Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ
ଜାତୀୟ ଖବର

ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PMModi
ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ହେଲେ ଗତ କିଛିଦିନ ଧରି ଏହି ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି।

ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ।

ତେବେ ଓଡିଶା ପ୍ରସଂଗରେ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ସେଥିରୁ ଖସି ଶିକ୍ଷା ବିଭାଗକୁ ଆସିଲେ। ବର୍ତ୍ତମାନ ସେ ପୁରା ମନ୍ତ୍ରୀମଣ୍ଡଳରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ କେନ୍ଦ୍ର ଖୁସି ନାହିଁ। ତାଙ୍କ ଦ୍ବାରା ଓଡିଶାରେ ସଂଗଠନ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରୀୟ ନେତୃତ୍ବ ଅନୁଭବ କରିସାରିଲେଣି।

ସେହିପରି ଓଡିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କ ପରିସ୍ଥିତ ମଧ୍ୟ ଭଲ ନାହିଁ। ହେଲେ ସେ ମନ୍ତ୍ରୀ ମଣ୍ଡଳରୁ ବିଦା ନ ହୋଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ରେଳ ବିଭାଗ ବାହାର କରିନିଆଯିବ ବୋଲି କୁହାଯାଉଛି। କାରଣ ବାହାନଗା ରେଳ ଦୁର୍ଘଟଣା ପରେ ସେ ବିବାଦୀୟ ହୋଇପଡିଛନ୍ତି। ଅନ୍ୟପକ୍ଷରେ ଅଶ୍ବିନୀଙ୍କ କାର୍ଯ୍ୟଦକ୍ଷତା ଦଳୀୟ ରାଜନୀତି ପାଇଁ କୌଣସି କାମରେ ଆସିପାରୁ ନାହିଁ। ସେଥିପାଇଁ ତାଙ୍କୁ କମ ଗୁରୁତ୍ବ ଥିବା ବିଭାଗର ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବା ପରେ ଆଉ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥିରେ ଦୁଇ ଜଣଙ୍କ ନାମ ବେଶ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଏହି ଦୁଇଜଣଙ୍କ ମଧ୍ୟରୁ ଜୁଏଲଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ନୂଆ ଭାବେ ପ୍ରଫୁଲ ପଟେଲ ଏବଂ ଚିରାଗ ପାଶୱାନଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେତେକ ଦଳିୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଟାସ୍କ ଦିଆଯିବ ବୋଲି ଜଣାପଡିଛି।

ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Latest News

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.