Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କଲେ ଏହା ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି

ମୁମ୍ବାଇ: ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି ବୋଲି ଆଇଓସି ସଦସ୍ୟା ନୀତା ଏମ୍‌. ଅମ୍ବାନି କହିଛନ୍ତି।

ସମ୍ପ୍ରତି ମୁମ୍ବାଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡା ଭାବରେ ଗ୍ରହଣ କରାଯିବା ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଜଣେ ଆଇଓସି ସଦସ୍ୟ, ଜଣେ ଗର୍ବିତ ଭାରତୀୟ ଏବଂ ଜଣେ ଦୃଢ କ୍ରିକେଟ ପ୍ରଶଂସକ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇଓସି ସଦସ୍ୟମାନେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି!”

କ୍ରିକେଟ ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର ସ୍ଥାନ ପାଇଥିଲା ଯେତେବେଳେ ମାତ୍ର ଦୁଇଟି ଦଳ ଅଂଶଗ୍ରହଣ କରିଥିଲେ। “କ୍ରିକେଟ ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକ ଭଲପାଉଥିବା ଖେଳ ଏବଂ ଦ୍ୱିତୀୟ ସର୍ବାଧିକ ଦର୍ଶକ ଦେଖୁଥିବା ଖେଳ ହୋଇଛି। ୧୪୦ କୋଟି ଭାରତୀୟଙ୍କ ପାଇଁ କ୍ରିକେଟ କେବଳ ଏକ କ୍ରୀଡା ନୁହେଁ, ଏହା ଏକ ଧର୍ମ!” ବୋଲି ନୀତା କହିଛନ୍ତି।

ଆଇଓସି ଅଧିବେଶନ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଏବଂ ଏହା ୪୦ ବର୍ଷ ପରେ ଏହି ଦେଶକୁ ଫେରିଛି। ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାର ଐତିହାସିକ ନିଷ୍ପତ୍ତି ଏହି କ୍ରୀଡାର ଅନ୍ୟତମ ଲୋକପ୍ରିୟ ସ୍ଥଳ ଭାରତରେ ନିଆଯାଇଛି। “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଐତିହାସିକ ପ୍ରସ୍ତାବ ଆମ ଦେଶର ମୁମ୍ବଇରେ ଅନୁଷ୍ଠିତ ହେଉଥିବା ଆଇଓସିର ୧୪୧ତମ ଅଧିବେଶନରେ ଗୃହୀତ ହୋଇଛି”, ବୋଲି ନୀତା ଅମ୍ବାନି ଉଲ୍ଲେଖ କରିଛନ୍ତି।

ନୀତା ଅମ୍ବାନି ଆଶା ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଏହି କ୍ରୀଡାକୁ ନେଇ ଯେଭଳି ଆଦର ଓ ଆଗ୍ରହ ରହିଛି ତାହା ଏହି ଘୋଷଣା ସହିତ ଆହୁରି ଉଲ୍ଲେଖନୀୟ ଭାବରେ ବଢିଯିବ। “ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ଦ୍ୱାରା ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହେବ। ସେହି ସମୟରେ ଏହା କ୍ରିକେଟର ବର୍ଦ୍ଧିତ ଆନ୍ତର୍ଜାତିକ ସ୍ତରର ଲୋକପ୍ରିୟତାକୁ ମଧ୍ୟ ଅଧିକ ବେଗ ପ୍ରଦାନ କରିବ” ବୋଲି ସେ କହିଛନ୍ତି।

