚ୍ଛାରେ କେବେ ହୋଇ ନ ଥିବ। ନିଶ୍ଚିତ ଭାବେ ମୁଖ୍ୟ ସଂପାଦକ ବା ଏଡିଟର ଇନ ଚିଫ୍ ଙ୍କ ନିର୍ଦ୍ଦେଶ ରହିଥିବ। ଆଉ ସେ ହେଉଛନ୍ତି ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଉଦାହରଣ ରହିଛି ଯାହା ରିପବ୍ଲିକ ଟିଭି ନିୟମ ଉର୍ଦ୍ଧରେ ରହି କାମ କରୁଛି। ପୂର୍ବରୁ ୟୁକ୍ରେନ ଋଷ ଯୁଦ୍ଧ ଘଟଣା ଖବର ନାଟକୀୟ ଢଙ୍ଗରେ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ। ଯାତ୍ରା ଅଭିନୟ ପରି ନାଚିନାଚି ୟୁକ୍ରେନରେ ଆଙ୍କର ଖବର ପରିବେଷଣ କରୁଥିଲେ। ସେତେବେଳେ ତାହା ମଧ୍ୟ ଏହି ଚ୍ୟାନେଲ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା।

ଆମ ଓଡିଆରେ ଏକ ଢଗ ଅଛି, ଦେଉଳ ତୋଳିଲେ ନା କରିବ, ବାଟରେ ହଗିଲେ ମଧ୍ୟ ନା କରିବ। ଏଥିରୁ ସ୍ପଷ୍ଟ ଯେ, ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ କେବଳ ବାଟରେ ହଗି ନାଁ କମାଇବା ପାଇଁ ବ୍ୟଗ୍ର। ଆଗକୁ ନିର୍ବାଚନ ଆସୁଛି, ନିଜ ଚ୍ୟାନେଲର ଟିଆରପି ଖସିବାରେ ଲାଗିଛି, ଏପରି କ୍ଷେତ୍ରରେ ସେ ବାଟ ହଗା କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅପଚେଷ୍ଠା କରିବାରେ ଲାଗିଛନ୍ତି। (ଫଟୋ ସୌଜନ୍ୟ-ରିପବ୍ଲିକ ଭାରତ)

ବାତ୍ୟା ବାତ୍ୟା ବିପର୍ଯ୍ୟୟ ବିପର୍ଯ୍ୟୟ ଶରତ ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026
Latest News

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.