Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ଲୋକସଭା ନିର୍ବାଚନରେ ନୂଆ ତରିକାରେ ପ୍ରଚାର କରିବେ ଘୋଷଣା କଲେ ଗଡକରୀ
ଜାତୀୟ ଖବର

ଆସନ୍ତା ଲୋକସଭା ନିର୍ବାଚନରେ ନୂଆ ତରିକାରେ ପ୍ରଚାର କରିବେ ଘୋଷଣା କଲେ ଗଡକରୀ

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nitin-Gadkari
ଆସନ୍ତା ଲୋକସଭା ନିର୍ବାଚନରେ ନୂଆ ତରିକାରେ ପ୍ରଚାର କରିବେ ଘୋଷଣା କଲେ ଗଡକରୀ

ନୂଆଦିଲ୍ଲୀ: ପାଖେଇଲାଣି ଲୋକସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ଦଳ ତଥା ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କରିସାରିଲେଣି। ଏଥର କେମିତି ନିର୍ବାଚନରେ ବିଜୟ ଲାଭ ହେବ ସେ ନେଇ ଚାଲିଛି ଆଲୋଚନା। କେତେ ଟଙ୍କା ଖର୍ଚ୍ଚ ହେବ, ଟଙ୍କା କେଉଁଠୁ ଆସିବ ସେ ନେଇ ପ୍ରାର୍ଥୀମାନେ ଭିତିରିଆ ପ୍ରସ୍ତୁତି କରୁଛନ୍ତି।

ହେଲେ ଏହିପରି ଏକ ସମୟରେ ଭାରତର ଲୋକପ୍ରିୟ ନେତା ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟ୍ରର ୱାସିଂମ ଠାରେ ଆୟୋଜିତ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନରେ ସେ ଏହି କଥା କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି। କାରଣ ଦେଶର ଜଣେ ବରିଷ୍ଠ ନେତାଙ୍କ ଏପରି ନିର୍ବାଚନ ପ୍ରସ୍ତୁତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗଡକରୀ କହିଛନ୍ତି ଯେ, ସେ ଏଥର ନିର୍ବାଚନରେ ଭିନ୍ନ ପ୍ରକାରର ଲଢେଇ କରିବେ। ଏଥର ସେ ନାଗପୁର ନିର୍ବାଚନ ମଣ୍ଡଳୀରେ କୌଣସି ପୋଷ୍ଟର ମାରିବେ ନାହିଁ। ସେ କାହାକୁ ଭୋଜିଭାତ ଦେବେ ନାହିଁ। କାହାକୁ ଚା କପେ ମଧ୍ୟ ଦେବେ ନାହିଁ। ମୋ ପ୍ରତି ଲୋକଙ୍କର ଆଗ୍ରହ ଅଛି ଯଦି ଭୋଟ ଦେବେ ନ ହେଲେ ନାହିଁ। କାରଣ ଲୋକ ଯଦି ମୋତେ ଭାବିବେ ପ୍ରକୃତରେ ମୁଁ ସେବା କରୁଛି ତେବେ ଭୋଟ ଦେବେ।

ଗଡକରୀ ଏକ ଉଦାହରଣ ଦେଇ କହିଥିଲେ ଯେ, ଥରେ ଏକ ନିର୍ବାଚନରେ ମୁଁ ଭୋଟରଙ୍କୁ ମଟର୍ଣ୍ଣ ଭାତ ଖାଇବାକୁ ଦେଇଥିଲି। ହେଲେ ଆଶ୍ଚର୍ଯ୍ୟର କଥା ସେଥର ମୁଁ ନିର୍ବାଚନ ହାରିଯାଇଥିଲି। ତେଣୁ ନିର୍ବାଚନରେ ଭୋଜିଭାତ କିମ୍ବା ଉପହାର କିମ୍ବା ପ୍ରଚାର ପତ୍ର ମୋ ପାଇଁ ମୁଲ୍ୟହୀନ  ପ୍ରକୃତରେ ଲୋକଙ୍କ ମନ, ବିଶ୍ବାସ ଓ ଭଲ ପାଇବା ଦ୍ବାରା ଭୋଟ ଜିତି ହୁଏ ବୋଲି ଗଡକରୀ କହିଥିଲେ।

ୱାସିଂମଠାରେ ଗଡକରୀ ତିନୋଟି ରାଜପଥ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ସେଠାରେ ଏକ ବିଶାଳ ସଭାକୁ ଉଦବୋଧନ ଦେଇ ସେ ଏହି ଘୋଷଣା କରିଥିଲେ। ସେ ଆହୁରି କହିଥିଲେ ଯେ, ମୁଁ କେବେ ଲାଞ୍ଚ ନେଇ ନାହିଁ କି କାହାକୁ ଲାଞ୍ଚ ଦେବା ପାଇଁ ଉତ୍ସାହିତ ବି କରେ ନାହିଁ। ମୋର କାମ ଠିକ ହେବା ଦରକାର। ମୋର ବିଶ୍ବାସ ଯେ, ମୁଁ ଲୋକଙ୍କ ସେବା କରିବି।

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ନିତୀନ ଗଡକରୀ ଜାତୀୟ ରାଜନୀତିର ଜଣେ ଲୋକପ୍ରିୟ ନେତା। ସେ ରାଷ୍ଟ୍ରୀୟ ବିଜେପିର ସଭାପତି ଥିଲେ। ଏଥିସହିତ ସେ ନାଗପୁର ଲୋକସଭାରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ଆସିଛନ୍ତି। ସେ ତାଙ୍କର କାର୍ଯ୍ୟକଳାପ ନେଇ ଭାରତରେ ବେଶ ପ୍ରଶଂସିତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ବର୍ତ୍ତମାନ ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରୀ ଭାବେ ସେ ବେଶ ନୂଆନୂଆ କଥା କରିବାରେ ଲାଗିଛନ୍ତି।

ଫଳରେ ଜାତୀୟ ସ୍ତରରେ ନୀତିନ ଗଡକରୀ ଜଣେ ଭଲ ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Nitin Gadkari ନିତିନ ଗଡକରୀ ମନ୍ତ୍ରୀ ନିତିନ ଗଡକରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.