Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଚାଲିଲା ରାଜନୈତିକ ବୟାନବାଜି
ଜାତୀୟ ଖବର

ପୁଣି ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଚାଲିଲା ରାଜନୈତିକ ବୟାନବାଜି

August 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଚାଲିଲା ରାଜନୈତିକ ବୟାନବାଜି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହୋଇଛନ୍ତି। ଆଗରୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲୋକପ୍ରିୟ ବୋଲି ପ୍ରମାଣିତ ହୋଇଆସିଛନ୍ତି। ହେଲେ ଏଥର ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ସର୍ଭେରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଏଥିରେ ମୁଡ ଅଫ ଦି ନେସନ ସର୍ଭେ ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏହି ପ୍ରଶଂସା ହାସଲ କରିଛନ୍ତି।

ସର୍ଭେ ଅନୁସାରେ ନବୀନ ହେଉଛନ୍ତି ରାଜ୍ୟରେ ବେଶ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ରାଜ୍ୟର ସବୁଠାରୁ ଲୋକପ୍ରିୟ କିଏ ବୋଲି ପ୍ରଶ୍ନ ପଚାରା ଯାଇଥିଲା। ସମସ୍ତ ରିପୋର୍ଟ ଅନୁଧ୍ୟାନ ପରେ ଜଣାପଡିଥିଲା ଯେ, ଓଡିଶାରେ ସବୁଠାରୁ ଲୋକ ପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ମୋଟ ୩୭୬୦ ଲୋକଙ୍କର ମତ ନିଆଯାଇଥିଲା। ସେଥିମଧ୍ୟରୁ ମୋଟ ୬୧.୩ ପ୍ରତିଶତ ଲୋକ ନବୀନ ଶ୍ରେଷ୍ଠ ଲୋକପ୍ରିୟ ବୋଲି ମତ ପ୍ରକାଶ କରିଥିଲେ। ଲୋକପ୍ରିୟତା ଆଧାରରେ ନବୀନ ଛତିଶଗଡ, ଦିଲ୍ଲୀ, ଗୁଜୁରାଟ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ପଛରେ ପକାଇ ନିଜକୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରିପାରିଛନ୍ତି।

ମୁଡ ଅଫ ଦି ନେସନ ସର୍ଭେ ଅନୁସାରେ ପ୍ରଥମ ସ୍ଥାନରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା। ଛତିଶଗଡରେ ମୋଟ ୬୭୦୩ ଟି ସାମ୍ପୁଲ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ସେ ମୋଟ ୫୯.୧ ପ୍ରତିଶତ ସମର୍ଥନ ହାସଲ କରି ବାଘେଲା ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି।

ସେହିପରି ତୃତୀୟରେ ରହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ କେଜ୍ରିୱାଲଙ୍କୁ ୫୭.୭ ପ୍ରତିଶତ ଲୋକେ ସମର୍ଥନ ଦେଇଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ପଞ୍ଚମରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ଏମାନେ ସମସ୍ତେ ନିଜନିଜ ରାଜ୍ୟରେ ଲୋକପ୍ରିୟ ଭାବେ ପରିଗଣିତ ହୋଇଛନ୍ତି।

ତେବେ ଦେଶରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଅନ୍ୟସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏହି ଶ୍ରେଷ୍ଠତ୍ବ ହାସଲ କରିଛନ୍ତି। ସର୍ଭେ ଅନୁସାରେ ଦେଶରେ ମୋଟ ୧୩୪୪୮୭ ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ତାଙ୍କୁ ଦେଶର ୪୩ ପ୍ରତିଶତ ଲୋକେ ସମର୍ଥନ କରିଥିଲେ। ସେହିପରି ଦେଶର ଦ୍ବିତୀୟ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ। ତାଙ୍କ ସପକ୍ଷରେ ୧୯ ପ୍ରତିଶତ ଲୋକେ ମତଦାନ କରିଛନ୍ତି।

ଏହି ସର୍ଭେ ରିପୋର୍ଟ ନେଇ ସାରା ଦେଶରେ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଓଡିଶାରେ ମଧ୍ୟ କଂଗ୍ରେସ ଏହାକୁ ସମାଲୋଚନା କରିଛି। ନବୀନଙ୍କ ଏହି ଲୋକପ୍ରିୟତା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି।

NaveenPatnaik ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.