Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରୁ 44.28 ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରିବ କେନ୍ଦ୍ର
ଜାତୀୟ ଖବର

ଓଡ଼ିଶାରୁ 44.28 ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରିବ କେନ୍ଦ୍ର

August 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ 21.08.2023 ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ ବିପଣନ ଋତୁ (କେଏମଏସ) 2023-24 ରେ ଖରିଫ ଫସଲ ର କ୍ରୟ ବିଷୟରେ ଆଲୋଚନା କରାଯାଇଛି।

ଆଗାମୀ ଖରିଫ୍ ବିପଣନ ଋତୁ (କେଏମଏସ୍) 2023-24 ସମୟରେ 521.27 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର କ୍ରୟର ଲକ୍ଷ୍ୟ ରଖାଯାଇଛି। ଗତ ବର୍ଷର ଅନୁମାନ 518 ଲକ୍ଷ ମେଟ୍ରିକ ଟନ୍ ଥିଲାବେଳେ ଗତ ଖରିଫ୍ ବିପଣନ ଋତୁ 2022-23 ସମୟରେ ବାସ୍ତବରେ 496 ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଥିଲା। ଖଣିଫ ବିପଣନ ଋତୁ 2023-24 ସମୟରେ ଚାଉଳର ଆନୁମାନିକ କ୍ରୟ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ତାଲିକାରେ ପଞ୍ଜାବ (122 ଲକ୍ଷ ମେଟ୍ରିକ୍ ଟନ୍), ଛତିଶଗଡ଼ (61 ଲକ୍ଷ ମେଟ୍ରିକ୍ ଟନ୍), ତେଲଙ୍ଗାନା (50 ଲକ୍ଷ ମେଟ୍ରିକ୍ ଟନ୍), ଓଡ଼ିଶା (44.28 ଲକ୍ଷ ମେଟ୍ରିକ୍ ଟନ୍), ଉତ୍ତର ପ୍ରଦେଶ (44 ଲକ୍ଷ ମେଟ୍ରିକ୍ ଟନ୍), ହରିୟାଣା (40 ଲକ୍ଷ ମେଟ୍ରିକ୍ ଟନ୍), ମଧ୍ୟ ପ୍ରଦେଶ (34 ଲକ୍ଷ ମେଟ୍ରିକ୍ ଟନ୍), ବିହାର (30 ଲକ୍ଷ ମେଟ୍ରିକ୍ ଟନ୍), ଆନ୍ଧ୍ର ପ୍ରଦେଶ (25 ଲକ୍ଷ ମେଟ୍ରିକ୍ ଟନ୍), ପଶ୍ଚିମ ବଙ୍ଗ (24 ଲକ୍ଷ ମେଟ୍ରିକ୍ ଟନ୍) ଓ ତାମିଲନାଡ଼ୁ (15 ଲକ୍ଷ ମେଟ୍ରିକ୍ ଟନ୍) ରହିଛନ୍ତି।

