Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣଙ୍କ ମୋବାଇଲକୁ ଏମିତି କିଛି ମେସେଜ ଆସିଛି କି ? ଭୟ କରନ୍ତୁ ନାହିଁ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଆପଣଙ୍କ ମୋବାଇଲକୁ ଏମିତି କିଛି ମେସେଜ ଆସିଛି କି ? ଭୟ କରନ୍ତୁ ନାହିଁ, ଜାଣନ୍ତୁ ଏହା କଣ

October 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ମୋବାଇଲକୁ ଏମିତି କିଛି ମେସେଜ ଆସିଛି କି ? ଭୟ କରନ୍ତୁ ନାହିଁ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ଆଜି ଦିନ ତମାମ ମୋବାଇଲ ବ୍ୟବହାରକାରୀ ଏକ ଭିନ୍ନ ପ୍ରକାରର ମେସେଜ ପାଇ ଭୟଭୀତ ହୋଇ ପଡିଛନ୍ତି। କାରଣ ହେଲା ଏହି ମେସେଜଟି ମୋବାଇଲକୁ ଆସିବା ପରେ ତାହା ଯେପରି ସାଉଣ୍ଡ କରୁଛି ତାହା ସାଧାରଣ ମିଡିଆ ସାଉଣ୍ଡଠାରୁ ଅଲଗା। ସାଇରନ ପରି ଏକ ସାଉଣ୍ଡରେ ଏହି ମେସେଜ ଆସୁଛି। ସେଥିପାଇଁ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଏହା କଣ ବୋଲି ଚିନ୍ତା କରିବେ।

ପୂର୍ବରୁ ଆପଣଙ୍କ ମୋବାଇଲକୁ ଯେତେ ମେସେଜ ଆସେ ତାହାର ଗୋଟିଏ ରିଙ୍ଗ୍ ଟୋନ ଥାଏ। ହେଲେ ହଠାତ ଏପରି ଏକ ସାଇରନ ସାଉଣ୍ଡରେ ମେସେଜ ଆସିଲେ ଯେ କେହି ଭୟଭୀତ ହୋଇପଡିବ। ତେବେ ମେସେଜ ପଢିବା ପରେ ହୁଏତ ଆପଣ ଟିକିଏ ଅସ୍ବସ୍ଥି ହେବେ। ହେଲେ ଆପଣଙ୍କର ସନ୍ଦେହ କେବେ ଯିବ ନାହିଁ।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏହା ହେଉଛି ଭାରତ ସରକାରଙ୍କ ତରଫରୁ ପଠାଯାଉଥିବା ଏକ ମେସେଜ। ତଥାପି ଆପଣଙ୍କର ସନ୍ଦେହ ରହିବ। ତେବେ ଏହାକୁ ନେଇ କୌଣସି ସନ୍ଦେହ ବା ଭୟଭିତ ହେବାର କାରଣ ନାହିଁ।

ଏହି ମେସେଜଟି ଭାରତ ସରକାରଙ୍କ ଟେଲିକମ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କର ମିଳିତ ସହଯୋଗରେ ପଠାଯାଇଛି। ମେସେଜରେ ଯାହା ଉଲ୍ଲେଖ କରାଯାଇଛି ତାହା ସତକଥା। ତାହା ହେଉଛି ଯେ, ବିପର୍ଯ୍ୟୟ ସମୟରେ ଆପଣଙ୍କ ପାଖକୁ ଖବର ପଠାଯିବ। ସେଥିପାଇଁ ଏହା ଏକ ପରୀକ୍ଷା ମୂଳକ ମେସେଜ ଭାବେ ପଠାଯାଇଛି।

ଏହା ହେଉଛି ସେଲ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ, ଯାହା ଟେଲିକମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ନିର୍ମାଣ କରିଛନ୍ତି। ଏହା ଆପଣଙ୍କର ଏସଏମଏସ ସାଉଣ୍ଡଠାରୁ ଭିନ୍ନ ହେବ। ଆଜି ଏହାକୁ ସାରା ଭାରତ ବର୍ଷରେ ଟେଷ୍ଟିଂ କରାଯାଇଛି। ସେଥିପାଇଁ ଏହାକୁ ଟେଷ୍ଟିଂ ମେସେଜ ବୋଲି ଉଲ୍ଲେଖ କରାଯାଇଛି।

ଏହି ମେସେଜ ବର୍ତ୍ତମାନ ଟେଷ୍ଟିଂ କରାଗଲା। ପରେ ଯେତେବେଳେ କୌଣସି ସୁନାମି, ବାତ୍ୟା ପରି ବିଭିନ୍ନ ବିପର୍ଯ୍ୟୟ ଆସେ ସେତେବେଳେ ଏହା ଉପରେ ମେସେଜ ଆସିବ। ଏହା ହେଉଛି ଭାରତ ସରକାରଙ୍କ ତଥ୍ୟ। ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ଖବର ସରବାରହ ସଂସ୍ଥ ଭୁଲ ତଥ୍ୟ ପ୍ରଦାନ କରନ୍ତି। ବାତ୍ୟା ବନ୍ୟା ସୁନାମୀ କିମ୍ବା ହିଂସାକାଣ୍ଡ ସମୟରେ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତି।

ସେହି ଭୁଲ ତଥ୍ୟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏହି ସେଲ ବ୍ରୋଡକାଷ୍ଟିଂ ଆଲର୍ଟ ସିଷ୍ଟମ କରିଛନ୍ତି। ଏଥିରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସଠିକ ସୂଚନା ପ୍ରଦାନ କରାଯିବ।  ସେଥିପାଇଁ ଆଜି ଏହି ଟେଷ୍ଟିଂ ଆରମ୍ଭ କରାଯାଇଛି। ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ କରାଯାଇ ଲୋକଙ୍କ ମୋବାଇଲକୁ ପଠାଯାଇଛି।

ତେବେ ଏହି ମେସେଜ ପାଇବା ପରେ ଆପଣ କୌଣସି ପଦକ୍ଷେପ ନେବା ଆବଶ୍ୟକ ନାହିଁ। କିମ୍ବା ଏଥିରେ ଧନ୍ୟବାଦ କିମ୍ବା ଓକେ ଲେଖି ପଠାଇବାର ଆବଶ୍ୟକ ନାହିଁ। ସେଥିପାଇଁ ଏହି ମେସେଜରେ ଟେଷ୍ଟିଂ ମେସେଜ ବୋଲି ଉଲ୍ଲେଖ କରାଯାଇଛି। ଏ ନେଇ ଭାରତୀୟ ଟେଲିକମ ତରଫରୁ ସ୍ପଷ୍ଟିକରଣ ମଧ୍ୟ ପ୍ରଦାନ କରାଯାଇଛି।

 

 

SMS
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.