
ନୂଆଦିଲ୍ଲୀ: ନେପାଳରେ ହୋଇଥିବା ଭୂମିକମ୍ପରେ ଲୋକଙ୍କ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।
ନେପାଳ ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏଥିସହ ସେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନେପାଳ ଭୂମିକମ୍ପରେ ଲୋକଙ୍କ ପ୍ରାଣହାନି ଏବଂ କ୍ଷୟକ୍ଷତି ପାଇଁ ଗଭୀର ଦୁଃଖିତ। ନେପାଳ ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା କରିବାକୁ ପ୍ରସ୍ତୁତ ଅଛି। ଶୋକସନ୍ତପ୍ତ ପରିବାରକୁ ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।’