Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ବିଳିବିଳେଇ ହେଉଛନ୍ତି ସୌମ୍ୟରଂଜନ
ଜାତୀୟ ଖବର

ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ବିଳିବିଳେଇ ହେଉଛନ୍ତି ସୌମ୍ୟରଂଜନ

August 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Soumyaranjan
ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ବିଳିବିଳେଇ ହେଉଛନ୍ତି ସୌମ୍ୟରଂଜନ

ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। ସେ ପୂର୍ବରୁ ଅନେକ ଥର ଏହିପରି ନବୀନଙ୍କୁ, ବିଜେଡିକୁ କିମ୍ବା ପାଣ୍ଡିଆନଙ୍କୁ ଟାର୍ଗେଟ କରି ଲେଖିଛନ୍ତି। ତାପରେ ସେ ଚୁପ ହୋଇଯାଆନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ସେ କଣ ଲେଖିଲେ ତାହା ଆଲୋଚନା ନ ହୋଇ ସେ କାହିଁକି ଏପରି ଲେଖିଲେ ସେ ନେଇ ବେଶୀ ଚର୍ଚ୍ଚା ଚାଲିଛି। କାରଣ ସୌମ୍ୟବାବୁ ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ସେ ଏପରି କଥା ଲେଖିଛନ୍ତି ବୋଲି ସମସ୍ତଙ୍କର ଧାରଣା। ସମସ୍ତେ ଜାଣନ୍ତି ସେ ଜଣେ ସୁବିଧାବାଦୀ ନେତା। ଯେଉଁଠି ସୁବିଧା ମିଳିବ ସେଠାରେ ସେ ନତମସ୍ତକ ହେବାରେ କିଛି ଅସୁବିଧା ନାହିଁ। ଏବେ ସେ ବିଭିନ୍ନ ସମୟରେ ବିଳିବିଳେଇ ହେବାର କାରଣ ହେଲା ତାଙ୍କୁ କାହିଁକି ମନ୍ତ୍ରୀ କରାଯାଉ ନାହିଁ।

୨୦୧୯ ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ସୌମ୍ୟରଂଜନ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ। ପରବର୍ତ୍ତି ସମୟରେ ସେ ବିଧାୟକ ହେବାକୁ ଇଚ୍ଛା କରିବାରୁ ତାଙ୍କୁ ଖଣ୍ଡପଡା ଟିକେଟ ଦିଆଗଲା। ସମସ୍ତେ ଜାଣନ୍ତି ଯେ ଏହି ସଫଳତା ହାସଲ କରିବା ପାଇଁ ସୌମ୍ୟବାବୁ ରାତିରେ ନବୀନ ନିବାସ ଆସି ପାଣ୍ଡିଆନଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି। ତାଙ୍କର ଆର୍ଶିବାଦରେ ସେ ରାଜନୀତିରେ ଏକ ପରିଚୟ ପାଇଛନ୍ତି।

ହେଲେ ଯେଉଁ ପାଣ୍ଡିଆନଙ୍କ ପାଇଁ ସେ ସଫଳତା ହାସଲ କଲେ ତାଙ୍କୁ ସୌମ୍ୟବାବୁ ଟାର୍ଗେଟ କରିବା କେତେଦୂର ଯୁକ୍ତିଯୁକ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭା ଗଲ, ତାଙ୍କ ପାଇଁ ବିଧାୟକ ହେଲ, ହେଲେ ରାଗ ହେଲା ସେହି ପାଣ୍ଡିଆନ କଣ ପାଇଁ ତାଙ୍କୁ ମନ୍ତ୍ରୀ କଲେ ନାହିଁ। ମନ୍ତ୍ରୀ ହେବା ପାଇଁ ସୌମ୍ୟରଂଜନଙ୍କ ବହୁଦିନ ଧରି ଏକ ବଡ ଅବଶୋଷ ହୋଇ ରହିଆସିଛି। ଯାହା ତାଙ୍କୁ ମିଳିପାରୁ ନାହିଁ।

ପ୍ରକୃତ କଥା ଦେଖିବାକୁ ଗଲେ ସୌମ୍ୟରଂଜନଙ୍କ ନିଜ ଦୋଷ ପାଇଁ ସେ ଏହି ମନ୍ତ୍ରୀପଦ ହାସଲ କରିପାରୁ ନାହାଁନ୍ତି। ତାଙ୍କ ପାଖରେ ମନ୍ତ୍ରୀ ହେବାର ସମସ୍ତ ପ୍ରକାରର ଗୁଣ ରହିଛି। ହେଲେ ଖୁଣ୍ଟା ମାରିବ ଦୋଷ ପାଇଁ ସେ ମନ୍ତ୍ରୀ ହୋଇପାରୁ ନାହାଁନ୍ତି।  ସେଥିପାଇଁ ଯେତେବେଳେ ତାଙ୍କର ମନ୍ତ୍ରୀ କଥା ମନେ ପଡିଯାଉଛି ସେତେବେଳେ ସେ ତାଙ୍କ ଖବର କାଗଜରେ ବିଳିବିଳେଇ ହୋଇ ରାଗ ସୁଝାଇ ଦେଉଛନ୍ତି। କେତେବେଳେ ମନ୍ତ୍ରୀ ବଡ ନା ସଚିବ ବଡ, ପୁଣି କେତେବେଳେ ମାଟି ବଡ ନା ପାର୍ଟି ବଡ ବୋଲି ଲେଖିଦେଉଛନ୍ତି।

