Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ
ଜାତୀୟ ଖବର

ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ

June 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ

ପୁରୀ: ଅଧାରେ ଅଟକିଲା ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେହିପରି ମା ସୁଭଦ୍ରାଙ୍କ ରଥ ମଧ୍ୟ ଅଧାରେ ଅଟକିଛି। କେବଳ ବଡ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ସଂଧ୍ୟା ହେବାରୁ ଆଉ ରଥ ଟଣା ହୋଇପାରିଲା ନାହିଁ। ପୁଣି ଆସନ୍ତାକାଲି ବୁଧବାରରେ ଦୁଇ ରଥକୁ ଟାଣି ଟାଣି ନିଆଯିବ।

ଆଜି ଅପରାହ୍ନରେ ରଥର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ ରଥକୁ ଭକ୍ତମାନେ ୩ଟା ୪ ମିନିଟରେ ହରିବୋଲ ହୁଳହୁଳି ଦେଇ ଟାଣିଟାଣି ନେଇଯାଇ ଥିଲେ। ଖରା ହେବା ସତ୍ବେ ଭକ୍ତମାନେ ଆନନ୍ଦରେ ରଥ ଟାଣିଟାଣି ନେଇ ଯାଇଥିଲେ। ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ପହଞ୍ଚିପାରିଥିଲା।

ସେହିପରି ତାଳଧ୍ବଜ ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୫୫ରେ ଗଡିବା ଆରମ୍ଭ କରିଥିଲା। ମା ସୁଭଦ୍ରାଙ୍କ ରଥ ଟାଣି ନେବାରେ ଭକ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ପରିଲକ୍ଷିତ ହୋଇଥିଲା। ହେଲେ ମା ସୁଭଦ୍ରା ଶେଷ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିପାରି ନ ଥିଲେ। ସଂଧ୍ୟା ହେବାରୁ ମାଙ୍କ ରଥ ବଡଶଙ୍ଖ ନିକଟରେ ଅଟକି ରହିଛି।

ଶେଷରେ ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥ ଅପରାହ୍ନ ୪ଟା ୪୦ରେ ଗଡିବା ଆରମ୍ଭ କରିଥିଲା। ଏହି ରଥକୁ ଟାଣିବାରେ ଭକ୍ତମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ଡାହୁକ ଡାକରାରେ ଗୋଟିଏ ନିଃଶ୍ବାସରେ ଭକ୍ତମାନେ ପ୍ରଭୃଙ୍କୁ ଭିଡି ନେଇଥିଲେ। ହେଲେ ମା ସୁଭଦ୍ରାଙ୍କ ରଥ ଆଗରେ ଅଟକି ଯିବାରୁ ପ୍ରଭୃ ମଧ୍ୟ ବଳଗଣ୍ଡି ମାଉସୀମା ମନ୍ଦିରେ ନିକଟରେ ଅଟକି ଯାଇଛନ୍ତି।

ମନ୍ଦିର ପ୍ରଶାସନ ଅନୁସାରେ ଆସନ୍ତାକାଲି ବୁଧବାରରେ ପୁଣି ରଥଟଣା ନୀତି ଆରମ୍ଭ ହେବ। ମା ସୁଭଦ୍ରା ଏବଂ ବଡଠାକୁରଙ୍କ ରଥ ଶରଧାବାଲିରେ ପହଞ୍ଚିବା ପରେ ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସେଠାରେ ଶ୍ରୀଜିୟୁ ସାତ ଦିନ ଅବସ୍ଥାନ କରି ତାଙ୍କର ଜନ୍ମବେଦୀରେ ଦର୍ଶନ କରିବେ। ସେଠାରେ ଆଡପ ଅଭଡା ଲାଗି ହେବ, ଯାହାକୁ ପାଇବା ପାଇଁ ଭକ୍ତମାନେ ଆତୁର ସହକାରେ ଅପେକ୍ଷା କରିଥାନ୍ତି।

Ratha Jatra rathyatra RathYatra2023 ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.