Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟମାନଙ୍କୁ 7532 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର
ଜାତୀୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟମାନଙ୍କୁ 7532 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଆଜି 22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି। ଓଡ଼ିଶାକୁ ଏସଡିଆରଏଫ ପାଣ୍ଠି ବାବଦରେ 707 କୋଟି 60 ଲକ୍ଷ ଟଙ୍କା ମିଳିଛି।

ଜାରି କରାଯାଇଥିବା ଅର୍ଥରାଶିର ରାଜ୍ୟୱାରୀ ତାଲିକା ନିମ୍ନରେ ଦିଆଗଲା:

(କୋଟି ଟଙ୍କାରେ)

କ୍ରଂସଂ ରାଜ୍ୟ ପରିମାଣ
  ଆନ୍ଧ୍ରପ୍ରଦେଶ 493.60
  ଅରୁଣାଚଳ ପ୍ରଦେଶ 110.40
  ଆସାମ 340.40
  ବିହାର 624.40
  ଛତିଶଗଡ 181.60
  ଗୋଆ 4.80
  ଗୁଜରାଟ 584.00
  ହରିୟାଣା 216.80
  ହିମାଚଳ ପ୍ରଦେଶ 180.40
   କର୍ଣ୍ଣାଟକ 348.80
   କେରଳ 138.80
   ମହାରାଷ୍ଟ୍ର 1420.80
  ମଣିପୁର 18.80
  ମେଘାଳୟ 27.20
  ମିଜୋରାମ 20.80
  ଓଡ଼ିଶା 707.60
  ପଞ୍ଜାବ 218.40
  ତାମିଲନାଡୁ 450.00
  ତେଲଙ୍ଗାନା 188.80
  ତ୍ରିପୁରା 30.40
  ଉତ୍ତରପ୍ରଦେଶ 812.00
  ଉତ୍ତରାଖଣ୍ଡ 413.20

ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ତତ୍କାଳ ସହାୟତା ରାଶି ଜାରି କରାଯାଇଛି ।

ବିପର୍ଯ୍ୟୟ ପ୍ରଶମନ ଆଇନ 2005ର ଧାରା 48 (1) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଆରଏଫରେ 75 ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ 90 ପ୍ରତିଶତ ଯୋଗଦାନ ଦେଇଥାନ୍ତି।

ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦୁଇଟି ସମାନ କିସ୍ତିରେ ବାର୍ଷିକ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ୱାରା ଏସଡିଆରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଆଯଇଥାଏ। ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଆବଶ୍ୟକତାକୁ କୋହଳ କରାଯାଇଛି ।

ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ କୁଆପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତତ୍କାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଆରଏଫକୁ ଉପଯୋଗ କରାଯାଇଥାଏ।

ଅତୀତର ଖର୍ଚ୍ଚ, କ୍ଷେତ୍ର, ଜନସଂଖ୍ୟା ଏବଂ ବିପର୍ଯ୍ୟୟ ବିପତ୍ତି ସୂଚକାଙ୍କ ଭଳି ବହୁ କାରକ ଉପରେ ଆଧାର କରି ରାଜ୍ୟମାନଙ୍କୁ ଏସଡିଆରଏଫ ପାଣ୍ଠି ଆବଣ୍ଟନ କରାଯାଏ। ଏହି କାରକଗୁଡ଼ିକ ରାଜ୍ୟର ସଂସ୍ଥାଗତ କ୍ଷମତା, ବିପଦ, ଅଭିଜ୍ଞତା, ବିପତ୍ତି ଓ ଦୁର୍ବଳତାର ପରିଚୟ ଦେଇଥାନ୍ତି।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି, କେନ୍ଦ୍ର ସରକାର 2021-22 ରୁ 2025-26 ମଧ୍ୟରେ ଏସଡିଆରଏଫ ପାଇଁ 1,28,122.40 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ 98,080.80 କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏବେ ସୁଦ୍ଧା 34,140.00 କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି । ଚଳିତ ଥର ଅର୍ଥରାଶି ଜାରି କରାଯିବା ପରେ ରାଜ୍ୟ ସରକାରଙ୍କୁ ଏବେସୁଦ୍ଧା ଜାରି ହୋଇଥିବା ଅର୍ଥ ପରିମାଣ 42,366 କୋଟି ଟଙ୍କାରେ ପହଞ୍ଚିଛି ।

ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ସରକାର ବିପର୍ଯ୍ୟୟ ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.