ରାଜ୍ୟ ଦ୍ବାରା ଖରିଫ୍ ବିପଣନ ଋତୁ 2023-24 ସମୟରେ 33.09 ଲକ୍ଷ ମେଟ୍ରିକ୍ ଟନ୍ ଶ୍ରୀଅନ୍ନ/ ବାଜରା (ଶ୍ରୀ ଅନ୍ନ) ର କ୍ରୟର ଅନୁମାନ କରାଯାଇଥିଲା ଯେତେବେଳେ କି ଖରିଫ୍ ବିପଣନ ଋତୁ 2022-23 (ଖରିଫ୍ ଓ ରବି) ସମୟରେ 7.37 ଲକ୍ଷ ମେଟ୍ରିକ୍ ଟନର ବାସ୍ତବିକ କ୍ରୟ କରାଯାଇଛ। ଏହି ଖରିଫ ବିପଣନ ଋତୁ 2023-24 ରୁ ଆରମ୍ଭ ହୋଇ ତିନି ବର୍ଷ ପର୍ଯ୍ୟନ୍ତ ରାଗିର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ରାଜ୍ୟ ଦ୍ବାରା 6 ଟି ଛୋଟ ଦାନା ଯୁକ୍ତ ମୋଟା ଶସ୍ୟ ବା ଶ୍ରୀଅନ୍ନ ର କ୍ରୟ ମଧ୍ୟ ଆରମ୍ଭ କରାଯାଇଛି। ଶ୍ରୀଅନ୍ନର କ୍ରୟ ଓ ଖର୍ଚ୍ଚକୁ ବଢ଼ାଇବା ପାଇଁ ସରକାର ଶ୍ରୀଅନ୍ନ ବିତରଣ ଅବଧିକୁ ସଂଶୋଧିତ କରିଛନ୍ତି, ଶ୍ରୀଅନ୍ନ କୁ ଏକ ରାଜ୍ୟରୁ ଅନ୍ୟ ଏକ ରାଜ୍ୟରେ ପହଞ୍ଚାଇବା ପାଇଁ ପରିବହନକୁ ସାମିଲ୍ କରାଯାଇଛି, ଉନ୍ନତ ସବସିଡିର ବ୍ୟବସ୍ଥା, 2 ପ୍ରତିଶତ ହାରରେ ପ୍ରଶାସିନକ ଶୁଳ୍କ ଏବଂ ଛଅଟି ଛୋଟ ଦାନାଯୁକ୍ତ ମୋଟା ଶସ୍ୟ ବା ଶ୍ରୀଅନ୍ନ ର କ୍ରୟର ସୁବିଧା ପାଇଁ ଗାଇଡଲାଇନ୍ ରେ ମଧ୍ୟ ସଂଶୋଧନ କରାଯାଇଛି।

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦେଶକୁ କେବଳ ଆନ୍ତର୍ଜାତୀୟ ଶ୍ରୀଅନ୍ନ ବର୍ଷ 2023 ର କାରଣରୁ ନୁହେଁ ବରଂ ଫସଲର ବିବିଧିକରଣ ଏବଂ ଆହାର ପାଟର୍ଣ୍ଣ ରେ ପୋଷଣକୁ ବଢ଼ାଇବା ପାଇଁ ମଧ୍ୟ ଶ୍ରୀଅନ୍ନର କ୍ରୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦିଆ ଯାଇଥିଲା।

ବୈଠକ ସମୟରେ ଝୋଟ ବ୍ୟାଗର ଆବଶ୍ୟକତା, ନିର୍ଦ୍ଦିଷ୍ଟ ଡିପୋ ରୁ ଉଚିତ୍ ମୂଲ୍ୟରେ ଦୋକାନ ପର୍ଯ୍ୟନ୍ତ ଖାଦ୍ୟାନ୍ନକୁ ପହଞ୍ଚାଇବା ପାଇଁ ମାର୍ଗ ଅନୁକୂଳନ, କ୍ରୟ କେନ୍ଦ୍ରରେ ମୌଳିକ ଢାଞ୍ଚାରେ ଉନ୍ନତି, ଗହମର ଷ୍ଟକ ସୀମା ପୋର୍ଟାଲର ରକ୍ଷଣାବେକ୍ଷଣ ଆଦି ସହିତ ସମ୍ବନ୍ଧିତ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ରାଜସ୍ଥାନ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗର ମୁଖ୍ୟ ସଚିବ/ ସଚିବ (ଖାଦ୍ୟ) ଏବଂ ପ୍ରତିନିଧିମାନେ ଭାଗ ନେଇଥିଲେ।

ବୈଠକରେ ଏଫସିଆଇ ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଏଫସିଆଇ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତୀୟ ଜଳବାୟୁ ବିଜ୍ଞାନ ବିଭାଗ ଏବଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.