Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ବିଭିନ୍ନ ଦାବୀ ନେଇ ଓଡ଼ିଶା କଂଗ୍ରେସର ପୁରୀରେ ଜନ ସମାବେଶ
ଜାତୀୟ ଖବର

ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ବିଭିନ୍ନ ଦାବୀ ନେଇ ଓଡ଼ିଶା କଂଗ୍ରେସର ପୁରୀରେ ଜନ ସମାବେଶ

October 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିର
ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ବିଭିନ୍ନ ଦାବୀ ନେଇ ଓଡ଼ିଶା କଂଗ୍ରେସର ପୁରୀରେ ଜନ ସମାବେଶ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ପୁରୀ ଶରଧାବାଲିଠାରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମାବେଶକୁ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି।

ହେଲେ ମନ୍ଦିର ଭିତରକୁ ଗୋଟିଏ ଦ୍ୱାର ଦେଇ ଯିବାର ବ୍ୟବସ୍ଥା ଥିବାରୁ ଭକ୍ତମାନେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି। ହଜାର ହଜାର ଶ୍ରଦ୍ଧାଳୁ, ଦର୍ଶନାର୍ôଥ ଦର୍ଶନ ନିମନ୍ତେ ଘଂଟା ଘଂଟା ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗ କରୁଛନ୍ତି। ଅନେକ ତୀର୍ଥଯାତ୍ରୀ, ଦର୍ଶନାର୍ଥିମାନେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହୋଇଥିôବା ବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି। ମୃତ୍ୟୁବରଣ କରୁଥିବାର ନଜିର ମଧ୍ୟ ରହିଛି। ଶିଶୁ ଓ ବୃଦ୍ଧଙ୍କ କଥା କହିଲେ ନ ସରେ।

ଶ୍ରୀମନ୍ଦିର ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏଥିନିମନ୍ତେ ଉଦାସିନ ରହୁଛନ୍ତି। ମାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏହି ଦ୍ୱାରଗୁଡିକ ନିକଟରେ ଚାଲୁନାହିଁ। ପବିତ୍ର କାର୍ତିକ ମାସ ଆସୁଥିବାରୁ ଭକ୍ତ ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ। ଏଣୁ ରାଜ୍ୟ ସରକାର ଭକ୍ତମାନଙ୍କ ପାଇଁ ତୁରନ୍ତ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ସେହିଭଳି ଦୀର୍ଘଦିନ ଧରି ରତ୍ନଭଣ୍ଡାର ଚାବି ହଜିବା ବାହାନାରେ ଆଜିପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଖୋଲାଯାଉ ନାହିଁ। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ଏବଂ ଭକ୍ତମାନଙ୍କର ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନଥିବା ଘୋର ପରିତାପର ବିଷୟ। ଫଳରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ହୋଇପାରୁନାହିଁ।

ଅନ୍ୟପକ୍ଷରେ ରତ୍ନ ଭଣ୍ଡାରର କାନ୍ଥ ଓ ଛାତରୁ ପାଣି ଝରୁଥିବାର କେବଳ ଅଭିଯୋଗ ହେଉନାହିଁ, ଭାରତୀୟ ପ୍ରତ୍ନତାତ୍ୱିକ ସର୍ବକ୍ଷେଣ ସଂସ୍ଥା ମଧ୍ୟ ମତ ଦେଇଛନ୍ତି। ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସହିତ ଏହାର ଗଣତି, ମଣତି ଓ ମରାମତି କରାଯିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ପୁରୀରେ ବସବାସ କରୁଥିବା ପ୍ରାୟ ୮୦ ହଜାର ପରିବାରଙ୍କର ଭୂ ସମ୍ପତିର ମାଲିକାନା ସତ୍ୱ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି। ସେମାନେ ଏହି ସମ୍ପତିକୁ ବିଭିନ୍ନ ମଠମାନଙ୍କ ଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ । ମାତ୍ର ଏବେବି ସେହି ସମ୍ପତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି। ସରକାର ପନୁଃରାୟ ଏହି ସତ୍ୱକୁ ସେହି ପରିବାରମାନଙ୍କୁ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ପୁରୀରେ ଭୂମିହିନ ଓ ବାସହିନ ସେବାୟତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଘର ଖଣ୍ଡେ ଯୋଗାଇଦେଲେ ନାହିଁ। କିନ୍ତୁ ପୁରୀରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଶହ ଶହ ଏକର ଯୋଗାଇଦେଲେ। ଏହି ଭୂମିହୀନ ସେବାୟତଙ୍କୁ ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ମଠ ଆଉ ମନ୍ଦିର ଓ ଐତିହ୍ୟମାନଙ୍କର ଯଥାଶୀଘ୍ର ଯଥୋଚିତ ପୁନଃସ୍ଥାପନ କରାଯାଉ।

ସାରା ଭାରତ ବର୍ଷରେ ବେଦାନ୍ତ ଗୋଟିଏ ବି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ହଜର ହଜାର ଏକକରୁ ଅଧି ଜମି ଏପରିକି ଚାଷୀମାନଙ୍କର ଚାଷ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନିମିତ ଭାବେ ଅଧିଗ୍ରହଣ କରିଥିଲେ । ନଦୀନାଳ, ଜଙ୍ଗଲ ଏପରିକି ଗୋଚର ଓ ଶ୍ମସାନ ଜମିକୁ ଛାଡ଼ିନଥିଲେ। ସୁପ୍ରିମ୍‌କୋର୍ଟ ଏହି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇଛନ୍ତି।

ରାଜ୍ୟ ସରକାର ୨୨ ମୌଜାର ନିରୀହ ଚାଷିମାନଙ୍କର ଚାଷ ଜମି ତୁରନ୍ତ ଫେରାଇ ଦିଅନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଏହି ରାୟରେ ତୀବ୍ର ଭର୍ତ୍ସନା କରିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜୋରିମନା ରାଶି ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜମିର ମାଲିକାନା ମୂଳସ୍ଥିତିବାନ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ଆର୍ଥିକ ଭାର ବହନ କରିବା ସହ ବିହିତ ବ୍ୟବସ୍ଥା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର କାର୍ତିକ ମାସ ପୂର୍ବରୁ ଏହି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ଏବଂ ବ୍ୟାପକ ହେବ।

ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ଶରଧା ବାଲି ଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୨୦ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଉପରୋକ୍ତ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି, ଶରତ ରାଉତ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ରାମଚନ୍ଦ୍ର ଖୁଂଟିଆ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ଅଂଶଗ୍ରହଣ କରିଥିଲ ।

Congress ଓଡିଶା କଂଗ୍ରେସ କଂଗ୍ରେସ ଶରତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.