Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦି, ଦିନ ଓ ସମୟ ହେଲା ଧାର୍ଯ୍ୟ
ଜାତୀୟ ଖବର

ଓଡିଶାର ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦି, ଦିନ ଓ ସମୟ ହେଲା ଧାର୍ଯ୍ୟ

July 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସେଥିପାଇଁ କେନ୍ଦ୍ରର ଏନଡିଏ ସରକାର ଏଥିପାଇଁ ଏବେଠାରୁ ଆରମ୍ଭ କରିଛନ୍ତି ଉଦ୍ୟମ। ସେହିକ୍ରମରେ ଏନଡିଏ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ମାରଥନ ବୈଠକ କରିବେ ବୋଲି ଘୋଷଣା କରାଯାଇଛି। ଏହି ଆଲୋଚନା ଚଳିତ ୩୧ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଚାଲିବ।

ପ୍ରଥମେ ସନ୍ଧ୍ୟା ସାଢ଼େ ୬ଟାରେ ଏବଂ ଅନ୍ୟଟି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଟି ଭାଗରେ ବୈଠକ ହେବ। ସୋମବାର ଜୁଲାଇ ୩୧ରୁ  ଏନଡିଏ ବୈଠକ ଆରମ୍ଭ ହେବ, ଯେଉଁଥିରେ ଉତ୍ତରପ୍ରଦେଶର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୬ଟାରେ ଭେଟି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଏହି ବୈଠକରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡର ସାଂସଦମାନେ ସାମିଲ ହେବେ। ସଞ୍ଜୀବ ବାଲିୟାନ ଏବଂ ବିଏଲ ବର୍ମାଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ସାଂସଦମାନଙ୍କ ସହ ସାକ୍ଷାତ କରିବେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଶାନ୍ତନୁ ଠାକୁର ଏହି ଅଧିବେଶନର ଆୟୋଜନ କରିବେ। ଯେଉଁଥିରେ ଓଡିଶା ସମେତ ୪୧ ଜଣ ସାଂସଦ ଉପସ୍ଥିତ ରହିବେ।

ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଉତ୍ତରପ୍ରଦେଶର କାଶୀ, ଗୋରଖପୁର ଓ ଅବଧରୁ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଅମିତ ଶାହା ଓ ରାଜନାଥ ସିଂହ ଉପସ୍ଥିତ ରହିବେ ଏବଂ ମନ୍ତ୍ରୀ ଅନୁପ୍ରୁକ୍ତ ପଟେଲ ଓ ମହେନ୍ଦ୍ର ନାଥ ପାଣ୍ଡେ ଆୟୋଜକଭାବେ ଦାୟିତ୍ୱ ତୁଲାଇବେ ଏହି ଅଧିବେଶନରେ ୪୮ ଜଣ ସାଂସଦ ଅଂଶଗ୍ରହଣ କରିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପର ସାଂସଦମାନଙ୍କ ସହ ବୈଠକ ହେବ। ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭି ମୁରଲୀଧରନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ଉପସ୍ଥିତ ରହିବେ। ଏଥିରେ ମୋଟ ୪୮ ଜଣ ସାଂସଦ ଯୋଗଦେବେ ବୋଲି ଆଶା କରାଯାଉଛି।

ଆଗକୁ ବଢ଼ି ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବିହାରର ୨୭ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜନାଥ ସିଂହ ଏବଂ ଅମିତ ଶାହା ଯୋଗଦେବେ।

Election2024 odishabjp ଓଡିଶା ବିଜେପି ଓଡିଶା ବିଜେପି ସାଂସଦ ନିର୍ବାଚନ2024 ବିଜେପି ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.