Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ୱାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ପ୍ରାୟ ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ପୁରୀରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଭୁବନେଶ୍ୱରର ରେଳ ଷ୍ଟେସନ୍‌ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଶ୍ରୀ ଦୁର୍ଗାପ୍ରସାଦ ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ।

ଆଜିର ଏହି ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରାରେ ୬ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି। ସେମାନେ ହରିଦ୍ୱାର ଓ ଋଷିକେଶରେ ତୀର୍ଥ କରି ଆସନ୍ତା ୨୮ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରଠାରେ ପହଞ୍ଚିବେ। ଏ ପର୍ଯ୍ୟନ୍ତ ଆଇଆର୍‌ସିଟିସି ସହଯୋଗରେ ୨୧ଟି ଯାତ୍ରାରେ ୨୦ ହଜାର ୬୬୯ ଜଣ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି।

ଏହି ଯାତ୍ରା ଶୁଭାରମ୍ଭ ସମୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ତୀର୍ଥଯାତ୍ରା ଯୋଜନା ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026
Latest News

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.