Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କଲେ ଏହା ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି
ଜାତୀୟ ଖବର

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କଲେ ଏହା ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି

October 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NitaAmbani
ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କଲେ ଏହା ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି

ମୁମ୍ବାଇ: ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି ବୋଲି ଆଇଓସି ସଦସ୍ୟା ନୀତା ଏମ୍‌. ଅମ୍ବାନି କହିଛନ୍ତି।

ସମ୍ପ୍ରତି ମୁମ୍ବାଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡା ଭାବରେ ଗ୍ରହଣ କରାଯିବା ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଜଣେ ଆଇଓସି ସଦସ୍ୟ, ଜଣେ ଗର୍ବିତ ଭାରତୀୟ ଏବଂ ଜଣେ ଦୃଢ କ୍ରିକେଟ ପ୍ରଶଂସକ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇଓସି ସଦସ୍ୟମାନେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି!”

କ୍ରିକେଟ ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର ସ୍ଥାନ ପାଇଥିଲା ଯେତେବେଳେ ମାତ୍ର ଦୁଇଟି ଦଳ ଅଂଶଗ୍ରହଣ କରିଥିଲେ। “କ୍ରିକେଟ ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକ ଭଲପାଉଥିବା ଖେଳ ଏବଂ ଦ୍ୱିତୀୟ ସର୍ବାଧିକ ଦର୍ଶକ ଦେଖୁଥିବା ଖେଳ ହୋଇଛି। ୧୪୦ କୋଟି ଭାରତୀୟଙ୍କ ପାଇଁ କ୍ରିକେଟ କେବଳ ଏକ କ୍ରୀଡା ନୁହେଁ, ଏହା ଏକ ଧର୍ମ!” ବୋଲି ନୀତା କହିଛନ୍ତି।

ଆଇଓସି ଅଧିବେଶନ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଏବଂ ଏହା ୪୦ ବର୍ଷ ପରେ ଏହି ଦେଶକୁ ଫେରିଛି। ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାର ଐତିହାସିକ ନିଷ୍ପତ୍ତି ଏହି କ୍ରୀଡାର ଅନ୍ୟତମ ଲୋକପ୍ରିୟ ସ୍ଥଳ ଭାରତରେ ନିଆଯାଇଛି। “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଐତିହାସିକ ପ୍ରସ୍ତାବ ଆମ ଦେଶର ମୁମ୍ବଇରେ ଅନୁଷ୍ଠିତ ହେଉଥିବା ଆଇଓସିର ୧୪୧ତମ ଅଧିବେଶନରେ ଗୃହୀତ ହୋଇଛି”, ବୋଲି ନୀତା ଅମ୍ବାନି ଉଲ୍ଲେଖ କରିଛନ୍ତି।

ନୀତା ଅମ୍ବାନି ଆଶା ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଏହି କ୍ରୀଡାକୁ ନେଇ ଯେଭଳି ଆଦର ଓ ଆଗ୍ରହ ରହିଛି ତାହା ଏହି ଘୋଷଣା ସହିତ ଆହୁରି ଉଲ୍ଲେଖନୀୟ ଭାବରେ ବଢିଯିବ। “ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ଦ୍ୱାରା ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହେବ। ସେହି ସମୟରେ ଏହା କ୍ରିକେଟର ବର୍ଦ୍ଧିତ ଆନ୍ତର୍ଜାତିକ ସ୍ତରର ଲୋକପ୍ରିୟତାକୁ ମଧ୍ୟ ଅଧିକ ବେଗ ପ୍ରଦାନ କରିବ” ବୋଲି ସେ କହିଛନ୍ତି।

ନୀତା ଏମ୍‌. ଅମ୍ବାନି ପ୍ରଥମ ଭାରତୀୟ ମହିଳା ଭାବରେ ଆଇଓସି ସଦସ୍ୟ ହୋଇଥିବା ବେଳେ ଏହି ଦିବସକୁ ଭାରତ ପାଇଁ ଏକ ଅନ୍ୟତମ ମହାନ୍ ଦିବସ ଭାବରେ ବର୍ଣ୍ଣନା କରିଛନ୍ତି । “ମୁଁ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନିମନ୍ତେ ସେମାନଙ୍କର ସମର୍ଥନ ପାଇଁ ଆଇଓସି ଏବଂ ଏଲ୍‌ଏ ଆୟୋଜନକାରୀ କମିଟିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି। ଏହା ବାସ୍ତବରେ ଏକ ଆନନ୍ଦ ଓ ଉତ୍ସବ ପାଳନର ଦିନ!” ବୋଲି ସେ କହିଛନ୍ତି।

olympics ଅଲମ୍ପିକ୍ସ ନୀତା ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.