Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା, ଜାଣନ୍ତୁ ଏହା କଣ

November 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ର ପ୍ରଥମ ହଜାର ଦିନ ହେଉଛି  ଗଭୀର ସମ୍ବେଦନଶୀଳ ସମୟ। ଏହି ପ୍ରଥମ ହଜାର ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ଵାସ୍ଥ୍ୟର ମୂଳଦୁଆ ପଡିଥାଏ। ଏହି ସମୟ ମଧ୍ୟରେ ଉଭୟ ମା ଓ ଶିଶୁର ଯତ୍ନ ଓ ପୁଷ୍ଟିକର ପୋଷଣ ଉପରେ ଶିଶୁ ର ବୃଦ୍ଧି ନିର୍ଭର କରିଥାଏ।

ଏହି ଶିଶୁ ଦିବସରେ ଓଡ଼ିଶାରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଶିଶୁମାନଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଦିଗଦର୍ଶନକୁ ଅନୁସରଣ କରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ପବିତ୍ର ଶିଶୁ ଦିବସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି “ଆମ କୁନିପିଲା” କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ,  ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ଦ୍ଵାୟିତ୍ଵ ସହ ସେମାନଙ୍କ ଶିଶୁ ଯତ୍ନ ଭିତ୍ତିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟ ରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି।

ପିତାମାତା ଓ ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କୁ ଶିଶୁର ପ୍ରାରମ୍ଭିକ ବର୍ଷ ପ୍ରତି ସମ୍ବେଦନଶୀଳ କରେଇବା, ପରିବାରର ପୁରୁଷ ମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରିବା, ପିତାମାତା ଓ ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କ ଦ୍ବାରା କମ୍ ମୂଲ୍ୟର ପରିବେଶ ଅନୁକୁଳ ସାମଗ୍ରୀ ଓ ଖେଳଣା ସହିତ ଶିଶୁ ମାନଙ୍କୁ ନିଯୋଜିତ କରିବା, ଅଙ୍ଗନବାଡିକର୍ମୀଙ୍କ ଦ୍ବାରା ଖେଳଣା, ଗପ ଏବଂ ସ୍ନେହଭରା କଥା,ଭଲ ପାଇବା, ସ୍ପର୍ଶ ଓ  ଖେଳ ଦ୍ବାରା ଶିଶୁମାନଙ୍କୁ ଏକ ସକରାତ୍ମକ ପରିବେଶ ଦେବା ସହ ସେମାନଙ୍କୁ ସକ୍ରିୟ କରେଇବା ଆଦି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଏହି ଅଭିଯାନରେ ସାମାଜିକ ଆଚରଣ ଯୋଗାଯୋଗ ସାମଗ୍ରୀ (ଏସବିସିସି) ଦ୍ବାରା ପିତାମାତା,ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀ ତଥା ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ୟକାରିତାକୁ ଆହୁରି  ପ୍ରଭାବଶାଳୀ କରାଯାଇପାରିବ। ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରି ପିତାମାତାଙ୍କ ନେତୃତ୍ୱାଧୀନରେ ଘରେ ହିଁ ଆନନ୍ଦଦାୟକ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ “ଆମ କୁନି ପିଲା” କାର୍ଯ୍ୟକଳାପ ଧାର୍ଯ୍ୟ କରାଯାଇଛି।

ଏହି କାର୍ଯ୍ୟକ୍ରମ କୁ ସୁଦୃଢ କରିବା ପାଇଁ ବିଭିନ୍ନ ସୂଚନାତ୍ମକ ସାମଗ୍ରୀ ଯଥା ମୋ ବିକାଶ ପତ୍ର, କୁନି କାଲେଣ୍ଡର, ଆମ କୁନି ପିଲା ଫିଲ୍ପ  ବୁକ୍, ସୁଖଦ ଲାଳନ ପାଳନ ହାଣ୍ଡ ବୁକ୍ ଓ ଆମ କୁନି ପିଲା ଟଏ କିଟ୍ ଆଦି କୁ ମଧ୍ୟ  ପ୍ରସ୍ତୁତ କରାଯାଇଛି।

Childern's Day ଶିଶୁଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

June 3, 2026

ରୁଷ ତୈଳକୁ ନେଇ ଆମେରିକାର ଚାପ, ଭାରତର କଡ଼ା ଜବାବ

June 3, 2026

ଜାପାନରେ ଓଡ଼ିଶାର ଗୌରବ: ଭାରତର ପ୍ରତିନିଧିତ୍ଵ କଲେ ରାଜ୍ୟର ୪ ମେଧାବୀ ଛାତ୍ରଛାତ୍ରୀ

June 3, 2026

ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

June 3, 2026
Latest News

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

June 3, 2026

ରୁଷ ତୈଳକୁ ନେଇ ଆମେରିକାର ଚାପ, ଭାରତର କଡ଼ା ଜବାବ

June 3, 2026

ଜାପାନରେ ଓଡ଼ିଶାର ଗୌରବ: ଭାରତର ପ୍ରତିନିଧିତ୍ଵ କଲେ ରାଜ୍ୟର ୪ ମେଧାବୀ ଛାତ୍ରଛାତ୍ରୀ

June 3, 2026

ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

June 3, 2026

ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ନୂଆ ମାଇଲଖୁଣ୍ଟ: ମହାରାଷ୍ଟ୍ରରେ ତୃତୀୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.