Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରିଲା ବିଜେପିର ମହାଜନସଂପର୍କ ଯାତ୍ରା, ନଡ୍ଡାଙ୍କ ଛଡା ଆଉ ଆସିଲେନି କେହି, ନେତାଙ୍କ ପାଟି ଚୁପ୍
ଜାତୀୟ ଖବର

ସରିଲା ବିଜେପିର ମହାଜନସଂପର୍କ ଯାତ୍ରା, ନଡ୍ଡାଙ୍କ ଛଡା ଆଉ ଆସିଲେନି କେହି, ନେତାଙ୍କ ପାଟି ଚୁପ୍

July 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରିଲା ବିଜେପିର ମହାଜନସଂପର୍କ ଯାତ୍ରା, ନଡ୍ଡାଙ୍କ ଛଡା ଆଉ ଆସିଲେନି କେହି, ନେତାଙ୍କ ପାଟି ଚୁପ୍

ଭୁବନେଶ୍ବର: ବଡ ତୁମ୍ବି ତୋଫାନ କରାଗଲା। ମୋଦୀ ସରକାରର ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରାଦେଶରେ ଆୟୋଜିତ ହେବ ମହାଜନସଂପର୍କ ଯାତ୍ରା। ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଗଲା। କୁହାଗଲା ଓଡିଶାରେ ମହାଜନସଂପର୍କ ଯାତ୍ରା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଭାପତି ଜେ ପି ନଡ୍ଡା ଯୋଗଦେବେ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି କର୍ମିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ବୃଦ୍ଧି ପାଇଥିଲା। ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଯାତ୍ରା ସଂପର୍କରେ ସୂଚନା ଦେଇ ରଥୀମହାରଥିମାନେ ଆସିବେ ବୋଲି କହିଥିଲେ। ହେଲେ ଦୁଃଖର କଥା ଗତ ମେ 31 ତାରିଖରୁ ଆରମ୍ଭ ହୋଇ ଜୁନ 30 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି  ମାସିକିଆ ମହାଜନସଂପର୍କ ଯାତ୍ରାରେ ଯୋଗଦେବାକୁ ନଡ୍ଡାଙ୍କ ଛଡା ଆଉ କେହି ଆସିଲେ ନାହିଁ।  ଶେଷରେ ସବୁ କିଛି ଫୁସ୍… ହୋଇଗଲା।

ଏହା ଭିତରେ ଆଉ ବଡ ହାସ୍ୟସ୍ପଦ ଘଟଣା ହୋଇଯାଇଛି ଅମିତ ସାହାଙ୍କ ଢେଙ୍କାନାଳ ଗସ୍ତକୁ ନେଇ। ଖୋଦ ବିଜେପି ଚାଣକ୍ୟ ଅମିତ ସାହା ମହାଜନସଂପର୍କ ଯାତ୍ରାରେ ଯୋଗଦେବା ପାଇଁ ଓଡିଶା ଆସିବେ। ସେ ଢେଙ୍କାନାଳରେ ଏକ ଜନସଭା କରିବେ। ଏ ନେଇ ଦଳ ତରଫରୁ ସ୍ବତନ୍ତ୍ର ଭାବେ ସୂଚନା ଦିଆଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ଛିଡା ହେଉ ଥିବାରୁ ଅମିତ ସାହା ସେଠାକୁ ନିଶ୍ଚିତ ଆସିବେ ବୋଲି ଆଶା କରାଗଲା। ହେଲେ ସେ ମଧ୍ୟ ଓଡିଶା ମଇଦାନକୁ ଓହ୍ଲାଇଲେ ନାହିଁ।

ଅମିତ ସାହା ନ ଆସିବାର କାରଣରେ ଦଳ ତରଫରୁ କୁହାଗଲା ଯେ, ଗୁଜୁରାଟ ବାତ୍ୟା ପାଇଁ ତାଙ୍କ କାର୍ଯ୍ୟକ୍ରମ ବାତିଲ କରାଗଲା। ହେଲେ ଆଶ୍ଚର୍ଯ୍ୟର କଥା ବାତ୍ୟା ସରିବା ପରେ ମଧ୍ୟ ଅମିତ ସାହା ଓଡିଶା ଆସିଲେ ନାହିଁ। କେବେଳ ଏହି ଗୋଟିଏ ଥର ନୁହେଁ ଅମିତ ସାହା ଢେଙ୍କାନାଳ ଆସିବେ ବୋଲି ପୂର୍ବରୁ ଦୁଇ ଥର ଘୋଷଣା କରାଯାଇଥିଲା। ହେଲେ ପର ମୁହୁର୍ତ୍ତରେ ସେ ଆସି ନ ଥିଲେ। ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରରେ ହତାସ ଭାବ ପରିଲକ୍ଷିତ ହୋଇଛି।

ଓଡିଶାରେ ବିଜେପିର ଏପରି ଅବସ୍ଥା ଦେଖି ସାଧାରଣ ମହଲରେ ବେଶ୍ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। କାରଣ ଓଡିଶାର ବିଧାନସଭା ତଥା ସାଧାରଣ ନିର୍ବାଚନ ଆଉ ମାସ କେଇଟା ରହିଲା। ଏହା ପୂର୍ବରୁ ଜନସଂପର୍କ ଯାତ୍ରା ମାଧ୍ୟମରେ ବିଜେପି ଏକ ଧମାକା କରିବ ବୋଲି ସମସ୍ତେ ଆଶା କରୁଥିଲେ। କାରଣ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ ମଙ୍ଗୁଆଳମାନେ ଆସୁଥିବାର ଏପରି ଆଶା କରିବା ସ୍ବାଭାବିକ। ହେଲେ ତାହା ନ ହେବା ବିଜେପି ପାଇଁ ଏକ ବଡ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯଦି ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାମାନେ ଏପରି ଆଡଛଡା ଦେଲେଣି, ତେବେ ନିର୍ବାଚନ ସମୟରେ ରାଜ୍ୟ ବିଜେପିର ଅବସ୍ଥା କଣ ହେବ ତାହା ଏବେଠାରୁ ଜଳଜଳ ଦେଖାଦେଲାଣି।

ବିଜେପି ମହାଜନସଂପର୍କ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026
Latest News

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.