ତେବେ ଏହି ଚର୍ଚ୍ଚା ଭିତରେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟରଂଜନଙ୍କ ଗୁମର ଖୋଲି ଦେଇଛନ୍ତି। ସେ ଲେଖିଛନ୍ତି ଯେ, ସୌମ୍ୟରଂଜନ ରାଜ୍ୟସଭାରୁ ବିଧାୟକ ହେବା ପାଇଁ ନବୀନ ନିବାସରେ ବହୁତ ଗୁହାରି କରିଥିଲେ। ଏପରିକି ସେ ପ୍ରାୟ ଦଶ ଜଣଙ୍କ ସମ୍ମୁଖରେ ବିଧାୟକ ଟିକେଟ ନେବା ପାଇଁ ହାତଯୋଡି ଅନୁରୋଧ କରିଥିଲେ। ସେହି ସମୟରେ ସେ ନିଜେ ସେଠାରେ ଉପସ୍ଥିତ ଥିଲେ ବୋଲି ଅନୁଭବ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି।

ଏଥିରୁ ସ୍ପଷ୍ଟ ଯେ, ସୌମ୍ୟରଂଜନ ଯେତେବେଳେ ବିଜେଡିକୁ ଆସିଲେ ସେତେବେଳେ ସେ ପାଣ୍ଡିଆନଙ୍କ କ୍ଷମତା କଣ ଭଲ ଭାବରେ ଜାଣିଥିଲେ।କ୍ଷମତା ହାସଲ ପାଇଁ ସେ ବାରମ୍ବାର ପାଣ୍ଡିଆନଙ୍କ ଶରଣ ପଶିଲେ। ପରିଶେଷରେ ସେ ସେହି ପାଣ୍ଡିଆନଙ୍କ ପାଇଁ ରାଜନୀତିରେ ନିଜର ସ୍ଥିତିକୁ ଜାହିର କଲେ। ହେଲେ ସେତେବେଳେ ପାଣ୍ଡିଆନଙ୍କ କାମ ତାଙ୍କୁ ଭଲ ଲାଗୁଥିବା ବେଳେ ଏବେ କାହିଁ ସେ କଥା ତାଙ୍କର ହଜମ ହେଉ ନାହିଁ ବୁଝାପଡୁ ନାହିଁ।

ଯଦି ବିଜେଡି ଏବଂ ପାଣ୍ଡିଆନଙ୍କ ପ୍ରତି ସୌମ୍ୟରଂଜନଙ୍କ ଏତେ ଅସନ୍ତୋଷ ରହିଛି ଏବଂ ଦଳର ନିତି ଆଦର୍ଶ ସହିତ ଖାପ ଖୁଆଇପାରୁ ନାହାଁନ୍ତି ତେବେ ସେ ଦଳରୁ ଇସ୍ତଫା ଦେଇଦେବା ଉଚିତ। ସେ ସ୍ବାଧୀନ ଭାବେ ଓଡିଶାର କୌଣସି ନିର୍ବାଚନ ମଣ୍ଡଳୀରୁ ଏଥର ଛିଡା ହୋଇ ନିଜର ପ୍ରତିପତି ଦେଖାଇ ଦେବା ଉଚିତ। ଯଦି ସେ ସ୍ବାଧୀନ ଭାବେ ବିଜୟ ଲାଭ କରନ୍ତି ତେବେ ଲୋକେ ଜାଣିବେ ଯେ, ସୌମ୍ୟରଂଜନଙ୍କର ପତିୟାରା ରହିଛି, ଲୋକପ୍ରିୟତା ରହିଛି।

ହେଲେ ସୌମ୍ୟରଂଜନ ସେତିକି କେବେ କରିପାରିବେ ନାହିଁ। କାରଣ ସେ ଜାଣନ୍ତି ବିନା ବିଜେଡିରେ ତାଙ୍କର ନିର୍ବାଚନ ଜିତିବା କେବେ ସମ୍ଭବ ହେବ ନାହିଁ। କେବଳ ମଝିରେ ମଝିରେ ଏପରି ବାଣ ଛାଡି ରାଜନୈତିକ ପରିବେଷକୁ ହଟଚମଟ କରିବେ ସିନା ସ୍ବାଧୀନ ଭାବେ କିଛି କରିପାରିବେ ନାହିଁ। ମଝିରେ ମଝିରେ ସେ ଏପରି ଖୁଣ୍ଟା ମାରିବାରେ ଲାଗିଛନ୍ତି। ହେଲେ ଯେତେବେଳେ ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ଦାମୋଦର ରାଉତ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ କଥା ମନେ ପଡିଯାଉଛି ସେତେବେଳେ ସେ ଚୁପ ହୋଇ ପଡୁଛନ୍ତି।

ପାଣ୍ଡିଆନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭିକେ ପାଣ୍ଡିଆନ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025
Latest News

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.