Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ
ଜାତୀୟ ଖବର

Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ

December 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Election Result
Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଚୁଡାନ୍ତ ଫଳାଫଳ ଆସି ନ ଥିଲେ ମଧ୍ୟ ଆଗୁଆ ସଂଖ୍ୟାକୁ ହିସାବ କଲେ ବର୍ତ୍ତମାନ ବିଜେପି ତିନୋଟି ରାଜ୍ୟରେ ସରକାର ଗଠନ କରିବ। ସେହି ତିନୋଟି ହେଲା ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ।

ଏହି ତିନୋଟିରୁ କେବଳ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା। ହେଲେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଶାସନ କରୁଥିଲା। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି ତାହାର ନିଜ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ପୁଣି ଫେରିଆସିଥିବା ବେଳେ ଦୁଇଟି ଆସନରେ କଂଗ୍ରେସଠାରୁ ଶାସନ ଛଡାଇ ଆଣିଛି।

ସବୁଠାରୁ ଆଶ୍ଚର୍ଯ୍ୟ ଫଳାଫଳ ହେଲା ଛତିଶଗଡ

ଛତିଶଗଡ ରାଜ୍ୟଟିର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହେଲା ସମସ୍ତେ ଭାବିଥିଲେ ମଧ୍ୟ ଛତିଶଗଡରେ ପୁଣି ଥରେ କଂଗ୍ରେସ ସରକାରକୁ ଆସିବ। କାରଣ ବାଘେଲାଙ୍କ ସେହିପରି ଲୋକପ୍ରିୟତା ରହିଥିଲା। ସେଠାରୁ କେହିକେବେ କଂଗ୍ରେସ ହାରିବ ବୋଲି ଆଶା କରି ନ ଥିଲେ। ହେଲେ ଫଳାଫଳ ସବୁ ଓଲଟପାଲଟ କରିଦେଇଛି।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଛତିଶଗଡରେ କଂଗ୍ରେସ ଜିତିବ ବୋଲି ବହୁ ଉତ୍ସାହିତ ହୋଇପଡିଥିଲା। ଯାହାକୁ ଇଂରାଜୀରେ କହନ୍ତି ଓଭର କନଫିଡେଣ୍ଟ। ଏହା ଫଳରେ ସେହି ରାଜ୍ୟରେ କଂଗ୍ରେସ ଯେପରି ଫୋକସ କରିବା କଥା ତାହା କରିପାରିଲା ନାହିଁ। ସେମାନେ ଅଧିକ ସମୟ ତେଲେଙ୍ଗାନା ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଉପରେ ନଜର ରଖିଲେ।

ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ଭାରୀ ପଡିଲା

ରାଜସ୍ଥାନର ଗଣିତ ମଧ୍ୟ ବିଗିଡିଯାଇଛି। କାରଣ ରାଜସ୍ଥାନରେ ମଧ୍ୟ ପୁଣି ଥରେ କଂଗ୍ରେସ ଆସିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଅନେକ ରାଜସ୍ଥାନ ସ୍ଥିତି ନେଇ କିଛି ମତ ମଧ୍ୟ ଦେଇପାରି ନ ଥିଲେ। କାରଣ ଥିଲା ରାଜସ୍ଥାନରେ ବିଜେପି ସେମିତି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣି ନ ଥିଲା।

ହେଲେ ରାଜସ୍ଥାନର ନିର୍ବାଚନ ପ୍ରଚାରକୁ ପୁରା ଅମିତ ସାହା ପରିଚାଳନା କରୁଥିଲେ। ଦିନରାତି ଏକ କରି ସେଠାରେ ଡେରା ପକାଇଥିଲେ। ଗୋଟିଏ ପଟେ କଂଗ୍ରେସର ଅନ୍ତଃକନ୍ଦଳ ଅନ୍ୟପଟେ ଅମିତ ସାହାଙ୍କ ମାରଥନ ପ୍ରଚାର ବିଜେପିକୁ ଜିତିବା ପାଇଁ ସହଜ ହୋଇଥିଲା।

Election Result ନିର୍ବାଚନ ନିର୍ବାଚନ2023
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026
Latest News

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.