Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାହୁଳ ଗାନ୍ଧି ଆଜି ସଂସଦକୁ ଫେରିବେ କି? ଜାରୀ ରହିଛି ସସପେନସ !!
ଜାତୀୟ ଖବର

ରାହୁଳ ଗାନ୍ଧି ଆଜି ସଂସଦକୁ ଫେରିବେ କି? ଜାରୀ ରହିଛି ସସପେନସ !!

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
RahulGandhi
ରାହୁଳ ଗାନ୍ଧି ଆଜି ସଂସଦକୁ ଫେରିବେ କି? ଜାରୀ ରହିଛି ସସପେନସ !!

ନୂଆଦିଲ୍ଲୀ: ଆଜି ରାହୁଳ ଗାନ୍ଧି ସଂସଦକୁ ଫେରିବେ କି ? ଏ ନେଇ ସସପେନସ ଲାଗି ରହିଛି। ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି ସଂସଦୀୟ କାର୍ଯ୍ୟାଳୟ ଉପରେ। କାରଣ ସଂସଦର ସଚିବାଳୟ ଏ ନେଇ ନିଷ୍ପତି କରି ବିଜ୍ଞପ୍ତି ପ୍ରକାଶ କରିବ। ହେଲେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ମଧ୍ୟ ଏହି ସଚିବାଳୟ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ତେବେ ବିରୋଧୀଦଳର ନେତା ଅଧୀର ରଂଜନ ଚୈଧୁରୀଙ୍କ କହିବା କଥା ଯେ, କଂଗ୍ରେସ ତରଫରୁ ସୁପ୍ରିମକୋର୍ଟର ରାୟ ସଂସଦ ସଚିବାଳୟକୁ ଶନିବାର ଦିନ ପ୍ରଦାନ କରାଯାଇଛି। ସେମାନେ ଏ ନେଇ କୌଣସି ତଥ୍ୟ ପ୍ରଦାନ କରି ନାହାଁନ୍ତି। ହେଲେ ସଚିବାଳୟ ସୁତ୍ରରୁ ଜଣାପଡିଛି ଯେ, ସେମାନେ କୋର୍ଟ ରାୟ ପାଇବା ପରେ ତାହା ଉପରେ ତର୍ଜମା କରୁଛନ୍ତି। ବୋଧହୁଏ ଆଜି ଏ ନେଇ ସଂସଦ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ।

ଅନ୍ୟପଟେ ଆଜି ସଂସଦରେ କଂଗ୍ରେସ ଦଳର ଏକ ବୈଠକ ଅଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦଳ ତରଫରୁ କିପରି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହେବ। ରାହୁଳ ଗାନ୍ଧି କିପରି ସଂସଦ ଭବନକୁ ଆସିବେ ସେ ନେଇ ଦଳ ଗୃହରେ ଦାବୀ କରିବ। ଏ ନେଇ କିଏ କଣ କହିବ ସେ ସଂପର୍କରେ ବିସ୍ତୁତ ଆଲୋଚନା ହେବ। ସେହିପରି ଆଜି ଇଣ୍ଡିଆ ର ମଧ୍ୟ ବୈଠକ ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଚ୍ୟାମ୍ବରରେ ଏହି ବୈଠକ କରାଯିବ ବୋଲି ଜଣାପଡିଛି।

ତେବେ ରାହୁଳ ଗାନ୍ଧିଙ୍କ ସଂସଦକୁ ଫେରିବ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଯାଇଛି। ଏ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ ବିଜେପୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କୁ ସାଂସଦ ପଦ ଫେରାଇ ଦେବାକୁ ବିଜେପି କାହିଁକି ଡେରୀ କରୁଛି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଟିଏମସି ସାଂସଦ ମହୁଆ ଚକ୍ରବର୍ତ୍ତି ମଧ୍ୟ ଏହାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମୋକର୍ଟ ରାୟ ଦେବାର 48 ଘଣ୍ଟା ବିତିଯାଇଥିଲେ ମଧ୍ୟ କଣ ପାଇଁ ରାହୁଳ ଗାନ୍ଧିଙ୍କ ସାଂସଦ ପଦ ଫେରାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଯାହା ଜଣାପଡୁଛି ଆଜି ସଂସଦର ସଚିବାଳୟ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି।

 

rahul gandhi ରାହୁଳ ଗାନ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026
Latest News

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.