ନୀତା ଏମ୍‌. ଅମ୍ବାନି ପ୍ରଥମ ଭାରତୀୟ ମହିଳା ଭାବରେ ଆଇଓସି ସଦସ୍ୟ ହୋଇଥିବା ବେଳେ ଏହି ଦିବସକୁ ଭାରତ ପାଇଁ ଏକ ଅନ୍ୟତମ ମହାନ୍ ଦିବସ ଭାବରେ ବର୍ଣ୍ଣନା କରିଛନ୍ତି । “ମୁଁ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନିମନ୍ତେ ସେମାନଙ୍କର ସମର୍ଥନ ପାଇଁ ଆଇଓସି ଏବଂ ଏଲ୍‌ଏ ଆୟୋଜନକାରୀ କମିଟିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି। ଏହା ବାସ୍ତବରେ ଏକ ଆନନ୍ଦ ଓ ଉତ୍ସବ ପାଳନର ଦିନ!” ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଅଲମ୍ପିକରେ ସାମିଲ୍‌ ହେଲା ବ୍ରେକ୍‌ ଡ୍ୟାନ୍ସ

ନୂଆଦିଲ୍ଲୀ: ଅନ୍ତର୍ରାଷ୍ଟ୍ରୀୟ ଅଲମ୍ପିକ୍‌ ସମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ରେକ୍‌ ଡ୍ୟାନ୍ସକୁ ଅଲମ୍ପିକ୍‌ ଖେଳର ମାନ୍ୟତା ଦିଆଯାଇଛି ଅର୍ଥାତ୍‌ 2024ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ ‌ଡ୍ୟାନ୍ସ କ୍ରୀଡ଼ା ସାମିଲ୍‌ ହେବ ବୋଲି ସୂଚନା ମିଳିଛି । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ବା ଆଇଓସି)ର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ତେବେ କେବଳ ବ୍ରେକ୍‌ଡ୍ୟାନ୍ସିଂ ନୁହେଁ,ସ୍କେଟ୍‌ବୋର୍ଡ଼ିଂ, ସର୍ଫିଙ୍ଗ୍‌ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍‌ ହେବ ବୋଲି । ପୂର୍ବରୁ ଏହି ତିନୋଟି କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ 2020ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି । ଏହା 2021ରେ ଅନୁଷ୍ଠିତ ହେବ ।

ଷ୍ଟ୍ରିଟ୍‌ ଡ୍ୟାନ୍ସର ଅନ୍ୟ ଏକ ରୂପ ହେଉଛି ବ୍ରେକ୍‌ ଡ୍ୟାନ୍ସିଂ । ଏଥିରେ ଏକ୍ରୋବୋଟିକ୍‌ ଷ୍ଟାଇଲ୍‌ରେ ଭରପୂର ଶକ୍ତି ସହିତ ଡ୍ୟାନ୍ସ କରାଯାଇଥାଏ । ଏହା ପ୍ରଥମେ ଆମେରିକାର ଅଣଶ୍ବେତାଙ୍ଗମାନେ ଆଣମ୍ଭ କରିଥିଲେ । ଅଲମ୍ପିକ୍ସରେ ବ୍ରେକ୍‌ ଡ୍ୟାନ୍ସିଂକୁ ବ୍ରେକିଂନାମରେ ସାମିଲ୍‌ କରାଯାଇଛି । ଏହି ବୈଠକରେ 31ଟି ଅତିରିକ୍ତ ଇଭେଣ୍ଟସର ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥିଲା । ଏଥିରୁ ବହୁତ ଗୁଡିଏକୁ ଖାରଜ କରାଯାଇଛି । ଅପରପକ୍ଷରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅଲମ୍ପିକ୍ସରେ 11 ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବାବେଳେ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି ।  (ଏଜେନ୍ସି)

Categories
ଆଜିର ଖବର ଖେଳ

ଘୋଷଣା ହେଲା ଅଲମ୍ପିକ୍ସ ତାରିଖ, ଜାଣନ୍ତୁ କେବେ?

