Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ
ଜାତୀୟ ଖବର

ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

July 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି।

ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ନେଇ ସମୀକ୍ଷା ହୋଇଛି।

ଗତଥର ସାରାଦେଶରେ ମୋଦୀ ହାୱା ଯୋଗୁ ବିଜେପି କ୍ଷମତାକୁ ଆସିଥିଲା। ଓଡ଼ିଶାରେ ଗୋଟିଏରୁ ଉଠି ୮ଟି ଆସନ ଜିତିଥିଲା। ୧୩ଟିରେ ହାରିଥିଲେ ମଧ୍ୟ ଅଧିକାଂଶ କମ୍ ବ୍ୟବଧାନରେ ହାରି ସିଟ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲା। କେଉଁ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ମଧ୍ୟ ଦଳୀୟ ସ୍ତରରେ ସଂଗ୍ରହ ହୋଇସାରିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଆସନରେ ବିଜୟୀ ହୋଇଥିବା ସାଂସଦ ଏବେ ଲୋକପ୍ରିୟତା ହରାଇଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବାର ସମ୍ଭାବନା ନାହିଁ। ଏପରିକି ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାକୁ ଦଳୀୟ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି।

ବିଜେପି ମନମୋହନ ସାମଲ ସୁନୀଲ ବଂଶଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026

ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

July 5, 2026
Latest News

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ଉଦ୍‌ଘାଟନ ପୂର୍ବରୁ ଧସିଲା ୭ କୋଟିର ସେତୁ ଆପ୍ରୋଚ୍ ରାସ୍ତା : ବିପଦରେ ପୁରୀ – ଡେଲାଙ୍ଗ ଡାକପଡା ଲୁଣା ନଦୀ ବ୍ରିଜ

July 5, 2026

ପଦ୍ମ ବିଭୂଷଣ ତୀଜନ ବାଇଙ୍କ ପରଲୋକ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.