ଟୋକିଓ: କରୋନା ଭାଇରସ୍ ଆତଙ୍କ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଲମ୍ପିକ୍ସ ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ୨୦୨୧ ମସିହାରେ ଅଲମ୍ପିକ୍ସ ଅନୁଷ୍ଠିତ ହେବା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଘୋଷଣା କରିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲମ୍ପିକ୍ସ ଆୟୋଜିତ ହେବାକୁ ଥିବା ବେଳେ ଅଗଷ୍ଟ ୨୪ରୁ ସେପ୍ଟେମ୍ବେର ୫ ତାରିଖ ପର୍ଯ୍ୟନ୍ତ ପାରା ଅଲମ୍ପିକ୍ସ ଆୟୋଜିତ ହେବ। ନୂତନ ଅଲମ୍ପିକ୍ସ ତାରିଖ ଘୋଷଣା କରାଯିବା ପରେ ଖୁସି ଜାହିର କରିଛି ଭାରତୀୟ ଅଲମ୍ପିକ୍ସ ମହାସଂଘ। (ଏଜେନ୍ସି)

Categories
ଆଜିର ଖବର ଖେଳ

ମେରୀକମ୍‌ଙ୍କୁ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ

ନୂଆଦିଲ୍ଲୀ : ଭାରତୀୟ ବକ୍ସର ଏମ୍‌ସି ମେରୀକମ୍‌ ତୃତୀୟ ଭାରତୀୟ ଭାବରେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ସୋମବାର ରାତିରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟୀ ହେବା ସହିତ 6 ଥର ବିଶ୍ବ ଚାମ୍ପିୟନ୍‌ ମେରୀ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । 2012 ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ମେରୀ 51 କିଗ୍ରା ବର୍ଗରେ ଫିଲିପାଇନ୍ସର ଆଇରିସ୍‌ ମାଗ୍ନୋଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । 37 ବର୍ଷୀୟ ମେରୀ 5-0ରେ ଆଇରିସ୍‌ଙ୍କୁ ପରାସ୍ତ କରିଛନ୍ତି । ମେରୀ ସେମିରେ ପୂର୍ବତନ ୟୁଥ୍‌ ଅଲମ୍ପିକ୍ସ ବିଜୟିନୀ ଚୀନ୍‌ର ୟୁଆନ୍‌ ଚାଙ୍ଗଙ୍କୁ ଭେଟିବେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ସତ୍ତ୍ବେ ମଉଳିଲା ଦୂତୀଙ୍କ ଅଲମ୍ପିକ୍ସ ଆଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ 100 ଏବଂ 200 ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ 200 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍‌ ପକ୍ଷରୁ ଖେଳୁଥିବା ଦୂତୀ 23.66 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ 24.98 ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର 25.19 ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 200 ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 22.80 ସେକେଣ୍ଡର ଟାଇମିଂ ରହିଥିଲା । ଅନ୍ୟପକ୍ଷରେ ଦୂତୀ ଗତକାଲି 100 ମିଟର ବର୍ଗରେ 11.49 ସେକେଣ୍ଡ ଟାଇମିଂ ସହିତ ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 11.15 ସେକେଣ୍ଡର ଟାଇମିଂ ଆବଶ୍ୟକ ଥିଲା ।

Categories
ଆଜିର ଖବର ଖେଳ

ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ ମୋର ଲକ୍ଷ୍ୟ: ହିମାନୀ ମଲିକ୍‌

ନୂଆଦିଲ୍ଳୀ : ତୀରନ୍ଦାଜୀରେ ଭାରତ ପାଇଁ ଅଲମ୍ପିକ୍ସ ପଦକ ହାସଲ କରିବା ତାଙ୍କର ଲକ୍ଷ୍ୟ ବୋଲି ହିମାନୀ ମଲିକ୍‌ ପ୍ରକାଶ କରିଛନ୍ତି । ଦକ୍ଷିଣ ଏସୀୟ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ବିଜୟିନୀ ହିମାନୀ ମଲିକ୍‌ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ହରିୟାଣାର ହିସାର ସହରର ଏହି 18 ବର୍ଷୀୟ ଯୁବତୀ ଜଣକ ଜାନୁୟାରୀ 17 ଏବଂ 18 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଲୋ ଇଣ୍ଡିଆ ଏକ ବଢିଆ ପ୍ଲାଟଫର୍ମ ରହିବ ବୋଲି ହିମାନୀ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଖେଲୋ ଇଣ୍ଡିଆ ଗୌହାଟୀରେ ଜାନୁୟାରୀ 10ରୁ 22 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।